ପୂର୍ବ ଭାରତ ଆଂଚଳିକ ପରିଷଦ ସମ୍ମିଳନୀ -ସାଟିଫାଇଡ କ୍ୟାଟ ପାଠ୍ୟକ୍ରମର ଶୁଭାରମ୍ଭ।

0 110

ଭୁବନେଶ୍ୱର,7/10/23 (ପ୍ରତ୍ୟୁଷା ବ୍ୟୁରୋ): ପୁର୍ବଭାରତ ଆଇସିଏମ୍ଏଆଇ ଆଂଚଳିକ ପରିଷଦର ୭ଟି ରାଜ୍ୟର ୨୯ଟି ଚାପ୍ଟରର ଏକ ଦିନ ତମାମ ସମ୍ମିଳନୀ ଭୁବନେଶ୍ଵର କଷ୍ଟ ଏଣ୍ଡ ମ୍ୟାନେଜମଂଟ ଆକାଉଟାଂଟ (ସିଏମଏ) ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଂଚଳିକ ପରିଷଦ ତଥା ଚାପୁର ସମନ୍ବୟ କମିଟିର ସର୍ବଭାରତୀୟ ଉପସଭାପତି ସିଏମ୍ ବିଭୁତି ଭୂଷଣ ନାୟକ, ଆଂଚଳିକ ପରିଷଦ ତଥା ସମନ୍ବୟ କମିଟିର ଅଧ୍ୟକ୍ଷ ସିଏମ୍ ବିନୟ ରଂଜନ ପି. ଏବଂ ଅନ୍ୟାନ୍ୟ ପରିଷଦ ସଭ୍ୟ ପୂର୍ବାହ୍ନରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଏଇ ପ୍ରଫେସନ୍ ଉପରେ ନିଜ ନିଜର ମତବ୍ୟତ କରିଥିଲେ । ପୂର୍ବଭାରତ ଆଂଚଳିକ ପରିଷଦର (ଇଆଇଆରସି)ର ସମସ୍ତ ଚାପ୍ଟରରୁ ପ୍ରତିନିଧ୍ଵ ମାନେ ଏହି ପୂର୍ବାହ୍ନ ସଭାରେ ଅଂଶ ଗ୍ରହଣ କରିଥିଲେ । ସାର୍ଟିଫାଇଡ ଆକାଉଟିଂ ଟେକ୍‌ନିସିଏନ (କ୍ୟାଟ୍) ପାଠ୍ୟକ୍ରମର ଶୁଭାରମ ଆଇସିଏମ୍ଏଆଇ ଦ୍ବାରା କରାଯାଇଥିଲା । ପ୍ରତିରକ୍ଷା ବିଭାଗର ପୂର୍ବତନ ସାମରିକ କର୍ମଚାରୀ କଲ୍ୟାଣ ବିଭାଗର ସାଧାରଣ ତଇଥାନ ନିର୍ଦ୍ଦେଶାଳୟ ଅଧୀନରେ ଅବସର ନେଉଥିବା ଓ ନେଇଥିବା ବ୍ୟକ୍ତି ପାଇଁ ଏହି ପାଠ୍ୟକ୍ରମ ଉଦ୍ଦିଷ୍ଟ । ଏହି ପାଠ୍ୟକ୍ରମ ଶୁଭାରମ୍ଭରେ ପ୍ରତିରକ୍ଷା ବିଭାଗର ଉଚ୍ଚପଦାଧିକାରୀଙ୍କ ସମେତ ଆଇସିଏମ୍ଆଇର ପରିଷଦ ସଭ୍ୟ ପ୍ରମୁଖ ଏବଂ ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ସିଏମ୍ ସୂର୍ଯ୍ୟ ନାରାୟଣ ତ୍ରିପାଠୀ ଉପସ୍ଥିତ ଥିଲେ । ଏହି ଦିନତମାତ କାର୍ଯ୍ୟକ୍ରମ, କ୍ୟାଟ୍ ପାଠ୍ୟକ୍ରମ ଓ ସନ୍ଧ୍ୟାସମୟର କାର୍ଯ୍ୟକ୍ରମ ଉପରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସନ୍ଧ୍ୟା ସମୟରେ ‘ଇନ୍‌ଭେଟାରି ଭେଲ୍ୟୁଏସନ୍ ବାଏ ସିଏମ୍ଏସ୍ ଅଣ୍ଡର ଇନ୍‌କମ ଟାକ୍ସ- ଇମର୍ଜିଙ୍ଗ ଅପବ୍ୟୁନିଟିସ’ ଉପରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଓଡ଼ିଶା ଆୟକର ବିଭାଗର ପ୍ରିନ୍ସିପାଲ୍ ମୁଖ୍ୟ କମିସନର ମୋରା ଭୁପାଲ ରେଡି (ଆଇଆରଏସ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ମୂଲ୍ୟବାନ ଭାଷଣ ପ୍ରଦାନ କରିଥିଲେ । ପରିଷଦ ସଭ୍ୟ ତଥା ଆଇସିଏମ୍ଆଇର ଲୋକ ସମ୍ପର୍କ କମିଟିର ଅଧ୍ୟକ୍ଷ ସିଏମ୍ ନଭନିତ କୁମାର ଜୈନ୍ ମୁଖ୍ୟ ବକ୍ତା ଭାବେ ନିଜର ମତ ରଖୁଥିଲେ ।

Leave A Reply

Your email address will not be published.