ଭୁବନେଶ୍ୱରରେ ଆୟୋଜିତ ହେବ ବ୍ରୋଡେନ ୟୋର ଏଣ୍ଡୋଡଟିକ୍ସ

0 299

ଭୁବନେଶ୍ୱର 12/3( ପ୍ରତ୍ୟୁଷା ବ୍ୟୁରୋ ):ଇଣ୍ଡିଆନ ଏରୋଡଟିକ୍ସ ସୋସାଇଟି ତଥା ୩୧ତମ ରାଷ୍ଟ୍ରୀୟ ସମ୍ମିଳନୀ, ଭୁବନେଶ୍ଵରର ଆୟୋଜକ କମିଟି ପକ୍ଷରୁ ସମସ୍ତଙ୍କୁ ସାଦର ଅଭିନନ୍ଦନ । ଟିମ୍ ଓଡ଼ିଶା ଏବଂ ୩୧ତମ ରାଷ୍ଟ୍ରୀୟ ସମ୍ମିଳନୀI ESCON 2023 ଆୟୋଜକ କମିଟି ଗୌରବେ ପ୍ରଥମ ଥର ପାଇଁ ବ୍ରୋଜେକ୍ ଭୋଇ ଏଣ୍ଡୋକଟିକୁ ବିଷୟକୁ ନେଇ ରାଷ୍ଟ୍ରୀୟ ସମ୍ମିଳନୀର ଆୟୋଜନ ପାଇଁ ପ୍ରସ୍ତୁତ ହେଉଛି, ଯାହାକି ୨୯ ସେପ୍ଟେମ୍ବର ୨୦୨୩ରୁ ୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ହୋଟେଲ ମେ’ ଫେୟାର ଲାଗୁନ ଭୁବନେଶ୍ୱରରେ ଆୟୋଜିତ ହେବ କୁ ଯାଉଛି। ସାଂସ୍କୃତିକ ବିବିଧତା ଭିତରେ ଓଡ଼ିଶା ଭାରତରେ ଏପରି ଏକ ରାଜ୍ୟ ଯାହା ଆଜି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି ।

