ରାଜ୍ୟ ସରକାରଙ୍କ ସହଭାଗିତାରେ ଆଇଜେଡ୍ଏ ଓଡ଼ିଶାରେ କରିବ ଭିତ୍ତିଭୂମି ଅବକ୍ଷୟ ହ୍ରାସ।

0 148

ଭୁବନେଶ୍ବର, 3.08.23 (ପ୍ରତ୍ୟୁଷା ବ୍ୟୁରୋ):ଇଂଟରନ୍ୟାଶନାଲ ଜିଙ୍କ ଆସୋସିଏଶନ ପକ୍ଷରୁ ଆଜି ଭୁବନେଶ୍ବରଠାରେ ‘ଭିତ୍ତିଭୂମି ଉପରେ ଅବକ୍ଷୟର ଖର୍ଚ୍ଚକୁ ହ୍ରାସ କରିବା’ ପ୍ରସଙ୍ଗ ଉପରେ ଏକ ସୂଚନା ବିସ୍ତାର ଅଧ୍ଵବେଶନର ଆୟୋଜନ କରାଯାଇଛି ଏବଂ ଏଠାରେ ଉପକୂଳବର୍ତୀ ସହରଗୁଡିକର ଭିତ୍ତି ଭୂମିକୁ ଅବକ୍ଷୟରୁ ସୁରକ୍ଷିତ ରଖିବାର ଅତ୍ୟାବଶ୍ୟକତା ଉପରେ ଗୁରୁତ୍ବ ଦିଆଯାଇଛି । ସେମାନେ ଭିତିଭୂମି କ୍ଷେତ୍ରରେ ଅବକ୍ଷୟ ସମ୍ପର୍କିତ ଚିନ୍ତାଗୁଡିକୁ ପରୀକ୍ଷଣ କରିଥିଲେ ଏବଂ ସମାଧାନ ସନ୍ଧାନ କରିଥିଲେ । ଭିତ୍ତିଭୂମି ଓ ସାର୍ବଜନିନ ସୁରକ୍ଷା କ୍ଷେତ୍ରରେ ଅବକ୍ଷୟ ଓ ଏହାର ପ୍ରଭାବ ସମ୍ପର୍କିତ ଚିନ୍ତାଗୁଡିକୁ ଆଲୋକପାତ କରି ଆଇଆଇଟି ଭୁବନେଶ୍ଵରର ପ୍ରଫେସର, ପ୍ରଫେସର ପି ଦୀନାକର, ଇଂଟରନ୍ୟାଶନାଲ ଜିଙ୍କ୍ ଆସୋସିଏଶନର ନିର୍ଦ୍ଦେଶକ (ଭାରତ) ଡଃ ରାହୁଲ ଶର୍ମା ଓ ଆଇଆଇଟି ବମ୍ବେ (ଅବସରପ୍ରାପ୍ତ) ପ୍ରଫେସର ଆନନ୍ଦ ଏସ୍ ଖାନ୍ନାଙ୍କ ସମେତ ବିଶେଷଜଜ୍ଞମାନେ ଏକ ବ୍ୟାପକ ଅବକ୍ଷୟ ସୁରକ୍ଷା ଯାନ୍ତ୍ରିକୀକରଣ ବା କୋରୋସନ ପ୍ରୋଟେକ୍ସନ ମେକାନିଜିମ୍ ପାଇଁ ଆବଶ୍ୟକତା ଉପରେ ଗୁରୁତ୍ଵ ଦେଇଥିଲେ ଯାହା କେବଳ ଭିତ୍ତିଭୂମିର ଦୀର୍ଘାୟୁତା ସୁନିଶ୍ଚିତ କରିବ ନାହିଁ ବରଂ ଅର୍ଥନୈତିକ ଓ ପରିବେଶୀୟ କ୍ଷତିକୁ ହ୍ରାସ କରିବ ।

Leave A Reply

Your email address will not be published.