ବର୍ଷାଦିନ ପୂର୍ବରୁ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ନମିଳିଲେ ରାଜ୍ୟ ରାଜରାସ୍ତାରେ ନିଆଁ ଜଳିବ: ପୃଥ୍ୱୀରାଜ ହରିଚନ୍ଦନ

0 124

ଭୁବନେଶ୍ବର, 16/04/23 (ପ୍ରତ୍ୟୁଷା ବ୍ୟୁରୋ):ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଠିକ ରୂପାୟନ ହେଉନାହିଁ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ବିଜେଡି ନେତା, ମନ୍ତ୍ରୀଙ୍କୁ ବହୁତ୍ ବାଧିଛି ଏବଂ ନିଜ ଦୋଷ ଧରା ପଡିବା ପରେ ପ୍ରଳାପ କରୁଛନ୍ତି  ରାଜ୍ୟ ସରକାରଙ୍କ ଇଛାଶକ୍ତି ଥିଲେ ମାତ୍ର ୧୫ଦିନ ଭିତରେ ସଠିକ ଯୋଗ୍ୟ ତାଲିକା ପ୍ରସ୍ତୁତ କରନ୍ତୁ  ଗାଁ ଗାଁରେ ଲୋକ ଜାଣିଛନ୍ତି, କିଏ ଯୋଗ୍ୟ କିଏ ଅଯୋଗ୍ୟ ? କିନ୍ତୁ ରାଜ୍ୟ ସରକାର ଜାଣି ପାରୁନାହାନ୍ତି । ଘର ବାଂଟିବା ପାଇଁ ପ୍ରସ୍ତୁତ ନଥିବା ରାଜ୍ୟ ସରକାର ସର୍ଭେ ନାମରେ ଭେଳିକି କରୁଛନ୍ତି ।

ଗରୀବ ଲୋକମାନଙ୍କ ପକ୍କା ଘର ପାଇବାର ସ୍ୱପ୍ନକୁ ରାଜ୍ୟ ସରକାର ହତ୍ୟା କରିଛନ୍ତି । ଆବାସ ଯୋଜନାରେ ତାଲିକା ପ୍ରସ୍ତୁତର ଘୋଟାଲା କରିଛନ୍ତି ନବୀନ ବାବୁ । ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନା ଓଡ଼ିଶା ପ୍ରଦେଶରେ ସମ୍ପୂର୍ଣ୍ଣ ଅଚଳ ଅବସ୍ଥାରେ ଅଛି । କଂଗ୍ରେସ ଶାସନ ଅମଳରେ ଓଡିଶାକୁ ଯେତେ ପକ୍କା ଘର ଆସିଛି, ମୋଦି ସରକାର ଅମଳରେ ୨୦୧୪ ରୁ ୨୦୨୨ ମସିହା ଭିତରେ ବିଗତ ୮ବର୍ଷରେ ତାଠାରୁ ତିନିଗୁଣା ପକ୍କା ଘର ଓଡ଼ିଶାକୁ ମିଳିଛି । ଯଦି ରାଜ୍ୟ ସରକାର ଠିକ୍ ଢଙ୍ଗରେ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଥାନ୍ତେ ତାହାଲେ ଓଡ଼ିଶାରେ ଚାତକ ଭଳି ଅନେଇ ବସିଥିବା ବାସହୀନ ହିତାଧିକାରୀଙ୍କ ସଂଖ୍ୟାରେ ପୁର୍ଣ୍ଣଚ୍ଛେଦ ପଡିଥାନ୍ତା । ବିଜେଡି ସରକାରର ଆନ୍ତରିକତା ଅଭାବ, ଦୁର୍ନୀତି ଓ ଭ୍ରଷ୍ଟାଚାର ମନୋଭାବ କାରଣରୁ ଆଜି ରାଜ୍ୟକୁ ଆସିଥିବା ୯ ଲକ୍ଷ ୬୦ ହଜାର ପକ୍କା ଘର ବଂଟା ନହୋଇ ପଡି ରହିଛି ବୋଲି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଠିକ ରୂପାୟନ ହେଉନାହିଁ । ଅନୀୟମିତତା, ଭୁଲ୍ ତାଲିକା ପ୍ରସ୍ତୁତ, କାର୍ଯ୍ୟାଦେଶ ନଦେବା ଆଦି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହଙ୍କ ଅଭିଯୋଗ ଶାସକ ବିଜୁ ଜନତା ଦଳର ନେତା, ମନ୍ତ୍ରୀମାନଙ୍କୁ ବହୁତ୍ ଜୋରରେ ବାଧିଛି ଏବଂ ନିଜ ଦୋଷ ଧରା ପଡିବା ପରେ ସେମାନେ ପ୍ରଳାପ କରୁଛନ୍ତି । ରାଜ୍ୟ ସରକାରଙ୍କ ରାଜନୀତି ଓ ପ୍ରଶାସନ ବେଲଜ୍ୟାର ସମସ୍ତ ସୀମା ଅତିକ୍ରମ କରିସାରିଛନ୍ତି । ଦୁର୍ନୀତି ଓ ଭ୍ରଷ୍ଟାଚରକୁ ନେଇ କେନ୍ଦ୍ର ସରକାର ଗୋଟି ଗୋଟି କରି ସମସ୍ତ ପ୍ରମାଣ ତଥ୍ୟ ସହ ଦେଲେ । ମାତ୍ର ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନଙ୍କ ନିକଟରେ ସାମାନ୍ୟତମ ନୈତିକତା ନାହିଁ କି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ୱୀକାର କରିବା ପାଇଁ ସାହସ ପାଉନାହାନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ବିରୋଧୀଙ୍କ ସ୍ୱରକୁ ଚାପି ଦେବା ପାଇଁ ସର୍ବଦା ଚେଷ୍ଟା କରାଯିବା ସହିତ ମିଛ କଥା କହି ରାଜ୍ୟବାସୀଙ୍କୁ ଭ୍ରମିତ କରାଯାଉଛି । କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ପରେ ତଥ୍ୟ ଓ ପ୍ରମାଣ ଦାବୀ କରୁଥିବା ଶାସକ ବିଜେଡିର ନେତାମାନେ ଗୟା ପ୍ରସାଦ ରିପୋର୍ଟକୁ ଭଲ ଭାବେ ପଢିବା ଉଚିତ୍ । ପଂଚାୟତରାଜ ବିଭାଗ (ଆବାସ)ର ତତ୍କାଳୀନ ଡାଇରେକ୍ଟର ଜେନେରାଲ ଶ୍ରୀ ଗୟା ପ୍ରସାଦ ଓଡିଶାର ବିଭିନ୍ନ ବ୍ଲକ ଗସ୍ତ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ରୂପାୟନ କାର୍ଯ୍ୟ ତଦାରଖ କରି ଏକ ବିସ୍ତୃତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲେ । ଏହି ରିପୋର୍ଟ ହିଁ ଆବାସ ଯୋଜନାରେ ଚାଲିଥିବା ବିଭିନ୍ନ ଦୁର୍ନୀତି ଓ ଘୋଟାଲାକୁ ଖୋଲି ଦେଇଥିଲା । ଗୟା ପ୍ରସାଦ ରିପୋର୍ଟ ଅନୁଯାୟୀ ହୋଇଥିବା ଦୁର୍ନୀତି ଓ ଘୋଟାଲା ଦେଶର ଅନ୍ୟ କୈାଣସି ରାଜ୍ୟରେ ହୋଇନାହିଁ । ଆବାସ ଯୋଜନାରେ କାର୍ଯ୍ୟାଦେଶ ଜଣଙ୍କ ନାମରେ ଥିବାବେଳେ ଅନ୍ୟ ଜଣଙ୍କ ଅକାଂଉଟକୁ ଟଙ୍କା ଯାଇଛି । ତାଲିକାରେ ଜଣକ ନାଁକୁ କାଟି ଅନ୍ୟ ନାଁକୁ ଚଢ଼ାଇ ଦିଆଯାଉଛି । ନାମ, ଗ୍ରାମ, ଠିକଣା, ଜିଓ ଟ୍ୟାଗିଙ୍ଗ, ନିର୍ମାଣ କାର୍ଯ୍ୟ, କାଗଜ ପତ୍ର ସବୁଥିରେ ଚଂଚକତା କରାଯାଇଛି । କେନ୍ଦ୍ର ସରକାର ଟଙ୍କା ପଠାଉଛନ୍ତି କିନ୍ତୁ ଆବାସ ଯୋଜନାର କାମ ନିମ୍ନମାନର ହେଉଛି । ଏହା କଣ ଯଥେଷ୍ଟ ପ୍ରମାଣ ନଥିଲା କି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ନିୟମ ଖିଲାପକାରୀ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଗୟା ପ୍ରସାଦ କମିଟି ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । କିନ୍ତୁ ଓଡ଼ିଶା ସରକାର ସେ କଥାକୁ ଘଂଟ ଘୋଡାଇ ରଖିଛନ୍ତି । ଗରୀବଙ୍କ ହକ୍‌କୁ ମାରି ଦଳୀୟ ଆଧାରରେ ପକ୍କାଘର ଆବଂଟନ କରୁଛନ୍ତୀ । ବାସହୀନ ଗରୀବଙ୍କ ପ୍ରାପ୍ୟକୁ ହଡପ୍ କରୁଛନ୍ତି ରାଜ୍ୟ ସରକାର କିନ୍ତୁ ଭାରତୀୟ ଜନତା ପାର୍ଟି ଏପ୍ରସଙ୍ଗରେ କହିଲେ କି ବିରୋଧ କଲେ ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନଙ୍କୁ ଖରାପ ଲାଗୁଛି । ଏହା ଅତ୍ୟନ୍ତ ଲଜ୍ଜ୍ୟାଜନକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । “ଗାଲୁଆଙ୍କ ବାରବାଟୀ ଚାଷ” । ବିଜୁ ଜନତା ଦଳ ମିଛ କହିବା ସିଦ୍ଧହସ୍ତ । ଅବାସ ଯୋଜନାର ଦାୟୀତ୍ୱରେ ଥିବା ରାଜ୍ୟ ପଂଚାୟତରାଜ ବିଭାଗ ମନ୍ତ୍ରୀ ଗତ ୨୦୨୨ ମସିହା ମାର୍ଚ୍ଚ ୨୨ ତାରିଖରେ ବିଧାନସଭାରେ ଉତର ରଖି କହିଥିଲେ, ବିଜୁ ପକ୍କା ଘର ଯୋଜନାରେ ଗତ ୩ ବର୍ଷ ଭିତରେ ୩୩୦୯ ଟି ଘର ନିର୍ମାଣ ହୋଇଛି । ଯାହାର ଆନୁମାନିକ ଖର୍ଚ୍ଚ ମୂଲ୍ୟ ବେଶୀରେ ବେଶୀ ୩୨ କୋଟି ଟଙ୍କା ହୋଇଥିବ । ଅନ୍ୟ ପଟେ ୬ହଜାର କୋଟି ଟଙ୍କା ବିଜୁ ପକ୍କା ଘରରେ ଖର୍ଚ୍ଚ ହୋଇଛି ବୋଲି କହି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ । ୬୦-୪୦ କେନ୍ଦ୍ର ଓ ରାଜ୍ୟ ଅଂଶୀଧାରକୁ ନେଇ ବିଜେଡି ଚିତ୍କାର କରିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ । କଂଗ୍ରେସ ସରକାର ଅମଳରେ କେନ୍ଦ୍ର-ରାଜ୍ୟ ଅଂଶ ପରିମାଣ କେନ୍ଦ୍ର ସରକାର ପ୍ଲାନିଂ କମିଶନ ଜରିଆରେ ନିଷ୍ପତି ନେଉଥିଲେ । ମାତ୍ର ମୋଦି ସରକାର ଶାସନକୁ ଆସିବା ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିମିଶି ନିଷ୍ପତି ନେଉଛନ୍ତି । ନୀତି ଆୟୋଗ ଗଠନ କରାଯାଇ ରାଜ୍ୟ-କେନ୍ଦ୍ର ଅଂଶ ପରିମାଣ ଧାର୍ଯ୍ୟ କରାଯାଉଛି । ଏହା ଦ୍ୱାରା ଅତୀତରେ ଯେତେ ଟଙ୍କା ରାଜ୍ୟ ସରକାର ପାଉଥିଲେ ତାହାର ପାଖାପାଖି ୨ରୁ ଅଢ଼େଇ ଗୁଣା ଟଙ୍କା ରାଜ୍ୟ ସରକାର ପାଇଲେ । ଓଡିଶା ସରକାର ମଧ୍ୟ ନୀତି ଆୟୋଗରେ ସମ୍ମତି ପ୍ରକାଶ କରିଛନ୍ତି ଏବଂ ପୂର୍ବାପେକ୍ଷା ୨ ରୁ ଅଢେଇ ଗୁଣ ଅଧିକ ଟଙ୍କା ବର୍ତମାନ ରାଜ୍ୟ ସରକାର ପାଉଛନ୍ତି । ଏଭଳି ମିଛ କହି ରାଜନୀତି କରିବା ନିହାତି ଦୁର୍ଭାଗ୍ୟଜନକ । ଲୋକଙ୍କ ପ୍ରତି ଥିବା ଉତରଦାୟୀତ୍ୱକୁ ରାଜ୍ୟ ସରକାର ସଠିକ୍ ଭାବେ ନିର୍ବାହ କରିବାକୁ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି । ୨୦୧୯ ମସିହାରୁ ହିତାଧିକାରୀଙ୍କ ସଠିକ ତାଲିକା ପ୍ରସ୍ତୁତ କରି କେନ୍ଦ୍ରକୁ ପଠାଇବା ପାଇଁ ବିଜେପି ତରଫରୁ ବାରମ୍ବାର ଦାବୀ କରାଯାଉଛି । ରାଜ୍ୟ ସରକାରଙ୍କ ଇଛାଶକ୍ତି ଥିଲେ ମାତ୍ର ୧୫ଦିନ ଭିତରେ ସଠିକ ତାଲିକା ପ୍ରସ୍ତୁତ ହୋଇଥାନ୍ତା । ୪ ବର୍ଷ ପରେ ମଧ୍ୟ ତାଲିକା ପ୍ରସ୍ତୁତ ହୋଇପାରିଲା ନାହିଁ । ବାସହୀନଙ୍କୁ ଘରଟିଏ ଦେବେ ବୋଲି କହି ବିଜେଡିର ନେତାମାନେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଂଚ ନେଇଛନ୍ତି । ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଂଚିତ ଥିବାବେଳେ ଦଳୀୟ ଆଧାର ଅଯୋଗ୍ୟଙ୍କୁ ଘର ଦିଆଯାଇଛି । ଜାନୁୟାରୀ ୨୬ରେ ଗ୍ରାମସଭାରେ ଆବାସ ଯୋଜନାର ଚର୍ଚ୍ଚା ହୋଇନାହିଁ କି ପରବର୍ତୀ ସମୟରେ ୩୦ ଜାନୁଆରୀରେ ହେବାକୁ ଥିବା ଗ୍ରାମ ସଭା ମଧ୍ୟ ନବ ଦାସଙ୍କ ମୃତ୍ୟୁ କାରଣରୁ ସମ୍ଭବ ହୋଇପାରିଲା ନାହିଁ ।

Leave A Reply

Your email address will not be published.