ନିଖିଳ ଓଡ଼ିଶା ଠିକାଦାର କଲ୍ୟାଣ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ।

0 268

ଭୁବନେଶ୍ୱର, 30.12.22 (ପ୍ରତ୍ୟୁଷା ବ୍ୟୁରୋ): ରାଜ୍ୟ ସରକାର ହାତକୁ ନେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ସୁଖରୁ ରୂପେ ସମ୍ପାଦନ କରିବା ଓ ଠିକାଦାରମାନେ କର୍ମକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ନାନାଦି ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ଏହାର ସମାଧାନର ପନ୍ଥା ବାହାର କରାଯାଇଛି ବୋଲି ନିଷ୍ପାଳ ଓଡ଼ିଶା ଠିକାଦାର କଲ୍ୟାଣ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି । ଶୁକ୍ରବାର ଦିନ ସ୍ଥାନୀୟ ଓଏଏସ୍ ଭବନଠାରେ ସଂଘର ସଭାପତି ଜଗଦୀଶ ପାତ୍ରଙ୍କ ଅଧ୍ୟତାରେ ଅନୁଷ୍ଠିତ ବୈଠକରେ ଶତାଧ୍ଵକ କର୍ମକର୍ତ୍ତା ଯୋଗଦେଇ ରାଜ୍ୟ ସରକାରଙ୍କ ସହ ମିଶି ବିକାଶ ବା କଲ୍ୟାଣମୂଳକ କାର୍ଯ୍ୟଗୁଡ଼ିକୁ ସୂଗରୁ ରୂପେ ସମ୍ପାଦନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି କର୍ମକ୍ଷେତ୍ରରେ ଠିକାଦାରମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ସରକାରଙ୍କୁ ବିଧ୍ଵବଦ୍ଧ ଭାବରେ ଅବଗତ କରାଯିବ । ସେହିପରି ଜଳ ଯୋଗାଣ କାର୍ଯ୍ୟରେ ନିୟୋଜିତ ଠିକାଦାରମାନେ ଯେପରି ରାସ୍ତା ଓ ଗୃହ ନିର୍ମାଣ କାର୍ଯ୍ୟ କରିପାରିବେ, ସେଥ୍ପାଇଁ ସରକାର ପଦକ୍ଷେପ ନେବାକୁ ସଂଘ ତରଫରୁ ଦାବି କରାଯାଇଛି । ଏ ନେଇ ସଂଘର ଏକ ପ୍ରତିନିଧ୍ଵ ଦଳ ଖୁବ୍‌ଶୀଘ୍ର ମୁଖ୍ୟ ଶାସନ ସଚିବ ଓ ନଗର ଉନ୍ନୟନ ସଚିବଙ୍କୁ ଭେଟି ନିଜର ଦାବି ସମ୍ପର୍କରେ ଆଲୋଚନା କରିବ । ଏହାଛଡ଼ା ସମାଜର ମୁଖ୍ୟ ସ୍ରୋତରେ ଠିକାଦାରମାନେ ନିଜକୁ ସାମିଲ କରିବା ସହ ନିଜର ସାମାଜିକ ଦାୟିତ୍ଵ ଭାବେ ଆଗାମୀ ଦିନରେ ବ୍ୟାପକ ବୃକ୍ଷରୋପଣ କରାଯିବା ସହିତ ରକ୍ତଦାନ ଶିବିରମାନ ଆୟୋଜନ କରି ରକ୍ତର ଅଭାବ ଜନିତ ସମସ୍ୟାକୁ ଦୂର କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି ବୋଲି ସଂଘର ସଭାପତି ଶ୍ରୀ ଜଗଦୀଶ ପାତ୍ର ଏକ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ।

Leave A Reply

Your email address will not be published.