ସାମ୍ବାଦିକମାନଙ୍କ ପାଇଁ “ ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ଲେଖୁ ଏବଂ ରିପୋଟିଂ କରିବା” ଶୀର୍ଷକ ଏକ କର୍ମଶାଳା ଆୟୋଜିତ ।

0 137


ଭୁବନେଶ୍ୱର, ୨୫ ଅଗଷ୍ଟ ୨୦୨୨ (ପ୍ରତ୍ୟୁଷା ବ୍ୟୁରୋ): ଗଣମାଧ୍ୟମରେ ଲିଙ୍ଗଗତ ସମାନତା ତଥା ସମ୍ବେଦନଶୀଳତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୟୁନିସେଫ୍, ଓଡ଼ିଶା ତରଫରୁ ଆଜି ସ୍ଥାନୀୟ ହୋଟେଲ କ୍ରାଉନ ଆନୁକୂଲ୍ୟରେ ସାମ୍ବାଦିକମାନଙ୍କ ପାଇଁ “ ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ଲେଖିବା ଏବଂ ରିପୋଟିଂ କରିବା” ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଥିଲା ।


କର୍ମଶାଳାର ଆରମ୍ଭରେ ୟୁନିସେଫ୍ ଓଡ଼ିଶାର ଯୋଗାଯୋଗ ତଥା ଆଡ଼ଭୋକାସୀ ବିଶେଷଜ୍ଞ ଶ୍ରୀମତୀ ରାଧୋକା ଶ୍ରୀବାସ୍ତବ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ ଆଜିର ପ୍ରସଙ୍ଗକୁ ଉପସ୍ଥାପିତ କରିଥିଲେ । ୟୁନିସେଫ୍ ଓଡ଼ିଶା କ୍ଷେତ୍ରୀୟ ଅଫିସର ମୁଖ୍ୟ ଡଃ. ମୋନିକା ନିଲସନ ମଧ୍ୟ ଗଣମାଧ୍ୟମକୁ ସମ୍ବୋଧୃତ କରି ଲିଙ୍ଗଗତ ସମାନତା ଉପରେ ୟୁନିସେଫ୍‌ର ପ୍ରତିବଦ୍ଧତା ବିଷୟରେ କହିଥିଲେ । ୟୁନିସେଫ୍ ନୂଆଦିଲ୍ଲୀର ଲିଙ୍ଗଗତ ବିଶେଷଜ୍ଞ ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ପ୍ରମୁଖ ବା । ପ୍ରଦାନ କରିଥିଲେ । ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌ର ବରିଷ୍ଠ ଖବର ସମ୍ପାଦିକା ଶ୍ରୀମତୀ କସ୍ତୁରୀ ରାୟ ସମଗ୍ର କର୍ମଶାଳାକୁ ପରିଚାଳନା କରିଥିଲେ ।


ସାମ୍ବାଦିକ ସମ୍ବାଦିକାମାନେ ଏହି କର୍ମଶାଳାକୁ କ’ଣ ଆଶା କରନ୍ତି ସେହି ସମ୍ପର୍କିତ ଅନୌପଚାରିକ ଆଲୋଚନାରୁ କର୍ମଶାଳା ଆରମ୍ଭ ହୋଇଥିଲା । ଏହି କର୍ମଶାଳାରେ ଉପସ୍ଥାପିତ ବୈଶ୍ଵକ ତଥ୍ୟ ଆଧାରରେ ଗଣମାଧ୍ୟମରେ କେବଳ ୨୩ ପ୍ରତିଶତ ବିଷୟବସ୍ତୁ ମହିଳାଙ୍କ ସହ ଜଡ଼ିତ ଥିବାବେଳେ ଅଧାରୁ କମ୍ କାହାଣୀ ମହିଳାମାନଙ୍କ ଦ୍ଵାରା ରିପୋର୍ଟ କରାଯାଇଥିଲା । ତଥ୍ୟ ଅନୁଯାୟୀ କେବଳ ୧୯ ପ୍ରତିଶତ ମହିଳାଙ୍କୁ ମୁଖପାତ୍ର ଭାବରେ ସ୍ଥାନିତ କରାଯାଇଥିଲା । ସାମ୍ବାଦିକ�

