ହୋଟେଲ ସ୍ବସ୍ତି ପ୍ରିମିୟମ ରେ ଆଜି ଠୁ ଆରମ୍ଭ ହୋଇଛି ଇଟାଲିଆନ ଫୁଡ୍ ଫେଷ୍ଟିଭାଲ୍।

0 175

ଭୁବନେଶ୍ବର, 18.11.22 (ପ୍ରତ୍ୟୁଷା ବ୍ୟୁରୋ):ଗୁରମିଟ ରେଷ୍ଟୁରାଣ୍ଟ ରେ ଆଜି ଠୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି “ଇଟାଲିଆନ ଫୁଡ୍ ଫେଷ୍ଟିଭାଲ୍” । ବିଶେଷକରି ସହର କୁ ଆସୁଥିବା ଗ୍ରାହକ ଙ୍କ ପାଇଁ ଏହି ଫୁଡ ଫେଷ୍ଟିଭାଲ୍ ଆରମ୍ଭ କରିଛି ସ୍ବସ୍ତି ପ୍ରିମିୟମ।ଓଡ଼ିଆ ସେଫ ମାନେ ନିଜେ ପ୍ରସ୍ତୁତ କରିଛନ୍ତି ଏହି ଖାଇବା ।ଏହି ଫେଷ୍ଟିଭାଲ ରେ ଚିକେନ ବେଲ ପିପର ବ୍ରୋକୋଲି ପିଜା , ସାଲାଡ଼ କବୋସ୍,ଲେମନ୍ ଚିକେନ ପିକାଟା, ଲ୍ୟାମ୍ପ ଚପ ଭଳି ବହୁ ଆଇଟମ ରହିଛି ।ଏଥିସହ ଭେଜ, ନନ ଭେଜର ବିଭିନ୍ନ ପାରମ୍ପାରିକ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଇଛି ।୨୪୯ ଟଙ୍କା ରୁ ଆରମ୍ଭ ହୋଇ ରୁ ପ୍ରାଇସ ରେଟ୍ ବେଶ୍ ନର୍ମାଲ ରହିଛି । ଏଣୁ ଏହି ୧୦ ଦିନରେ ସହରକୁ ଆସୁଥିବା ବ୍ୟକ୍ତି ବିଶେଷ ମାନେ ଏହି “ଫୁଡ୍ ଫେଷ୍ଟିଭାଲ୍” ରେ ଲଂଚ ଓ ଡିନର ରେ ଖାଦ୍ୟ ର ମଜା ନେଇ ପାରିବେ ବୋଲି ସ୍ବସ୍ତି ପ୍ରିମିୟମ ପକ୍ଷରୁ ଆମନ୍ତ୍ରଣ କରାଯାଇଛି ।

Leave A Reply

Your email address will not be published.