ଏଥର ରଜରେ ପରଦାକୁ ଆସିବ ଅନସ୍ ମିସ୍ ପ୍ରଡକସନର ଦ୍ବିତୀୟ ଓଡ଼ିଆ ଚଳଚ୍ଚିତ୍ର ‘ଗୁଡୁ ଗ୍ୟାଙ୍ଗଷ୍ଟର’

0 144

8.03.23, ଭୁବନେଶ୍ବର ( ପ୍ରତ୍ୟୁଷା ବ୍ୟୁରୋ):ଦୀର୍ଘ ଦିନର ବ୍ୟବଧାନ ପରେ ଏଥର ରଜରେ ଲୋକଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଇବା ପାଇଁ ପରଦାକୁ ଆସିବ ଅନସ୍ ମିସ୍ ପ୍ରଡକସନରେ ନିର୍ମିତ ଦ୍ବିତୀୟ ଓଡ଼ିଆ ଚଳଚ୍ଚିତ୍ର ‘ଗୁଡୁ ଗ୍ୟାଙ୍ଗଷ୍ଟର’। ଆଜି ଏହି ଚଳଚ୍ଚିତ୍ରର ଟାଇଟଲ ଘୋଷଣା କରାଯାଇଛି। ଭିନ୍ନ ଧରଣର ଏହି ଓଡ଼ିଆ ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଓଲିଉଡର ଡାନ୍ସ ଆଇକନ୍ ଶୈଳେନ୍ଦ୍ର ସାମନ୍ତରାୟ ଓ ଚୁଲବୁଲି ନାୟିକା ଶିବାନୀ ସଂଗୀତା ଅଭିନୟ କରୁଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର, ନମ୍ରତା ଥାପ୍ପା, ବବି ମିଶ୍ର, କେକେ, ଏଲି ପାଢ଼ୀ, ଚୌଧୁରୀ ଜୟପ୍ରକାଶ(ଟିଲୁ) ପ୍ରମୁଖ ଅଭିନୟ କରୁଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ ଦେଇଥିବା ବେଳେ ଗୀତିକାର ଭାବେ ତପୁ ନାୟକ, ପୁଷ୍ପକ ପରିଡ଼ା, ରଞ୍ଜନ ନାୟକ ଅଛନ୍ତି। ଓଡ଼ିଶା ସମେତ ଅନ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଚଳଚ୍ଚିତ୍ରର ସୁଟିଂ କରାଯାଇଥିବା ବେଳେ ଏହାର ଗୀତ ଗୁଡିକ ମଧ୍ୟ ନିଶ୍ଚୟ ମନାଛୁଆଁ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.