ବ୍ରହ୍ମାକୁମାରୀ ଆଶ୍ରମ ଦ୍ବାରା “ଜାତୀୟ ସାମ୍ବାଦିକତା ଦିବସ” ଉପଲକ୍ଷେ ସାମ୍ବାଦିକ ମାନଙ୍କର ଏକ ସେମିନାର ଆୟୋଜିତ

0 126

ତା. ୨୦. ୧୧.୨୦୨୨ (ଭୁବନେଶ୍ଵର) , ପ୍ରତ୍ୟୁଷା ନ୍ୟୁଜ: “ଜାତୀୟ ସାମ୍ବାଦିକତା ଦିବସ” ଉପଲକ୍ଷେ ସ୍ଥାନୀୟ ଆଠନମ୍ବର ସ୍ଥିତ ପ୍ରଜାପିତା ବିଶ୍ବବିଦ୍ୟାଳୟ ଦ୍ଵାରା “ସ୍ଥାୟୀ ଓ ସ୍ଵାଧୀନ ପତ୍ରକାରିତା ନିମନ୍ତେ ଆଧ୍ୟାତ୍ମିକତାର ଆବଶ୍ୟକତା” ବ୍ରହ୍ମାକୁମାରୀ ଈଶ୍ଵରୀୟ (spirituality essential for media freedom and sustainability ) ଶୀର୍ଷକ ଏକ ସେମିନାର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଭ୍ରାତା ଶ୍ରୀରାମ ଦାଶ, ବିଶେଷ ଅତିଥୁ ଭାବରେ, ଦୂରଦର୍ଶନ ସମାଚାର, ନୂଆଦିଲ୍ଲୀର ଭ୍ରାତା ମନୀଶ ବାଜପେୟୀ, ସମ୍ମାନନୀୟ ଅତିଥ ଭାବରେ, କାଦମ୍ବିନୀ ପତ୍ରିକାର ଏଡିଟର (ସଂପାଦିକା) ଡଃ. ଇତିରାଣୀ ସାମନ୍ତ, ବହ୍ମାକୁମାରୀ ପୁନମ ବର୍ମା, ଫରିଦାବାଦ୍ ପ୍ରମୁଖ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ବ୍ରହ୍ମାକୁମାରୀ, ମିଡିଆ ପ୍ରଭାଗର ରାଷ୍ଟ୍ରୀୟ ସଂଯୋଜକ ବ୍ରହ୍ମାକୁମାର ସୁଶାନ୍ତ ଭାଇ ଯୋଗ ଦେଇଥିଲେ । ନିଜ ନିଜ ବକ୍ତବ୍ୟ ଆଧାରରେ ପତ୍ରକାରିତାର ମହତ୍ଵପୂର୍ଣ୍ଣ ଭୂମିକା ସହିତ ସେମାନଙ୍କର ଅନେକ ସମସ୍ୟାଗୁଡ଼ିକ ପ୍ରତି ଏହି ସେମିନାରରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସମାଜରେ ଯେଉଁସବୁ ବର୍ଗ ବ୍ୟବସାୟ ଅଥବା ଦୃରି ରହିଛି ସେମାନଙ୍କ ମଧ୍ୟରେ ପତ୍ରକାରମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଅଟେ । ଏହା ସତ୍ୟ ଯେ, ଗଣମାଧ୍ୟମ ସଂବିଧାନର ଏକ ଅଙ୍ଗ ନୁହେଁ ତେବେ ବି ଏହା ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ଭାବରେ ମହତ୍ଵ ରଖୁଥାଏ ବୋଲି ସମସ୍ତେ ସ୍ଵୀକାର କରିଥାନ୍ତି । କାରଣ ସମ୍ବିଧାନର ବୈଧାନିକ ଅଙ୍ଗମାନଙ୍କ ଦ୍ଵାରା କରାଯାଉଥିବା ସାମ୍ବିଧାନିକ ନିୟମର ଉଲଂଘନ, ଗଣତାନ୍ତ୍ରିକ ମୂଲ୍ୟର ଅବକ୍ଷୟ ଅଥବା ମାନବୀୟ ଅଧିକାରକୁ ହତ୍ୟା କରାଯାଉଥିବା ଘଟଣା ଗୁଡ଼ିକର ରହସ୍ୟ ଉନ୍ମୋଚନ କରିବା ସଫଳ ସାମ୍ବାଦିକତାର ଦାୟିତ୍ଵ । ଏଠାରେ ସାମ୍ବାଦିକ ମାନଙ୍କର ସୁରକ୍ଷା ପ୍ରସଙ୍ଗ ମନକୁ ଆନ୍ଦୋଳିତ କରେ ଯାହା ସ୍ବାଧୀନ ପତ୍ରକାରିତା ପାଇଁ ବଡ଼ ଆହ୍ବାନ ଏବଂ ସାମାଜିକ ବିଡ଼ମ୍ବନା ମଧ୍ୟ ।

Leave A Reply

Your email address will not be published.