ତନିସ୍କ ପକ୍ଷରୁ ‘ଦ ଅଟମ୍ ଏଡିଟ୍’ -ହୀରା ଗହଣା ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି।

0 111

ଭୁବନେଶ୍ୱର, 25 .07.23 ( ପ୍ରତ୍ୟୁଷା ବ୍ୟୁରୋ) : ଦେଶର ଅନ୍ୟତମ ଅଗ୍ରଣୀ ଗହଣା ରିଟେଲର ତନିସ୍କ ହୀରା ଗହଣାର ସର୍ବବୃହତ୍ ସମ୍ଭାର ‘ଦ ଅଟମ୍ ଏଡିଟ’ର ଶୁଭାରମ୍ଭ କରିଛି। ମହିଳାମାନେ ପିନ୍ଧୁଥିବା ବିଭିନ୍ନ ପ୍ରକାର ଷ୍ଟାଇଲକୁ ପାଳନ କରିବା ପୂର୍ବକ ଏଥିରେ ଭିନ୍ନ ଭିନ୍ନ ଅନନ୍ୟ ହୀରା ଗହଣା ରହିଛି। ମୁଦି, କାନଫୁଲ,ପେଣ୍ଡେଣ୍ଟ, ନେକ୍‌ଲେସ୍‌, ବ୍ରେସ୍‌ଲେଟ୍‌, ବ୍ୟାଙ୍ଗେଲ ଏବଂ ଅନେକ ବର୍ଗରେ ବିଶାଳ ଡିଜାଇନ୍ ଉପଲବ୍ଧ । ପ୍ରତ୍ୟେକ ଅବସରକୁ ସ୍ବତନ୍ତ୍ର କରିବା ପାଇଁ ‘ଦ ଅଟମ୍ ଏଡିଟ୍’ରେ ବ୍ୟାପକ ରେଞ୍ଜର ନୂଆ ଏବଂ ସତେଜ ଡିଜାଇନ୍ ଉପଲବ୍ଧ କରାଯାଇଛି । ମହିଳାଙ୍କ ଜୀବନର ସ୍ବତନ୍ତ୍ର କାହାଣୀକୁ ବଖାଣିବା ପାଇଁ ତନିସ୍କ ହୀରା ସର୍ବଦା ଆଗରେ ରହିଥାଏ। ହୀରାର ପ୍ରକୃତ ଚମକ ଏହାକୁ ପରିଧାନ କରିଥିବା ମହିଳାଙ୍କଠାରୁ ଆସିଥାଏ। ମହିଳାଙ୍କ ଚମକକୁ ଆହୁରି ବଢ଼ାଇବା ପାଇଁ ତନିସ୍କ ସମସ୍ତଙ୍କ ପାଇଁ କିଛି ନା କିଛି ଆଣିଛି । କାର୍ଯ୍ୟସ୍ଥଳ ହେଉ ଅବା ସ୍ବତନ୍ତ୍ର ଅବସର, ହୀରା ଗହଣାର ଏହି ଉତ୍ସବରେ ଗ୍ରାହକ ତନିସ୍କ ପକ୍ଷରୁ ପ୍ରସ୍ତୁତ ସ୍ବତନ୍ତ୍ର କଲେକ୍ସନ ସହିତ ନିଜର ଲୁକ୍‌କୁ ଭିନ୍ନ ରୂପ ଦେଇପାରିବେ । ଏଲ୍‌ଡେ ୱାର୍କ ୱିୟର ହେଉ କିମ୍ବା କକ୍‌ଲ ଅବା ସୋ’ଷ୍ଟପର୍ସ, ବିବାହ, ଆନିଭର୍ସରୀ, ସାଂନ୍ଧ୍ୟ ଉତ୍ସବ ଆଦି ଲାଗି ଏହି ଗହଣା କଲେକ୍ସନଗୁଡ଼ିକ ଉପଯୁକ୍ତ ବିକଳ୍ପ ହେବ । ଉପହାର ଦେବା ପାଇଁ ମଧ୍ୟ ଏହା ସର୍ବୋତ୍କୃଷ୍ଟ । ହୀରାର ଉଜ୍ଜ୍ଵଳତା ଭଳି ଏ କଲେକ୍ସନ କକ୍‌ଟେଲ ପାର୍ଟିକୁ ଆଲୋକିତ କରିଥାଏ। ଗେଟ୍-ଟୁଗେଦରରେ ଚମତ୍କାର ବିକିରଣ କରେ ଏବଂ ପ୍ରତିଦିନର ମିଟିଂରେ ଚମକ ବଢ଼ାଇଥାଏ। ସେ ମହିଳାମାନଙ୍କ ଗେଟ୍ ଟୁଗେଦର ହେଉ କିମ୍ବା ଗାଲା ଡିନର ଅବା ଏଭିଡେ ମିଟିଙ୍ଗ୍ ନିଜର ବ୍ୟକ୍ତିତ୍ଵକୁ ବଢ଼ାଇବା ପାଇଁ ଏବଂ ଏଥିରେ ଚାଚାନ୍ଦ ଲଗାଇବା ପାଇଁ ତନିସ୍କର ହୀରା ଗହଣା ଉତ୍ତମ ବିକଳ୍ପ। ନିଜର ଇଣ୍ଡୋ-ୱେଷ୍ଟର୍ଣ୍ଣ ଆଉଟ୍‌ଫିଟ୍‌କୁ ଖାପ ଖାଇଲା ଭଳି ବ୍ୟାପକ ଡିଜାଇନର ଫ୍ୟୁଜନ୍ ଫ୍ୟାସନ-ଏଥ ପାର୍ଟି ଅଫରିଂ ରହିଥିବା ଷ୍ଟୋର ପକ୍ଷରୁ କୁହାଯାଇଛି। ‘ଦ ଅଟମ୍ ଏଡିଟ’ ମାଧ୍ୟମରେ ତନିସ୍କ ଚଳିତ ଋତୁର ହୀରା ଉତ୍ସବକୁ ପାଳନ କରୁଛି ।

Leave A Reply

Your email address will not be published.