ମହିନ୍ଦ୍ରା ପକ୍ଷରୁ ଟିଆର୍‌ଏସ୍ ଇଞ୍ଜିନିୟରିଂରେ ନୂଆ ‘ଜି୭୫ ସ୍ମାର୍ଟ’ ମୋଟର୍ ଗ୍ରେଡର୍‌ର ଶୁଭାରମ୍ଭ

0 164

ଭୁବନେଶ୍ୱର , 20/11/22 (ପ୍ରତ୍ୟୁଷl): ମହିନ୍ଦ୍ରା ଗ୍ରୁପ୍‌ର ଏକ ଅଂଶ ତଥା ମହିନ୍ଦ୍ରାର କନ୍‌ଷ୍ଟ୍ରକ୍‌ଶନ ଇକ୍ୟୁପ୍‌ଟ୍ ଡିଭିଜନ (ଏମ୍‌ସିଇ) ପକ୍ଷରୁ ଆଜି ବ୍ରାଣ୍ଡ-ନ୍ୟୁ ମହିନ୍ଦ୍ରା ରୋଡ୍ମାଷ୍ଟର୍ ଜି ୭୫ ସ୍ମାର୍ଟ- ‘ପ୍ରଫିଟ୍ କା ପାର୍ଟନର୍’ର ଶୁଭାରମ୍ଭ ସହିତ ଏହାର ସଡକ ନିର୍ମାଣ ଉପକରଣ ଶୃଙ୍ଖଳାର ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି । ଡିଏମ୍ କନ୍‌ଭେନ୍‌ଶନ, ଆଇଗିଣିଆଠାରେ ମହିନ୍ଦ୍ରାର ଅଥୋରାଇଜ୍‌ ଡିଲର୍ ଟିଆର୍ଏସ୍ ଇଞ୍ଜିନିୟରିଙ୍ଗ୍ ପକ୍ଷରୁ ଏକ ସମ୍ମିଳନୀର ଆୟୋଜନ କରାଯାଇ ଓଡିଶା ବଜାରରେ ପ୍ରବେଶ କରିବାକୁ ଥିବା କମ୍ପାନୀର ଏହି ନୂତନ ଉତ୍ପାଦର ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହେଡ୍ ଅଫ୍ କଷ୍ଟମର୍ କେୟାର ରାଜେନ୍ଦ୍ର ଆଷ୍ଟକର, ବ୍ରାଣ୍ଡ ହେଡ୍- ରବି ଶର୍ମା, ଜୋନାଲ ସେଲ୍ସ ହେଡ୍ ଏସ୍. ରାଜୁ, ହେଡ୍ ଅଫ୍ ଜୋନାଲ କଷ୍ଟମର କେୟାର, ସନ୍ଦିପ୍ ଘୋଷ, ଟିଆର୍‌ଏସ୍ ଇଞ୍ଜିନିୟରିଂର ପରିଚାଳନା ନିର୍ଦ୍ଦେଶକ, ଦେବଦତ ରୟ ଓ ଓଡିଶାର ପୂର୍ବତନ ଡିଜିପି ସଞ୍ଜୀବ ମାରିକ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉନ୍ମୋଚନ ଅବସରରେ ମହିନ୍ଦ୍ରାର ହେଡ୍ ଅଫ୍ କଷ୍ଟମର୍ କେୟାର, ରାଜେନ୍ଦ୍ର ଆର୍ଟେକର କହିଛନ୍ତିଯେ, ‘ମହିନ୍ଦ୍ରାରେ ଆମେ ଆମର ଗ୍ରାହକଙ୍କୁ ଡ଼ିସରପଟିଭ୍ ପ୍ରଡ଼କ୍ଟ ଓ ସେବା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛୁ ଏବଂ ଆଜି ଆମେ ଦ୍ରୁତ ଅଭିବୃଦ୍ଧିଶୀଳ ସଡକ ନିର୍ମାଣ ଉପକରଣ ବର୍ଗରେ ଆଉ ଏକ ଉତ୍ପାଦ ଉଦ୍ଭାବନ ‘ ମହିନ୍ଦ୍ରା ରୋଡ୍ମାଷ୍ଟର୍ ଜି୭୫ ସ୍ମାର୍ଟ ମୋଟର ଗ୍ରେଡର୍’ର ଶୁଭାରମ୍ଭ କରିଛୁ । ଏହାକୁ ରାଷ୍ଟ୍ର ନିର୍ମାଣରେ ସହଭାଗିତା ରଖୁଥିବା କଂଟ୍ରାକ୍ଟର ଭାଇମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ଭାରତରେ ପରିକଳ୍ପନା ଓ ବିକଶିତ କରାଯାଇଛି । ଆମର ଲକ୍ଷ୍ୟ ହେଉଛି ରାଷ୍ଟ୍ର ନିର୍ମାଣରେ ସହଭାଗିତା ରଖୁଥିବା କଂଟ୍ରାକ୍ଟର ଭାଇମାନଙ୍କ ସବ୍-ଅପ୍ଟିମାଲ ଗ୍ରେଡିଙ୍ଗ୍ ପ୍ରାକ୍ଟିସ୍‌ରୁ ମୁକ୍ତ କରିବା, ସେମାନଙ୍କୁ ମେକାନାଇଜେଶନ ପାଇଁ ଅପ୍‌ଗ୍ରେଡ୍ କରିବା ଏବଂ ରାଷ୍ଟ୍ର ନିର୍ମାଣରେ ଯୋଗ ଦେବା ପାଇଁ ସକ୍ଷମ କରିବା ।

Leave A Reply

Your email address will not be published.