ନବୀନ ନିବାସରେ ନବୀନଙ୍କୁ ଭେଟିଲେ ଦିଦି

0 135

ଭୁବନେଶ୍ୱର 23/3( ପ୍ରତ୍ୟୁଷା ବ୍ୟୁରୋ ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ସୁଶ୍ରୀ ମମତା ବନ୍ଦୋପାଧ୍ୟୟ ବାନାର୍ଜୀ ଆଜି ଅପରାହ୍ନରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି l ଏହି ଅବସରରେ ନବୀନ ମମତାଙ୍କ ଭେଟ ଘାଟ ବଡ଼ ସୌହାର୍ଦ୍ଧପୂର୍ଣ୍ଣ ଥିଲା l ସେ ମମତାଙ୍କୁ ନବୀନ ନିବାସ ଭିତରକୁ ପାଛୋଟି ନେଇ ଭାବ ବିନିମୟ କରିବା ସହ ଅଙ୍ଗ ବସ୍ତ୍ର ଓ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର କଳାକୃତି ଛେନାପୋଡ଼ ପ୍ରଦାନ କରିଥିଲେ l ମମତା ମଧ୍ୟ ଅନୁରୂପ ଭାବେ ନବୀନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ବିଶ୍ୱ ବଙ୍ଗଳା ସ୍ୱାଲ ପିନ୍ଧାଇ ଦେଇଥିଲେ l ମମତା ଏହି ଅବକାଶରେ ନବୀନଙ୍କ ପିତା ଓ ମାତାଙ୍କ ପ୍ରତିମୂର୍ତ୍ତିକୁ ସମ୍ମାନ ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.