ଜନଜାତି ସୁରକ୍ଷା ମଞ୍ଚ, ଓଡିଶା ତରଫରୁ ବିଶାଳ ଜନଜାତି ସମାବେଶ

0 131

: ଭୁବନେଶ୍ବର, 25.07.23 (ପ୍ରତ୍ୟୁଷା ବ୍ୟୁରୋ):ଜନଜାତି ସୁରକ୍ଷା ମଞ୍ଚ, ଓଡିଶା ପକ୍ଷରୁ ଏକ ବିଶାଳ ଭବ୍ୟ ଡିଲିଣ୍ଟିଂ ପାଇଁ ୩ଟି ଶୋଭାଯାତ୍ରା ସକାଳ ୧୦.୩୦ ମି.ରେ ଭୁବନେଶ୍ଵରର ଶ୍ରୀରାମ ମନ୍ଦିର, ସହୀଦ ନଗରର ଦୁର୍ଗାପୂଜା ମଣ୍ଡପରୁ ବାହାରି ରୁପାଲି ଛକ, ଆଚାର୍ଯ୍ୟ ବିହାର, ଆପୋଲୋ ହସ୍ପିଟାଲ ଛକ ଦେଇ ଜନତା ମଇଦାନରେ ପହଞ୍ଚିବା ପରେ ଏକ ବିରାଟ ଶକ୍ତି ପ୍ରଦର୍ଶନ ଭ୍ୟାଲିରେ ପରିବର୍ତ୍ତିତ ହୋଇଥିଲା। ଓଡିଶାର ୨୬ଟି ଜନଜାତି ଜିଲ୍ଲାରୁ ୬୨ଟି ପ୍ରକାର ଜନଜାତି ପୁରୁଷ ଓ ମହିଳାମାନେ ଏହି ଶୋଭା ଯାତ୍ରାରେ ପାରମ୍ପରିକ ବେଶ ଭୂଷା, ବାଦ୍ୟ ଯନ୍ତ୍ର ଓ ପ୍ଲାକାର୍ଡ ଧରି ଭାଗ ନେଇଥିଲେ। ଭୁବନେଶ୍ଵରର ବିଭିନ୍ନ ସ୍ଥାନ ମାନଙ୍କରେ ଏହି ଜନଜାତି ପ୍ରିନିଧୁମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଜନତା ମଇଦାନରେ ଅନୁଷ୍ଠିତ ବିଶାଳ ଜନସମାବେଶ ସକାଳ ୧୨ଟା ୩୦ ମିନିଟ୍‌ରେ ଆରମ୍ଭ ହୋଇଥିଲା। ମୁଖ୍ୟ ବକ୍ତା ଭାବରେ ମଞ୍ଚର ରାଷ୍ଟ୍ରୀୟ ସହ-ସଂଯୋଜକ ଡଃ ରାଜକିଶୋର ହାଁସଦା ୨୦୦୬ ମସିହାରୁ ଆରମ୍ଭ ହୋଇ ଜନଜାତି ସୁରକ୍ଷା ମଞ୍ଚ କିପରି ପ୍ରକୃତ ଜନଜାତିମାନଙ୍କର ସ୍ଵାର୍ଥ ରକ୍ଷା ପାଇଁ ସାରା ଦେଶରେ ଲଢେଇ ଜାରି ରଖିଛନ୍ତି, ସେ ସମ୍ବନ୍ଧରେ ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ବିଧାନର ୩୪୨ ଧାରାରେ ସଂଶୋଧନ କରାଇ ଧର୍ମାନ୍ତରିତ କନଜାତିଙ୍କୁ ସରକାରୀ ସଂରକ୍ଷଣ ସୁବିଧାରୁ ବାଦ୍ ନକରିବା ଯାଏ ଜନଜାତି ସମାଜ ଶାନ୍ତ ନରହି ସଂଘର୍ଷ ଜାରି ରଖୁବ ବୋଲି ଚେତାବନୀ ଦେଇଥିଲେ। ମଞ୍ଚର ରାଷ୍ଟ୍ରୀୟ ସଂଯୋଜକ ଗଣେଷରାମ ଭଗତ (ଯଶପୁର) ଭାରତର ସ୍ଵାଧ୍ଵନତା ସଂଗ୍ରାମରେ ଜନଜାତିମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ବକ୍ତା ଭାବରେ କେନ୍ଦ୍ରୀୟ ସମିତି ତଥା କନ୍ଧମାଳ କୁଇ ସ୍ନାୟୁ ସଂଗଠନର ଉଦ୍ୟକ୍ତା ପବିତ୍ର କହଁର ଓଡିଶାର ୬୨ ପ୍ରକାର ଜନଜାତି ମାନଙ୍କର ସଂଗଠନ କିପରି ମଜବୁତ ହେବ ଓ ସମାବେଶର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ବିଧର୍ମ ଜନଜାତି ମାନଙ୍କଠାରୁ ଅଧିକାର ଛଡାଇ ଆଣି ପ୍ରକୃତ ଜନଜାତିଙ୍କୁ ନ୍ୟାୟ ପ୍ରଦାନ କରିବା ହିଁ ଆମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।

Leave A Reply

Your email address will not be published.