ଓଡ଼ିଶାର କେନ୍ଦ୍ରସ୍ଥଳରେ ରହିଛି ସୁନ୍ଦର ସବୁଜିମାମୟ ସୁଦୃଶ୍ୟ ଭୁବନେଶ୍ୱର ସହର ଯାହାକୁ ଭାରତର ମନ୍ଦିର ମାଳିନୀ ସହର ବୋଲି କୁହାଯାଉଛି । ଆଉ ସେହି ମନ୍ଦିର ମାଳିନୀ ସହରରେ ପ୍ରଥମ ଥର ପାଇଁ ଏଣ୍ଡୋତଣ୍ଟିକ୍ସ ସମ୍ମିଳନୀର ଆୟୋଜନ ନିଶ୍ଚିତ ଭାବେ ଏକ ଗୌରବର କଥା । ଏହି ସମ୍ମଳିନୀ ଆମ ପାଇଁ ଭାରତର ବିଭିନ୍ନ ପ୍ରାନ୍ତ ତଥା ବିଦେଶାଗତ ଅତିଆ, ବିଶେଷଜ୍ଞମାନଙ୍କୁ ସ୍ବାଗତ କରିବାର ଏକ ସୁଯୋଗ ଏହି ସମ୍ମିଳନୀର ଲକ୍ଷ୍ୟ ହେଉଛି ଦନ୍ତ ଚିକିତ୍ସା କ୍ଷେତ୍ରରେ ଏକ ବୈପବ୍ଲିକ ଯୁଗାନ୍ତକାରୀ ବିକାଶ ତଥା ପରିବର୍ତ୍ତନ ଆଣିବା । ଗବେଷଣା ଉପରେ ପୁନଃ ଗଭେଷଣା, ଶିକ୍ଷା ଉପରେ ଉଚ୍ଚତର ଶିକ୍ଷା, ସନ୍ଧାନ ଉପରେ ନୂଆ ଅନୁସନ୍ଧାନର ନୂଆ ନୂଆ ନିରନ୍ତର ସମ୍ଭାବନା ସୃଷ୍ଟି କରିବା ପାଇଁ ଏହି ସମ୍ମିଳନୀ ଏକ ଉତ୍ତମ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ । ବୈଜ୍ଞାନିକ ଜ୍ଞାନ କୌଶଳ ବିଷୟରେ ବୁଝିବା ଏବଂ ବୁଝାଇବା, ସାମ୍ପ୍ରତିକ ପ୍ରଯୁକ୍ତି ବିଦ୍ୟା ଏବଂ ଗବେଷଣା ଉପରେ ମହତ୍ବପୂର୍ଣ୍ଣ ଅନ୍ତର୍ନିହିତ ବିଷୟ ଉନ୍ମୋଚନ କରିବାକୁ ଏହା ସୁଯୋଗ ଦେବ ଏବଂ ସମସ୍ତଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେବ । ଏହି ସମ୍ମିଳନୀ ବିଶ୍ବର ବିଭିନ୍ନ ଦେଶ ତଥା ରାଷ୍ଟ୍ରର ବିଶେଷଜ୍ଞମାନଙ୍କୁ ଏକାଠି କରିବାକୁ ଲକ୍ଷ୍ୟ ରଖୁଛି । ପ୍ରାୟ ଏକ ହଜାରରୁ ଅଧିକ ପ୍ରତିନିଧି ଏଥୁରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜ୍ଞାନ ଆଉ ଗବେଷଣାର ମନ୍ଥନର ନିଷ୍କର୍ସକୁ ନେଇ ଫେରିବେ ।କେବଳ ସେତିକି ନୁହେଁ, ଚିକିତ୍ସା କ୍ଷେତ୍ରରେ ସର୍ବୋତ୍ତମ ସର୍ବଶ୍ରେଷ୍ଠ ଜ୍ଞାନକୌଶଳ ସହ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଏବଂ ଐତିହ୍ୟର ଅନୁଭବ ନେଇ ସେମାନେ ଏଠୁ ବାହୁଡ଼ିବେ । ଆଜି ଆମେ ଏଠି ଏକାଠି ହୋଇଛୁ, ଏଠି 1ES ସମ୍ମିଳନୀର ୱେବସାଇଟର ଅଫିସିଆଲ୍ ଉନ୍ମୋଚନ ଏବଂ ବିବରଣୀ ପୁସ୍ତିକାର ଉନ୍ମୋଚନ କରାଯିବ । ଆମ ଗହଣରେ ଅଛନ୍ତି ସମ୍ମାନନୀୟ ମୁଖ୍ୟ ଅତିଥ୍‌ ଶ୍ରୀ ବିଶାଲ ଦେବ, IAS (ପ୍ରଧାନ ସଚିବ, ଅର୍ଥ) ଏବଂ ଡଃ ସଞ୍ଜୟ ମଂଗଲାନି, ଏବଂ ଓଡ଼ିଶାର ଢେଣ୍ଟାଲ୍ କଲେଜର ଅଧ୍ୟକ୍ଷବୃନ୍ଦ । ଆୟୋଜିତ ହେବାକୁ ଥୁବା ରାଷ୍ଟ୍ରୀୟ ସମ୍ମିଳନୀର ସଫଳତା ପାଇଁ, ଏହି ସମ୍ମିଳନକୁ ସ୍ମରଣୀୟ କରିବା ପାଇଁ ଆୟୋଜକ ମଣ୍ଡଳୀ ବହୁତ ପରିଶ୍ରମ କରୁଛନ୍ତି । ଭୁବନେଶ୍ବର ସ୍ମାର୍ଟ ସିଟିର ଏହି ଏକାଡେମିକ ପ୍ଲାଟଫର୍ମରେ ସମସ୍ତଙ୍କୁ ଏକାଠି କରିବା କମ୍ ଗୌରବର କଥା ନୁହେଁ । ଏହି ସମ୍ମିଳନୀ ନିଶ୍ଚିତ ଭାବେ ସାମୂହିକ ଉଦ୍ୟମ ଏବଂ ସାହସର ପ୍ରତୀକ ଭାବେ ସ୍ମରଣୀୟ ରହିବ, ଆଗକୁ ବଢ଼ିବାକୁ ପ୍ରେରିତ କରିବ । ଆସନ୍ତୁ ଏହି ସମ୍ମିଳନୀକୁ ସଫଳ କରାଇବା, ସମ୍ମିଳନୀର ମହତ ଉଦ୍ଦେଶ୍ୟ ପୂରଣ ପାଇଁ ଆଗକୁ ବଢ଼ିବା .. I ସମ୍ମିଳନୀର ମୁଖ୍ୟ ବୈଶିଷ୍ଟ୍ୟ ୧- ଓଡ଼ିଶାରେ ପ୍ରଥମ ଥର ପାଇଁ ଏଣ୍ଡୋଡଣ୍ଟିକ୍ସ କ୍ଷେତ୍ରରେ ଏକ ରାଷ୍ଟ୍ରୀୟ ସମ୍ମିଳନୀର ଆୟୋଜନ ୨- ଭୁବନେଶ୍ୱର ମହାନଗରର କେନ୍ଦ୍ରସ୍ଥଳୀରେ ସୁବ୍ୟବସ୍ଥିତ ଓ ଅତ୍ୟାଧୁନିକ ଶୈଳୀର ସମ୍ମିଳନୀ ସ୍ଥଳ ୩- ଏକ ହଜାରରୁ ଅଧିକ ପ୍ରତିନିଧିଙ୍କ ଯୋଗଦାନ ୪- କାରୁ ଅଧିକ ଦେଶର ଅନ୍ତର୍ଦେଶୀୟ ସ୍ତରର ବକ୍ତାଙ୍କ ଯୋଗଦାନ ୫- ଅନ୍ତଃରାଷ୍ଟ୍ରୀୟ ସ୍ତରର ପ୍ରଶିକ୍ଷକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟଶାଳା ୬- ଭାରରେ ବିଭିନ୍ନ ପ୍ରାନ୍ତରୁ ବିଶେଷଜ୍ଞ ବକ୍ତାମାନଙ୍କ ଅଂଶଗ୍ରହଣ ଏବଂ ବିଚାର ବିମର୍ଶ ୭- ରାଷ୍ଟ୍ରୀୟ ସ୍ତରର ପ୍ରଶିକ୍ଷକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂର୍ବ ସମ୍ମିଳନୀ କାର୍ଯ୍ୟଶାଳା ୮- ଏଣ୍ଡୋତଣ୍ଟିକ୍‌ କ୍ଷେତ୍ରରେ ନବୀନତମ ଜ୍ଞାନ କୌଶଳର ପ୍ରୟୋଗ ଉଦ୍ଦେଶ୍ୟରେ ଅତ୍ୟାଧୁନିକ ବୈଜ୍ଞାନିକ ଯନ୍ତ୍ରପାତି / ଉପକରଣ ସାମଗ୍ରୀ ଉପଲବ୍ଧ କରାଇବାକୁ ଟ୍ରେଡ ଫେୟାର ଆୟୋଜନ।

Leave A Reply

Your email address will not be published.