CARE connect program ମାଧ୍ୟମରେ ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଭାବ ବିନିମୟ

0 142

ଭୁବନେଶ୍ୱର, ୪-୩-୨୩, ( ପ୍ରତ୍ୟୁଷା ବ୍ୟୁରୋ)-: ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇଁ ସୁପରିଚିତ ଥିବା କେୟାର ହସ୍ପିଟାଲ ପକ୍ଷରୁ ଏକ ଭାବ ବିନିମୟ କାର୍ଯ୍ୟକ୍ରମ CARE connect programର ଆୟୋଜନ କରାଯାଇଥିଲା । ଏଥିରେ ହାର୍ଟ ସର୍ଜରୀ ହୋଇଥିବା ଶିଶୁ ଓ ତାଙ୍କ ଅଭିବାବକମାନେ ଡାକ୍ତରଙ୍କ ସହ ଚିକିତ୍ସା ପରବଂ ଯତ୍ନ , ଜୀବନଶୈଳୀ ଖାଦ୍ୟପେୟ ଏବଂ ଅନ୍ୟ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନେକ ରୋଗୀ ଯୋଗ ଦେଇଥିଲେ । ପ୍ରଥମ ଥର ପାଇଁ ହସ୍ପିଟାଲ ପରିସର ବାହାରେ ଏକ ଷ୍ଟାର ହୋଟେଲରେ ଏହି ଭଳି CARE connect କାଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯାହା ଫଳରେ ଚିକିତ୍ସିତ ହୋଇଥିବା ଶିଶୁ ଓ ତାଙ୍କ ପରିବାର ସଦସ୍ୟମାନେ ନିଜ ନିଜ ଭିତରେ ଆଲୋଚନା କରିବା ସହିତ ଶିଶୁ ହୃଦଶଲ୍ୟ ବିଭାଗର ସୁପରିଚିତ ହାର୍ଟ ସର୍ଜନ ଡାକ୍ତର ପ୍ରଶାନ୍ତ ପ୍ରକାଶରାଓ ପାଟିଲ୍‌ଙ୍କ ସହ ନିଜର ଅନୁଭୂତି କହିପାରିଥିଲେ । ଏହି କାର୍ଯ୍ୟକ୍ରମରେ କେୟାର ହସ୍ପିଟାଲ ଭୁବନେଶ୍ୱର ଶାଖାର ଏସିଓଓ ଶ୍ରୀଯୁକ୍ତ କିଶଲେୟ ଆନନ୍ଦ, ବିଜନେସ୍ ଡେଭଲପମେ • ବିଭାଗର ମୁଖ୍ୟ ଡକ୍ଟର ଲୋକନାଥ ଦାଶ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ସମ୍ପର୍କରେ କେୟାର ହସ୍ପିଟାଲ ଭୁବନେଶ୍ୱର ଶାଖାର ଏସିଓଓ ଶ୍ରୀଯୁକ୍ତ କିଶଲେୟ ଆନନ୍ଦ କହିଛନ୍ତି, ହୃଦ୍‌ରୋଗ ଚିକିତ୍ସାରେ କେବଳ ଓଡ଼ିଶାରେ ପୂର୍ବ ଭାରତରେ ସୁପରିଚିତ ଥିବା କେୟାର ହସ୍ପିଟାଲ୍‌ରେ ସମସ୍ତ ପ୍ରକାର ଶିଶୁ ହୃଦ୍‌ରୋଗର ସଫଳ ଚିକିତ୍ସା ଉପଲବ୍ଧ । ପ୍ରତି ମାସରେ ଅନେକ ଛୋଟ ପିଲା ଏଠାରେ ଚିକିତ୍ସିତ ହୋଇ ଏକ ସୁସ୍ଥ ଜୀବନ ଅତିବାହିତ କରୁଛନ୍ତି । ଏହି ଭଳି କାର୍ଯ୍ୟକ୍ରମ ଫଳରେ ରୋଗୀ ଓ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସଙ୍କ ମଧ୍ୟରେ ଏକ ସୁସମ୍ପର୍କ ସୃଷ୍ଟି ହୋଇପାରିବ । ସେହିଭଳି ବରିଷ୍ଠ ଶିଶୁହୃଦଶଲ୍ୟ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ ପ୍ରକାଶରାଓ ପାଟିଲ୍ କହିଥିଲେ, କେୟାର ହସ୍ପିଟାଲରେ ଦକ୍ଷ ଓ ଅଭିଜ୍ଞ ଡାକ୍ତର ଓ ତାଙ୍କ ଟିମ୍ ସମସ୍ତ ପ୍ରକାର ଶିଶୁରୋଗର ସଫଳ ଚିକିତ୍ସା କରୁଛନ୍ତି ।

Leave A Reply

Your email address will not be published.