ସିଡନୀ ଠାରେ ବିଭିନ୍ନ ସ୍କୁଲ୍, ଉଚ୍ଚ ଶିକ୍ଷା ସଂସ୍ଥାନ ଏବଂ କୌଶଳ ପ୍ରଶିକ୍ଷଣ ସଂସ୍ଥା ଗୁଡିକୁ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାଥମିକ ଶିକ୍ଷା ଏବଂ ଡିଜିଟାଲ୍ ଶିକ୍ଷା କ୍ଷେତ୍ରରେ ଅଷ୍ଟ୍ରେଲିଆର ସର୍ବୋତମ ପ୍ରଥା ଏବଂ ସକାରାତ୍ମକ ଅନୁଭବ ଗୁଡିକୁ ଭାରତରେ ଅନୁସରଣ କରାଯାଇ ପାରିବ

0 163

ଭୁବନେଶ୍ବର, 22/08/22 (ପ୍ରତ୍ୟୁଷା ବ୍ୟୁରୋ):ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୨ ଅଗଷ୍ଟ ୨୦୨୨, ପିଆଇବି, ଦିଲ୍ଲୀ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଡନୀ ଠାରେ ବିଭିନ୍ନ ସ୍କୁଲ୍, ଉଚ୍ଚ ଶିକ୍ଷା ସଂସ୍ଥାନ ଏବଂ କୌଶଳ ପ୍ରଶିକ୍ଷଣ ସଂସ୍ଥା ଗୁଡିକର ପରିଦର୍ଶନ କରିଛନ୍ତି । ଶ୍ରୀ ପ୍ରଧାନ ଶିକ୍ଷା, ଗବେଷଣା, ଏବଂ କୌଶଳ ପ୍ରଶିକ୍ଷଣ କ୍ଷେତ୍ରରେ ହିପାକ୍ଷିକ ସମ୍ବନ୍ଧକୁ ସୁଦୃଢ଼ କରିବା ନିମନ୍ତେ ଅଷ୍ଟ୍ରେଲିଆକୁ ଚାରି ଦିନ ପାଇଁ ଗସ୍ତରେ ଯାଇଛନ୍ତି । ପ୍ରାରମ୍ଭିକ ବାଲ୍ୟ ଶିକ୍ଷାକୁ ସାର୍ବଜନୀନ କରିବା ନିମନ୍ତେ ସ୍କୁଲ୍‌ର ଉତ୍କୃଷ୍ଟ ସ୍ବରୂପ ଏବଂ ସର୍ବୋତମ ପ୍ରଥା ଗୁଡିକ ସମ୍ପର୍କରେ ବିଶେଷ ସୂଚନା ପ୍ରାପ୍ତ କରାଯିବାର ଅନ୍ତଦୃଷ୍ଟି ହାସଲ କରିବା ନିମନ୍ତେ ଶ୍ରୀ ପ୍ରଧାନ ମହାମହିମ ସାରା ମିଶେଲ୍, ଏମ୍‌ଏଲ୍‌, ନ୍ୟୁ ସାଉଥ ୱେଲ୍ସ, ଶିକ୍ଷା ଏବଂ ପ୍ରାରମ୍ଭିକ ବାଲ୍ୟ ଶିକ୍ଷା ମନ୍ତ୍ରୀଙ୍କ ସହିତ ନ୍ୟୁ ସାଉଥ ୱେଲ୍ସ ରାଜ୍ୟ ସ୍ଥିତ ଏକ ହୋମବୁଶ୍ ୱେଷ୍ଟ ପବ୍ଲିକ୍‌ ସ୍କୁଲ୍ ପରିଦର୍ଶନ କରିଥିଲେ । ସେ ସ୍କୁଲ୍‌ର ଯୁବ ଛାତ୍ର ଏବଂ ଶିକ୍ଷକ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ସେ ଉତ୍ସାହରେ ଭରା ସ୍ବାଗତ ସମ୍ବର୍ଦ୍ଧନା ଏବଂ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ସେମାନଙ୍କର ପ୍ରଶଂସା କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ, ପିଲା ମାନଙ୍କ ନିମନ୍ତେ ଶସ୍ତା, ସୁଲଭ ଏବଂ ସାର୍ବଜନୀନ ପ୍ରାରମ୍ଭିକ ଶିକ୍ଷା ହିଁ ଉତମ ଶିକ୍ଷଣର ପରିଣାମ ଏବଂ ସମସ୍ତ ଉଜ୍ଜଳ ଭବିଷ୍ୟତର ପୁଞ୍ଜି ଅଟେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଏନ୍‌ଏସ୍‌ଡବ୍ଲ୍ୟୁରେ ପ୍ରାରମ୍ଭିକ ଶିକ୍ଷା ଏବଂ ଡିଜିଟାଲ୍ ଶିକ୍ଷଣର ସର୍ବୋତମ ପ୍ରଥା ଗୁଡିକୁ ଏବଂ ସକାରାତ୍ମକ ଅନୁଭବ ଗୁଡିକୁ ଭାରତରେ ଅନୁସରଣ କରା ଯାଇ ପାରିବ, ଫଳରେ ପ୍ରାରମ୍ଭିକ ବାଲ୍ୟ କାଳର ଯତ୍ନ ଏବଂ ଶିକ୍ଷାକୁ ସମାନ ଏବଂ ସୁଲଭ କରା ଯାଇ ।

Leave A Reply

Your email address will not be published.