ଉତ୍କର୍ଷତାର ଦଶନ୍ଧି ୧୦ ବର୍ଷର ମାଇଲଖୁଣ୍ଟ ପାର୍ କଲା ଚାନ୍ଦି ଭଣ୍ଡାର -ଆଣିଲା ସ୍ଵତନ୍ତ୍ର କଲେକ୍ସନ ‘ଆର୍ଯ୍ୟ’ -ଦୁର୍ଗାପୂଜା ଉପଲକ୍ଷେ ସ୍ୱତନ୍ତ୍ର ଅଫର -ଗହଣା ଗଢ଼ା ମଜୁରୀରେ ୩୦% ରିହାତି ।

0 109

ଭୁବନେଶ୍ଵର, ୫/୧୦: (ପ୍ରତ୍ୟୁଷା ବ୍ୟୁରୋ):ଓଡ଼ିଶାର ଅନ୍ୟତମ ଅଗ୍ରଣୀ ରୁପା ଗହଣା ବ୍ରାଣ୍ଡ ‘ଚାହିଁ ଭଣ୍ଡାର’ଏକ ଗୁରୁତ୍ଵପୂର୍ଣ୍ଣ ମାଇଲଖୁଣ୍ଟକୁ ପାଳନ କରୁଛି । ଉତ୍କର୍ଷତାର ଦଶମ ବର୍ଷ ପାର୍ କରିଛି ଚାନ୍ଦି ଭଣ୍ଡାର । ଗତ ୧୦ ବର୍ଷ ଧରି ଏହା ଓଡ଼ିଶାରେ ଅନ୍ୟତମ ବୃହତ୍ ତଥା ବିଶ୍ୱସ୍ତ ରୁପା ଗହଣା ବ୍ରାଣ୍ଡ ଭାବେ ନିଜକୁ ପ୍ରତିପାଦିତ କରିଛି । ରୁପା କାରିଗରୀର ପ୍ରୋତ୍ସାହନ ଦିଗରେ ଏହା ଦଶନ୍ଧି ଧରି କାର୍ଯ୍ୟ କରିଆସୁଛି। ଉଭୟ ପାରମ୍ପରିକ ଏବଂ ସମସାମୟିକ ଉତ୍କର୍ଷତାକୁ ଧ୍ୟାନରେ ରଖି ଆକର୍ଷଣୀୟ ଗହଣା ପିସ୍ ଏହା ଗ୍ରାହକଙ୍କୁ ଯୋଗାଇ ଆସୁଛି । ୧୦ ବର୍ଷର ଏହି ଯାତ୍ରା ଭଲ ପାଇବା, ଭରସା ଏବଂ ଅନନ୍ୟ ସମର୍ଥନରେ ଭରି ରହିଥିଲା ବୋଲି ଷ୍ଟାର ପକ୍ଷରୁ କୁହାଯାଇଛି। ତେବେ ଦଶମ ବାର୍ଷିକୀ ପାଳନକୁ ଅଧିକ ଉତ୍ସବମୁଖର କରିବାକୁ ଯାଇ ଚାନ୍ଦ ଭଣ୍ଡାର ଆଣିଛି ‘ଆର୍ଯ୍ୟ’ କଲେକ୍ସନ। କାଳଜୟୀ ଅକ୍ସିଡାଇଲ୍ଡ ରୁପା ଏବଂ ଚମକଯୁକ୍ତ ଅର୍ଦ୍ଧ-ମୂଲ୍ୟବାନ ରତ୍ନପଥରର ଆକର୍ଷଣୀୟ ମିଶ୍ରଣ ହେଉଛି ଏହି କଲେକ୍ସନ। ଆଧୁନିକ ସ୍ରୋତରେ ଆଗକୁ ବଢିବାକୁ ଚାହୁଁଥିବା ଅଦମ୍ୟ ସାହସୀ ମହିଳାଙ୍କ ପାଇଁ ନିର୍ମିତ ଏହି ସମ୍ଭାର ଦୁର୍ଗା ମା’ଙ୍କ ବହୁବିଧ ରୂପରୁ ପ୍ରେରିତ। ଆକର୍ଷଣୀୟ ଡିଜାଇନ୍‌ ଏବଂ ବହୁମୁଖୀ ମେଟାଲ କଟ୍‌ରେ ଆସୁଥିବା ଏ କଲେକ୍ସନ ମହିଳାଙ୍କ ମଧ୍ୟରେ ଥିବା ଶକ୍ତି ଏବଂ ନିର୍ଭୟତାକୁ ପ୍ରଦର୍ଶନ କରୁଛି। ଚାନ୍ଦି ଭଣ୍ଡାରର ଉତ୍କର୍ଷ କାରିଗରୀର ଏହା ପ୍ରମାଣ । ଏ ପରିପ୍ରେକ୍ଷୀରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍‌ସା ହଂସ କୁହନ୍ତି ଯେ, ଆମକୁ ପ୍ରତିଦିନ ପ୍ରେରିତ କରୁଥିବା ଆଧୁନିକ ମହିଳାଙ୍କ ଅଦମ୍ୟ ସାହସ ପ୍ରତି ଏହି କଲେକ୍ସନ ଏକ ସମ୍ମାନ। ଆର୍ଯ୍ୟ କଲେକ୍ସନର ଅନୁଭବ ନେବାକୁ ସମସ୍ତଙ୍କୁ ସ୍ବାଗତ, ଯେଉଁଠି ଗ୍ରାହକ ସମସାମୟିକ କାରିଗରୀ ସହ କାଳଜୟୀ ଚମତ୍କାରିତାର ମିଶ୍ରଣକୁ ଉପଭୋଗ କରିପାରିବେ। ଚାନ୍ଦି ଭଣ୍ଡାରର ସମସ୍ତ ସୋ’ରୁମ୍‌ରେ ଏ କଲେକ୍ସନ ଉପଲବ୍ଧ ରହିଛି।

Leave A Reply

Your email address will not be published.