ଅଂଶଗ୍ରହଣକାରୀମାନେ ଲିଙ୍ଗଗତ ସମ୍ବେଦନଶୀଳତା ଉପରେ ରିପୋଟିଂ କରିବା ସମୟରେ ନିଜର କର୍ମକ୍ଷେତ୍ର ଏବଂ ବାହ୍ୟ ପରିବେଶରେ ସମ୍ମୁଖୀନ ହେଉଥିବା ଆହ୍ବାନ ଏବଂ ବାଧାବିଘ୍ନ ସମ୍ପର୍କରେ ଆଲୋଚନା ହୋଇଥିଲା, ବିଶେଷକରି ଗଣମାଧ୍ୟମ ସଂସ୍ଥାଗୁଡ଼ିକରେ ମହିଳାମାନଙ୍କୁ ନିଷ୍ପ ନେବାର ଅଧିକାର ପ୍ରଦାନ କରାଯାଇନଥାଏ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଗଣମାଧ୍ୟମକୁ ସମ୍ବୋଧୂତ କରିବା ଅବସରରେ ୟୁନିସେଫ୍‌ ଓଡ଼ିଶା କ୍ଷେତ୍ରୀୟ ଅଫିସର ମୁଖ୍ୟ ଡଃ. ମୋନିକା ନିଲସନ କହିଥିଲେ, “ ସମସ୍ତ ଶିଶୁଙ୍କ ଅଧିକାରକୁ ବଜାୟ ରଖିବା ପାଇଁ ୟୁନିସେଫ୍‌ର ଜନାଦେଶକୁ ହୃଦୟଙ୍ଗମ କରିବା ନିମନ୍ତେ ଲିଙ୍ଗଗତ ସମାନତା ଜରୁରୀ ଅଟେ । ଲିଙ୍ଗଗତ ପକ୍ଷପାତିତା ଉଭୟ ପୁଅ ଏବଂ ଝିଅଙ୍କର କ୍ଷତି ସାଧନ କରିଥାଏ ।

ବାଲ୍ୟବିବାହ, ଶୋଷଣ, ଶିଶୁ ଶ୍ରମିକ ପରି କୁପ୍ରଥା ଅନେକ ସମୟରେ ଲିଙ୍ଗଗତ ପକ୍ଷପାତିତା ଯୋଗୁଁ ପ୍ରଦର୍ଶିତ ଆଚରଣ ଏବଂ ଅଭ୍ୟାସର ଫଳାଫଳ । ବ ମାନ ଆମେ ମହାମାରୀରୁ ସମ୍ୟକ ମୁକ୍ତି ପାଇଥିବାରୁ, ଲିଙ୍ଗଗତ ସମାନତା ଉପରେ ଆଲୋଚନା କରିବା, ଭିନ୍ନ ଲିଙ୍ଗ ମଧ୍ୟରେ ସମ୍ପର୍କର ଶକ୍ତିକୁ ନିବିଡ଼ କରିବା, ଭେଦଭାବପୂର୍ଣ୍ଣ ନୀତି ଏବଂ ଲିଙ୍ଗଗତ ପ୍ରତିବନ୍ଧକକୁ ସମାଧାନ କରିବା ପାଇଁ ବ ମାନ ଏକ ଗୁରୁତ୍ଵପୂର୍ଣ୍ଣ ସମୟ ।” ଲିଙ୍ଗଗତ ବିଷୟ ଉପରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଶ୍ରୀମତୀ ଶ୍ରୀବାସ୍ତବ କହିଥିଲେ, “ବ୍ୟକ୍ତିର ମାନସିକତା ଏବଂ ଧାରଣାକୁ ପରିବ ନ କରିବାରେ ଗଣମାଧ୍ୟମ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ଲିଙ୍ଗଗତ ସମ୍ବେଦନଶୀଳତାକୁ ପ୍ରୋତ୍ସାହିତ କରୁଥିବା ଗଣମାଧ୍ୟମ ଏହାର ବହୁଳ ପ୍ରସାର କରିପାରିବା ସହିତ ଆମ ସମାଜରେ ପ୍ରଚଳିତ ପିତୃପୁରୁଷ ପ୍ରଥାକୁ ଆହ୍ବାନ କରିପାରିବ ।” ଆହୁରି ମଧ୍ୟ ସେ ଗଣମାଧ୍ୟମଗୁଡ଼ିକୁ ମହିଳାମାନଙ୍କର ସମାନ ପ୍ରତିନିଧୁତ୍ଵକୁ ସୁନିଶ୍ଚିତ କରିବା ସମୟରେ ମହିଳା ପ୍ରତିନିଧ୍ଵ ଏବଂ ମହିଳାଙ୍କ ଦୃଷ୍ଟିକୋଣକୁ ସମର୍ଥନ କରୁଥିବା ଉତ୍ସଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଅନୁରୋଧ କରିଥିଲେ। ଜଣେ ମହିଳାଙ୍କ ଦୃଷ୍ଟିକୋଣରୁ ଏକ ସମସ୍ୟାକୁ ଅନୁସନ୍ଧାନ କରିବା ଏବଂ ଏହାଦ୍ଵାରା ମହିଳାମାନେ କିପରି ଭାବରେ ପ୍ରଭାବିତ ହୁଅନ୍ତି ସେ ବିଷୟରେ ର

Leave A Reply

Your email address will not be published.