ପ୍ରଜାପତି ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ, ଓଁ ନିବାସ, (ୟୁନିଟ -ନଅ )ପକ୍ଷରୁ ଆସନ୍ତା ନଭେମ୍ବର ୨୭ ତାରିଖ ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ, ଦିବ୍ୟ ମହାକୁମ୍ଭ ମେଳା

0 131

ଭୁବନେଶ୍ବର ସ୍ଥିତ (ୟୁନିଟ -ତିନ) 26.1122 (ପ୍ରତ୍ୟୁଷା ବ୍ୟୁରୋ):

ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ । ଓଡ଼ିଶାରେ ପ୍ରଥମଥର ପାଇଁ ବ୍ରହ୍ମାକୁମାରୀ ସଂସ୍ଥା ଦ୍ବାରା ଆୟୋଜିତ ଏହି ମେଳା,ପ୍ରତ୍ୟେକ ଦିନ ସକାଳ ନଅ ଟାରୁ ଆରମ୍ଭ ହୋଇ ରାତ୍ରୀ ନଅ ଘଟିକା ପର୍ଯ୍ୟନ୍ତ ଚାଲିବ । ଓମ ନିବାସ ର ସଂଚାଳିକା ରାଜଯୋଗିନୀ ବ୍ରମହାକୁମାରୀ ଗୀତା, ଏହି ମେଳାର ଉଦ୍ଦେଶ୍ୟ ସହିତ ଏହାର ଆକର୍ଷଣ ଏବଂ ଅନେକ ବିଷୟ ଉପରେ, ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ…। ଏହି ସମ୍ମିଳନୀ ରେ, ବି.କେ ଧରିତ୍ରୀ, ବି.କେ ତ୍ରିପୁରା , ବିକେ କଲ୍ୟାଣୀ , ବିକେ ଶୋଭା , ବିକେ ସ୍ମୃତି , ବିକେ ଅରୁଣ, ବିକେ ନବ, ବିକେ ରାମ, ବିକେ ସୁରେନ୍ଦ୍ର, ବିକେ ନିର୍ମଳ ପ୍ରମୁଖ ଉପସ୍ଥିତ ଥିଲେ… ଏହି ମେଳାର ମୁଖ୍ୟ ଆକର୍ଷଣ ହେବ ଲାଇଟ ଏବଂ ସାଉଣ୍ଡ ଶୋ , ହାଲୋଗ୍ରାଫିକ ଶୋ, ଚୈତନ୍ୟ ମହାପ୍ରଭୁ ଙ୍କ ନବଦେବୀଙ୍କର ଝାଙ୍କି , ଲେଜ଼ର ଶୋ , ସାଗର ମନ୍ଥନର ଫୋର.ଡି ଶୋ, ଅମରନାଥ ଯାତ୍ରା, ରାଜଯୋଗ ଧ୍ୟାନ, ମାଜିକ ଶୋ ଏବଂ ଯୁବ ତଥା ଛାତ୍ର ଛାତ୍ରୀମାନଙ୍କ ପାଇଁ ମନର ଏକାଗ୍ରତା ବୃଦ୍ଧି ନିମନ୍ତେ ଭ୍ୟାଲୁ ଗେମସ ଏବଂ ବ୍ୟକ୍ତିତ୍ଵ ବିକାଶ ଷ୍ଟଲ ପ୍ରବୃତ୍ତି…ଏହା ବ୍ୟତୀତ ଧରା ପୃଷ୍ଠରେ ସ୍ଵର୍ଗ, ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସଚେଚେତନା କାର୍ଯ୍ୟକ୍ରମ ସହ ପ୍ରତି ସନ୍ଧ୍ୟାରେ ବିଭିନ୍ନ ବିଷୟ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ…ଏହି ମେଳାରେ ପ୍ରବେଶ ସମ୍ପୂର୍ଣ୍ଣ ନିଃଶୁଳ୍କ ଅଟେ… ତେଣୁ ଏହି ମେଳାରେ ବହୁଳ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ, ଏହିପରି ଏକ ନିଆରା ଆଧ୍ୟାତ୍ମିକ ମେଳା ରେ ଯୋଗଦାନ ପୂର୍ବକ,ପ୍ରଭୁ କୃପା ଲାଭ କରିବାକୁ ଓମ ନିବାସ ପକ୍ଷରୁ ବ୍ରମହାକୁମାରୀ ଗୀତା, ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି

Leave A Reply

Your email address will not be published.