ଦି ସ୍ଲିପ କମ୍ପାନୀର ପ୍ରଥମ ଫିଜିଟାଲ ଷ୍ଟୋରର ଶୁଭାରମ୍ଭ।

0 151

ଭୁବନେଶ୍ବର, ୨୮ ଜୁନ ୨୦୨୩ (ପ୍ରତ୍ୟୁଷା ବ୍ୟୁରୋ): ପୂର୍ବ ଭାରତର ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ଦେଇ ଦି କ୍ଲିପ କମ୍ପାନି ଏସିଆର ପ୍ରଥମ ଓ ଏକମାତ୍ର ସ୍ମାର୍ଟ ଗ୍ରୀତ ବୈଷୟିକୀ କମ୍ପାନି ଭୁବନେଶ୍ବରରେ ଏହାର ପ୍ରଥମ ଷ୍ଟୋର ଆରମ୍ଭ କରିଛି । ଏହି ଷ୍ଟୋରକୁ ମିଶାଇ ଦେଶରେ ଫାଇଜିଟାଲ ଷ୍ଟୋରର ସଂଖ୍ୟା ୩୧ରେ ପହଁଚିଲା । ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ୧୦୦ରୁ ଅଧିକ ଷ୍ଟୋର ଖୋଲିବା ପାଇଁ କମ୍ପାନି ଲକ୍ଷ୍ୟ ରଖିଛି। ଖ୍ୟାତନାମା ଅର୍ଥୋପେଡ଼ିକ୍ସ ଓ ସ୍ପୋର୍ଟସ ସର୍ଜନ ଡ. ସାର୍ଥକ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଷ୍ଟୋରର ଶୁଭ ଉଦଘାଟନ କରାଯାଇଥିଲା ।

ଭୁବନେଶ୍ବର ହେଉଛି ପୂର୍ବ ଭାରତର ସାମାଜିକ ଅର୍ଥନୈତିକ ବିକାଶର ଏକ ଦ୍ରୁତ ଉଦୀୟମାନ ହବ ଯାହା ଏକ ଉନ୍ନତ ଆଇଟି ଶିଳ୍ପ ଓ ଆପାର୍ଟମଂଟର ଜୀବନଧାରା ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଅଫ ଲାଇନ ବଜାର ଧାରା ଜାରି ରହିଛି । ଏହି ଧାରାକୁ ଚିହ୍ନି ଦି ସୁପ କମ୍ପାନିର ନୂଆ ୧୨୦୦ ବର୍ଗଫୁଟ ଷ୍ଟାର ଗ୍ରାହକଙ୍କୁ ଏକ ବ୍ୟାପକ ସ୍ମାର୍ଟଗ୍ରୀଡ ପ୍ରଦାନ କରିବ । ଗ୍ରାହକମାନେ ବର୍ତମାନ ଅନନ୍ୟ ଅତ୍ୟାଧୁନିକ ଡିଜାଇନ ମ୍ୟାଟ୍ରେସ ଠାରୁ ଆରମ୍ଭ କରି ତକିଆ ଓ ଶୟନ ସାମଗ୍ରୀକୁ ଏଠାରୁ ପାଇପାରିବେ । ପୂର୍ବ ଭାରତର ଏହି ଷ୍ଟୋର ଉଦଘାଟନ ଗ୍ରାହକମାନଙ୍କୁ ସେମାନଙ୍କ ମନ ପସନ୍ଦର ସାମଗ୍ରୀ ଯୋଗାଇବାରେ ସକ୍ଷମ ହେବ । ପ୍ରିୟଙ୍କା ସାଲଟ, ସହ ପ୍ରତିଷ୍ଠାତା ଦି ସ୍ତୁପ କମ୍ପାନି ତାଙ୍କର ମତ ଦେଇ କହିଛନ୍ତିଯେ ଏହି ଅଂଚଳରେ ଚାହିଦାକୁ ଦୃଷ୍ଟି ଦେଇ ଆମେ ଏହି ଷ୍ଟୋର ଖୋଲିବା ଉପରେ ଗୁରୁତ୍ଵ ଦେଇଛୁ । ସେ କହିଛନ୍ତି ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଭୁବନେଶ୍ଵର ପାଇଁ ସ୍ମାର୍ଟଗ୍ରୀଡ ଅଭିଜ୍ଞତାକୁ ଉପସ୍ଥାପିତ କରି ଆମେ ଆନନ୍ଦିତ । ଅଭିନବ ଶୟନ ସାମଗ୍ରୀ ସବୁ ଆମ ଷ୍ଟୋର ଯୋଗାଇ ଦେବ ।

Leave A Reply

Your email address will not be published.