ଆଇ ଏନ ଏ ଏସ ଏଲ ୨୦୨୩- ପ୍ରଥମ ଦିନରେ ଆକର୍ଷଣ ସାଜିଲେ ପୋଲିସ କର୍ମଚାରୀ ।

0 122

ଭୁବନେଶ୍ବର, 3.08.23 (ପ୍ରତ୍ୟୁଷା ବ୍ୟୁରୋ):ଯକୃତ ବା ଲିଭର୍ ବାବଦରେ ଶିକ୍ଷା ପାଇଁ The Indian National Association for Study of the Liver ଦ୍ଵାରା ଅଗଷ୍ଟ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ସଂଘର ୩୧ ତମ ବାର୍ଷିକ ସମାରୋହ(31st Annual Scientific Meeting) INASL-2023 ଦେଶ ର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଏହି ସମାରୋହ ଚଳିତ ବର୍ଷ ପାଇଁ ଭୁବନେଶ୍ୱର ଠାରେ ଆୟୋଜିତ ହେଉଛି। ଭୁବନେଶ୍ୱର ର ହୋଟେଲ ମେ-ଫେୟାର ଲାଗୁନ୍ ପରିସରରେ ଆୟୋଜିତ ହେଉଥିବା ଏହି ସମାବେଶ ରେ ଦେଶ ବିଦେଶରୁ ବହୁ ଲୋକ ଅଂଶ ଗ୍ରହଣ କରିବାକୁ ଥିବା ବେଳେ,ପ୍ରଥମ ଦିନରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୩୦୦ରୁ ଅଧିକ ପୋଲିସ କର୍ମୀ ଙ୍କ ଉପସ୍ଥିତି ଏବଂ ବରିଷ୍ଠ ଡାକ୍ତର ଙ୍କ ଦ୍ଵାରା ସେମାନଙ୍କୁ ଲିଭର୍ ସୁରକ୍ଷା ନେଇ କର୍ମଶାଳା।

କଳା ସଂସ୍କୃତି ର ରାଜ୍ୟ ଓଡ଼ିଶାର ମନ୍ଦିର ମାଳିନୀ ସହର ଭୁବନେଶ୍ୱର ଠାରେ ଆୟୋଜିତ ହେଉଥିବା ଏହି ସମାବେଶ ୪ଦିନ ଧରି ଆୟୋଜିତ ହେବାକୁ ଥିବା ବେଳେ, ପ୍ରଥମ ଦିନରେ କମିଶନରେଟ ପୋଲିସ କଟକ-ଭୁବନେଶ୍ୱର ର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସୁଦୂର ଆମେରିକା ରୁ ଆସିଥିବା ପ୍ରଫେସର ଡ଼ାକ୍ତର ଜେଫେରୀ ଲାଜାରୁସ ଙ୍କ ସମେତ ସଭାପତି ପ୍ରଫେସର ଏସ.ପି. ସିଂ, ସାଧାରଣ ସମ୍ପାଦକ ପ୍ରଫେସର ଅଜୟ ଡିଶୁଜା , ପ୍ରଫେସର ଥମାସ ବର୍ଗ, ସଂଘର ସାଂଗଠନିକ ସମ୍ପାଦକ, ବରିଷ୍ଠ ଡ଼ାକ୍ତର ପ୍ରଫେସର ମନୋଜ ସାହୁ ପ୍ରମୁଖ ମଞ୍ଚାସିନ ହେବା ସହିତ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଆମ ମାନଙ୍କୁ ସୁରକ୍ଷା ଯୋଗାଉଥିବା ଏତେ ସଂଖ୍ୟକ ପୋଲିସ କର୍ମୀଙ୍କୁ ନେଇ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ ବାସ୍ତବିକ୍ ସ୍ବାଗତ ଯୋଗ୍ୟ ବୋଲି କହି ଆୟୋଜନ କୁ ଭୂୟସୀ ପ୍ରଶଂସା କରିଥିଲେ ସୁଦୂର ଆମେରିକା ରୁ ଆସିଥିବା ପ୍ରଫେସର ଡ଼ାକ୍ତର ଜେଫେରୀ ଲାଜାରୁସ। ସମଗ୍ର ବିଶ୍ଵରେ ପ୍ରତିବର୍ଷ ଲିଭର୍ ବା ଯକୃତ ରୋଗ ରେ ପ୍ରାୟ ୩କୋଟି ୧୭ଲକ୍ଷ ଲୋକ ପ୍ରାଣ ହରାଉଥିବା ର ଏକ ତଥ୍ୟ ଦେଇ ଚିନ୍ତା ପ୍ରକଟ କରିବା ସହିତ,ଆମେ କାହିଁକି ଲିଭର୍ ର ସୁରକ୍ଷା ପାଇଁ ଅଧିକ ଯତ୍ନବାନ ହେବା ତା ଉପରେ ବିସ୍ତୃତ ଆଲୋଚନା କରିଥିଲେ ବରିଷ୍ଠ ଡ଼ାକ୍ତର ପ୍ରଫେସର ମନୋଜ ସାହୁ। ସଭାପତି ଏବଂ ଅନ୍ୟ ମାନେ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିବା ବେଳେ, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଅନୁଷ୍ଠାନ ର ଏଭଳି ମହତ କାର୍ଯ୍ୟକୁ ଭୂରୀ ଭୁରୀ ପ୍ରଶଂସା କରିଥିଲେ। ଖାସ୍ କରି ଅନୁଷ୍ଠାନ ର ସାଂଗଠନିକ ସମ୍ପାଦକ ତଥା ବରିଷ୍ଠ ଡ଼ାକ୍ତର ପ୍ରଫେସର ମନୋଜ ସାହୁ ଅନବରତ ଭାବରେ ପୋଲିସ କର୍ମୀ ଏବଂ ଅନ୍ୟମାନଙ୍କ ସ୍ବାସ୍ଥ୍ୟ ଏବଂ ଲିଭର୍ ସୁରକ୍ଷା ପାଇଁ କରୁଥିବା କାର୍ଯ୍ୟ ପାଇଁ ଧନ୍ୟବାଦ୍ ଜଣାଇଥିଲେ। ଏଥିସହିତ ପୋଲିସ ବିଭାଗ ତରଫରୁ ଡ଼ାକ୍ତର ସାହୁଙ୍କୁ କୃତଜ୍ଞତା ଜଣାଇ ବିଭାଗ ସବୁବେଳେ ତାଙ୍କ ସହିତ ଅଛି ବୋଲି କହିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ INASL-2023 ର ସହ ସାଂଗଠନିକ ସମ୍ପାଦକ ଡ଼ାକ୍ତର ସୁଶାନ୍ତ କୁମାର ସେଠୀ ଏବଂ ଡ଼ାକ୍ତର ମାନସ ପାଣିଗ୍ରାହୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.