କଳିଙ୍ଗରନର୍ସ ପକ୍ଷରୁ ୫ମ ଜାତୀୟସ୍ତରର ଗଣଦୌଡ

0 155

ଭୁବନେଶ୍ବର, ( ପ୍ରତ୍ୟୁଷା ବ୍ୟୁରୋ):

:ଓଡିଶାରେ ଏକ ସୁସ୍ଥ ସମାଜ ଓ ସମସ୍ତଙ୍କୁ ସ୍ଵାସ୍ଥ୍ୟ ସମ୍ପର୍କରେ ସଚେତନ କରାଇବାକୁ ଯାଇ କଳିଙ୍ଗରନର୍ସ ଏକ ମାରାଥନ୍‌ର ଆୟୋଜନ କରିଛି । ଏହି ସିଟି ମାରାଥନ୍‌ ଶିଖରଚଣ୍ଡୀଠାରୁ ଆରମ୍ଭ କରାଯାଇଥିଲା। ଏଥିରେ ୫କିମି (ସକାଳ ୬:୩୦, ରିପୋର୍ଟଟାଇମ୍ – ସକାଳ ୬ଟା), ୧୦କିମି (ସକାଳ ୬ ଟା- ରିସୋର୍ଟଟାଇମ୍– ସକାଳ ୫:୩୦), ୨୧କିମି (ସକାଳ ୫:୩୦, ରିସୋର୍ଟଟାଇମ୍– ସକାଳ ୫ ଟା) ତିନୋଟି ବିଭାଗରେ ବିଭକ୍ତ କରାଯାଇଥିଲା । କଳିଙ୍ଗରନର୍ସ ୨୦୧୭ ମସିହାରେ ଏହାର ପ୍ରଥମ ମାରାଥନ୍ ଆୟୋଜନ କରିଥିଲା। ଚଳିତ ବର୍ଷର ପ୍ରାୟ ୫୦୦ ଜଣ ଏହି ମାରାଥନରେ ଯୋଗ ଦେଇଥିଲେ । ଏହି ମାରାଥନ୍‌ରେ ଓଡିଶା ପୋଲିସ୍ ବିଭାଗର ଏଡିଜି ଲଳିତ ଦାସ, ସେମ୍ଭୋକ୍ତି ପ୍ରତିଷ୍ଠାତା ତଥା ସିଇଓ ଜଜାତି ବାଡ଼ୁ, କଳିଙ୍ଗ ରନର୍ସର ପ୍ରେସିଡେନ୍ଟ ଦୁଃଖୀଶ୍ୟାମ ପାଢୀ, କଳିଙ୍ଗ ରନର୍ସର ସେକ୍ରେଟାରୀ ସଂଗ୍ରାମ କେଶରୀ ଜେନା, ରେସ୍‌ର ଡାଇରେକ୍ଟର ଦିପକ କୁମାର ମିଶ୍ର, ଉପ ସଭାପତି ସ୍ଵାତୀ ମହାନ୍ତି, ସହ ସଚିବ ଅୟସକାନ୍ତ ମହାନ୍ତି, କୋଷାଧ୍ୟକ୍ଷ ଅନିଲ ମହାପାତ୍ରଙ୍କ ସମେତ ସମସ୍ତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ । କଳିଙ୍ଗ ରନର୍ସର ପ୍ରେସିଡେନ୍ସ ଦୁଃଖୀଶ୍ୟାମ ପାଢୀ କହିଲେ, କଳିଙ୍ଗ ରନର୍ସ ୨୦୧୭ ମସିହାରେ ଏହାର ପ୍ରଥମ ମାରାଥନ୍ ହୋଇଥୁଲା । କିନ୍ତୁ ଚଳିତ ବର୍ଷ ଶହଶହ ସଂଖ୍ୟାରେ ଛାତ୍ର, ଯୁବକ, ମହିଳା, ବୃଦ୍ଧା ଏହି ଗଣଦୌଡରେ ଅଂଶଗ୍ରହଣ କରି ଆମ୍ଭମାନଙ୍କୁ ବହୁମାତ୍ରାରେ ଉତ୍ସାହିତ କରିଥିଲେ । ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ଅନ୍ୟନ୍ୟ ବିଭାଗରେ ଭଲ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନଙ୍କୁ ମଧ୍ୟ ଉତ୍ସାହମୂଳକ ପୁରସ୍କାର ପ୍ରଦାନ କରାଯାଇଛି । କଳିଙ୍ଗ ରନର୍ସର ସେକ୍ରେଟାରୀ ସଂଗ୍ରାମ କେଶରୀ ଜେନା ପୋଲିସ୍‌ ଏବଂ ସମସ୍ତ ପ୍ରତିଯୋଗୀ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ଏହି ସେକ୍ସି ଭୁବନେଶ୍ଵର ସିଟି ମାରାଥନ୍‌କୁ ସଫଳ ଭାବେ ସମାପ୍ତ ହୋଇଛି । ଏଥିରେ ଓଡିଶାର ଜନସାଧାରଣ ବହୁସଂଖ୍ୟାରେ ଯୋଗଦାନ କରିଥିଲେ ତତ୍ ସହିତ ଆମେ ଏହିଭଳି ମାରାଥନ୍ ଆଗାମୀ ବର୍ଷ ମଧ୍ୟରେ କରିବୁ ବୋଲି ଆଶା ରଖିଛୁ।

Leave A Reply

Your email address will not be published.