ଶ୍ରୀ ଧରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବୃହତ୍ ଛାତ୍ରବୃତ୍ତି ପ୍ରତିବଦ୍ଧତା ଘୋଷଣା

0 137

ଭୁବନେଶ୍ବର, 29.12.22 (ପ୍ରତ୍ୟୁଷା ବ୍ୟୁରୋ):ଘୋଷଣା ୨୦୨୨-୨୩ ବର୍ଷ ପାଇଁ ୫୦୦୦ ୟୁଜି, ୧୦୦ ପିଜି ଛାତ୍ରବୃତ୍ତି; ଆଗାମୀ ୧୦ ବର୍ଷରେ ୫୦,୦୦୦ରୁ ଊର୍ଦ୍ଧ୍ୱ ଛାତ୍ରବୃତ୍ତି ପ୍ରଦାନ ଯୋଜନା -ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଅଥଚ ମେଧାବୀ ଛାତ୍ରଛାତ୍ରୀଙ୍କୁ ଯେକୌଣସି କ୍ଷେତ୍ରରେ ସ୍ନାତକ ପାଠ ପଢିବା ନିମନ୍ତେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି -ଯୋଗ୍ୟତା ଆଧାରିତ ସ୍ନାତକୋତ୍ତର ଛାତ୍ରବୃତ୍ତିରେ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦିଆଯିବ । ଇଞ୍ଜିନିୟରିଂ, ପ୍ରାଦ୍ୟୋଗିକୀ ଏବଂ ଜୀବ ବିଜ୍ଞାନର ବଛା ବଛା କ୍ଷେତ୍ରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି -ସମଗ୍ର ଭାରତରୁ ଏଥିପାଇଁ ଆବେଦନପତ୍ର ଆହ୍ୱାନ କରାଯାଉଛି । ଆବେଦନ କରିବାର ଶେଷ ତାରିଖ ୧୪ ଫେବୃଆରୀ ୨୦୨୩ -ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ନିତା ଅମ୍ବାନି କହିଛନ୍ତି, ଭାରତର ଗୌରବାବହ ଅଭିବୃଦ୍ଧି କାହାଣୀ ରଚନା କରିବାକୁ ଭାରତର ଯୁବବର୍ଗଙ୍କ ନିକଟରେ ରହିଥିବା ସାମର୍ଥ୍ୟ ଉପରେ ଆମର ଥିବା ବିଶ୍ବାସକୁ ଏହି ଛାତ୍ରବୃତ୍ତି ପ୍ରତିଫଳିତ କରୁଛି -ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ସମ୍ପ୍ରତି ଉଚ୍ଚଶିକ୍ଷା ନିମନ୍ତେ ଭାରତରେ ଅନ୍ୟତମ ସର୍ବବୃହତ ଛାତ୍ରବୃତ୍ତି ପ୍ରୟାସ ହୋଇଛି ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ପ୍ରତିଷ୍ଠାତା-ଚେୟାରମ୍ୟାନ୍ ଶ୍ରୀ ଧରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ ଆଗାମୀ ୧୦ ବର୍ଷରେ ୫୦,୦୦୦ ଛାତ୍ରବୃତ୍ତି ପ୍ରଦାନ କରିବ । ଭାରତରେ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ । ଏହି ଛାତ୍ରବୃତ୍ତି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଯୁବବର୍ଗଙ୍କ ନିମନ୍ତେ ରହିଥିବା ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛି । ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ରିଲାଏନ୍ସ ଫାଉଣ୍ଡେସନ ଆର୍ଥିକ ଦୁର୍ବଳ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସ୍ନାତକ ଶ୍ରେଣୀରେ ଅଧ୍ୟୟନ କରୁଥିବା ୫୦୦୦ ଜଣଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରିବ ।

Leave A Reply

Your email address will not be published.