ଖୋଲାଫର୍ଦ ପ୍ରକାଶ କରେ ଖୋଲା କଥା
ସାପ୍ତାହିକରୁ ହେବ ଖୁଵ ଶୀଘ୍ର ଦୈନିକ

0 210

ଭୁବନେଶ୍ୱର 26/02 ( ପ୍ରତ୍ୟୁଷା ବ୍ୟୁରୋ )ଦୀର୍ଘ ବତିଶ ବର୍ଷ ଧରି ପ୍ରକାଶ ପାଇ ଆସୁଥିବା ସବୁଜ ଓଡିଶା ର ଖୋଲା ଫର୍ଦ ଆଜି ହୋଟେଲ ନ୍ୟୁ ମାରିୟନ ଠାରେ ତା ‘ରପୂର୍ତ୍ତି ଉତ୍ସବ ପାଳନ ପାଳନ କରିଛି l ଏହି ଅବସରରେ ମନ୍ତ୍ରୀ ସମୀର ରଞ୍ଜନ ଦାସ, ମନ୍ତ୍ରୀ ଅଶ୍ୱିନୀ ପାତ୍ର , ସାଂସଦ ମୁନା ଖାନ,ସଚିବ ବିଷ୍ଣୁ ପଦ ସେଠି, ସଚିବ ଦଶରଥୀ ଶତପଥୀ ବରିଷ୍ଠ ସମ୍ପାଦକ ବିଜୟ କେତନ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l ଅତିଥି ମାନେ ସେମାନଙ୍କ ଅଭିଭାଷଣରେ ଖୋଲା ଫର୍ଦ ର ଖବର ପରିବେଷଣ ଶୈଳୀକୁ ପ୍ରଶଂସା କରିବା ସହିତ ନିର୍ଭିକତାକୁ ଧନ୍ୟବାଦ ଦେଇଥିଲେ l ଖୋଲା ଫର୍ଦ ଖୋଲା କଥା ଲେଖି ସୁବର୍ଣ୍ଣ ଜୟନ୍ତୀ ପାଳନ କରୁ l ସାପ୍ତାହିକ ରୁ ଦୈନିକ ହେଉ ବୋଲି ସବୁ ବକ୍ତା ମତ ବ୍ୟକ୍ତ କରିଥିଲେ l ସଫଳତାର ବତିଶ ବର୍ଷ ବାର୍ଷିକୀ ଉତ୍ସଵ ଅବସରରେ ଖୋଲା ଫର୍ଦ କୃତୀ ପ୍ରତିଭା ମାନଙ୍କୁ ଉତ୍ତରୀୟ ମାନପତ୍ର ପୁଷ୍ପ ଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଉତ୍ସବରେ ଖୋଲା ଫର୍ଦର ସମ୍ପାଦକ ବିମଳ ଭଞ୍ଜଦେଓ ସଭାପତିତ୍ବ କରିଥିଲେ ।

Leave A Reply

Your email address will not be published.