ସର୍ବ ଭାରତୀୟ ଵି ଏସ ଏନ ଏଲ ଟେବୁଲ ଟେନିସ ଟୁର୍ନାମେଣ୍ଟ ଆରମ୍ଭ

0 211

ଭୁବନେଶ୍ୱର 15/3( ପ୍ରତ୍ୟୁଷା ନିୟୁଜ )
ସହିଦ ନଗର ଇଣ୍ଡୋର ସ୍ପୋର୍ଟ କମ୍ପ୍ଲେକ୍ସ ରେ ଆଜି ଠାରୁ ସର୍ବ ଭାରତୀୟ ଵି ଏସ ଏନ ଏଲ ଟେବୁଲ ଟେନିସ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି । ଏହା ଚାରି ଦିନ ଧରି ଚାଲିବ ।ଓଡିଶା ଦୂରସଂଚାର ପରିମଣ୍ଡଳ, ଭୁବନେଶ୍ବର ଦ୍ବାରା 15 ମାର୍ଚ୍ଚ ରୁ 18 ମାର୍ଚ୍ଚ, 2023 ପର୍ଯ୍ୟନ୍ତ ଭୁବନେଶ୍ବର ଶହୀଦ ନଗର ସ୍ଥିତ ଇନଡୋର ସ୍ପୋର୍ଟ୍ କମ୍ପ୍ଲେସ ରେ 19 ତମ ସର୍ବ ଭାରତୀୟ BSNL ଟେବୁଲ ଟେନିସ ପ୍ରତିଯୋଗିତା ଆୟୋଜନ କରାଯାଉଛି ଯେଉଁଥରେ ମୋଟ 21 ଗୋଟି ରାଜ୍ୟ BSNL ସର୍କଲରୁ ଉଭୟ ପୁରୁଷ ଏବଂ ମହିଳା ଟେବୁଲ ଟେନିସ ଦଳ ଏଥ୍‌ରେ ଅଂଶଗ୍ରହଣ କରିବେ । ଓଡିଶା ଦୂରସଂଚାର ପରିମଣ୍ଡଳ, ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ରୁଦ୍ର ନାରାୟଣ ପଲାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଓଡିଶା DoT LSA ମୁଖ୍ୟ ତଥା ଅତିରିକ୍ତ ଟେଲିକମ୍‌ ମହାନିର୍ଦେଶକ, ଶ୍ରୀ ବିଜୟ କୁମାର ନାୟକ, ମୂଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହି ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିବେ । ଦୂରସଂଚାର ବିଭାଗ କମୁନିକେସନ ଆକାଉଣ୍ଟସ, କଣ୍ଟ୍ରୋଲର ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ସମ୍ମାନିତ ଅତିଥ୍ ଭାବେ ଏହି ଭବ୍ୟ ସମାରୋହରେ ଉପସ୍ଥିତ ରହିବେ ବୋଲି ନିଜର ସହମତି ପ୍ରଦାନ କରିଛନ୍ତି । ଶ୍ରୀ ସତ୍ୟ ହରି ବାବୁ, ମୂଖ୍ୟ ରେଫରୀ ଓ ସହାୟକ ରେଫରି ଭାବେ ୟସର ପସା ଘୋରି (ମଧ୍ୟ ପ୍ରଦେଶ) ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗନେବେ । 15 ମାର୍ଚ୍ଚ ଦିନ ପ୍ରାୟ ୦୨.୦୦ ରୁ ଆରମ୍ଭ ହୋଇ ଏହି କାର୍ଯ୍ୟକ୍ରମ 18.3.2023 ଅପରାହ୍ନ ରେ ଉଦଯାପିତ ହେବ ଓ କୃତି ପ୍ରତିଯୋଗିମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ସହ ଉଦଯାପନ ସମାରୋହ ରେ ପୁରସ୍କୃତ କରାଯିବ।

ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଗୁଜୁରାଟ, ହିମାଚଳ ପ୍ରଦେଶ, ହରିୟାନା, ଜାମ୍ମୁ ଓ କାଶ୍ମୀର, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ନର୍ଥ ଇଷ୍ଟ-1 ଓ 2, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ତେଲେଙ୍ଗାନା, ତାମିଲ ନାଡୁ, ପଶ୍ଚିମ ବଙ୍ଗ, ଉତ୍ତରାଞ୍ଚଳ, ସିଏନ-ଟିଏକ୍ସ (ଉତ୍ତର) ଏବଂ ଓଡିଶା ର ଉଭୟ ପୁରୁଷ ଓ ମହିଳା ଟେବୁଲ ଟେନିସ ଦଳ ଏହି ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟ ରେ ଭାଗ ନେବେ । ବିଏସଏନଏଲ ଓଡିଶା ପରିମଣ୍ଡଳ ଦ୍ବାରା ଆୟୋଜିତ ଏହି ସର୍ବ ଭାରତୀୟ ଟୁର୍ଣ୍ଣାମେଣ୍ଟକୁ ସଫଳ କରିବା ଦିଗରେ ସମ୍ପୃକ୍ତ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.