ସାମଗ୍ରିକ ସ୍ବାସ୍ଥ୍ୟର ବାର୍ତ୍ତା ଦେଲା “ବର୍ପି ଏବଂ ବ୍ରେକଫାଷ୍ଟ” କାର୍ଯ୍ୟକ୍ରମ।

0 104

ଭୁବନେଶ୍ବର, 30.07.23 (ପ୍ରତ୍ୟୁଷା ବ୍ୟୁରୋ):ଏଚଏବି ପ୍ଲସ ପକ୍ଷରୁ ଜନସାଧାରଣଙ୍କ ପାଇଁ “ବର୍ପି ଏବଂ ବ୍ରେକଫାଷ୍ଟ” କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସୁସ୍ଥ ଏବଂ ସ୍ଥାୟୀ ଜୀବନଶୈଳୀ ଫିଟନେସ୍ ଦେବାକୁ ଲକ୍ଷ୍ୟ ରଖୁଛି । ଏହି ପରିପ୍ରେକ୍ଷୀରେ ରବିବାର ହୋଟେଲ ଲେମନ ଗ୍ରୀ ଠାରେ “ବର୍ଷି ଏବଂ ବ୍ରେକଫାଷ୍ଟ ବାର୍ଷିକ ଉତ୍ସବ ୨୦୨୩ ” ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥ୍‌ ଭାବେ ଡିଆଇଜି ସତ୍ୟଜିତ୍‌ ନାୟକ ଉପସ୍ଥିତି ରହି ଉଦଘାଟନ କରିଥିଲେ। ଅନୁଷ୍ଠାନର ସହ ପ୍ରତିଷ୍ଠାତା ଶୁଭଦୀପ ରୟ ଚୌଧୁରୀ କହିଛନ୍ତି, ଆମେ ୩ବର୍ଷରେ ପଦାର୍ପଣ କରିଛୁ,ଏହି ଇଭେଣ୍ଟ ମାଧ୍ୟମରେ ଆମେ ଜନସାଧାରଣଙ୍କୁ ପ୍ରେରଣା ଦେବା ପାଇଁ ଲକ୍ଷ୍ୟ ରଖୁଛୁ । ଉନ୍ନତ କଲ୍ୟାଣ ଏବଂ ସାମଗ୍ରିକ ସ୍ବାସ୍ଥ୍ୟ ଆଡକୁ ଏହା ଏକ ଯାତ୍ରା । ସ୍ବାସ୍ଥ୍ୟ ଏବଂ ଫିଟନେସ୍ ପ୍ରତିପୋଷଣ ପାଇଁ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି କମିଶନରେଟ୍ ପୋଲିସ୍, କଟକ ଏବଂ ଭୁବନେଶ୍ବର ମଧ୍ୟ ଏହି କାର୍ଯ୍ୟକ୍ରମର ପ୍ରସାରଣ କରାଯାଇଛି। ଏହି ଅବସରରେ ପୂଲ୍ work-out, night work-out ଆଦି କାର୍ଯ୍ୟକ୍ରମ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ୟବସାୟିକ ବ୍ୟକ୍ତିତ୍ୱ, ସରକାରୀ କର୍ମଚାରୀ, ସମ୍ମାନିତ ଡାକ୍ତର ଏବଂ ଫିଟନେସ୍ ଉତ୍ସାହୀଙ୍କ ସମେତ ବହୁ ବିଶିଷ୍ଟ ଅତିଥ୍‌ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Leave A Reply

Your email address will not be published.