କଟକ, ୨୮/୧୧( ପି ଏନ ଏସ):ଶିଖରପୁର ସ୍ଥିତ ଏକ ହୋଟେଲ ଟେଲରେ ଏକ ଗ୍ରାହକ ସମ୍ମିଳନୀର (ଟାଉନ ହଲ ସଭା) ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଷ୍ଟେଟ୍ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଚୌଧୁରି ଅସ୍ମିନ୍ ଅନୁପମ ପ୍ରହରାଜ ସଭାପତିତ୍ୱ କରିଥିଲେ । । ଶ୍ରୀ ପ୍ରହରାଜ ଗ୍ରାହକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ସେମାନଙ୍କୁ ବ୍ୟାଙ୍କରେ ଉପଲବ୍ଧ ହେଉଥିବା ବିଭିନ୍ନ ସେବା ଏବଂ ସୁବିଧା ବିଷୟରେ ଅବଗତ କରିଥିଲେ । ବ୍ୟାଙ୍କର ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟର ଏ.ଜି.ଏମ୍ କିର୍ତ୍ତୀକାନ୍ତ ସ୍ୱାଇଁ ଯୋଗଦେଇ ଗ୍ରାହକମାନଙ୍କୁ ସାଇବର ସୁରକ୍ଷା ଏବଂ ବିଭିନ୍ନ ପ୍ରକାର ଅନଲାଇନ୍ ଠକାମି ବିଷୟରେ ସଚେତନ କରାଇଥିଲେ । ସଭାରେ ଯୋଗଦେଇଥିବା ଶତାଧିକ ଗ୍ରାହକ ବ୍ୟାଙ୍କର ପ୍ରଚଳିତ ଡିଜିଟାଲ ପ୍ରକ୍ରିୟା ଏବଂ ଆଧୁନିକ କରଣ ସେବାର ଭୂୟସୀ ପ୍ରଶଂସା କରିଥିଲେ । ଗ୍ରାହକମାନେ ବ୍ୟାଙ୍କର ଉପଲବ୍ଧ ଜମା, ଋଣ ଏବଂ ବୀମା ଇତ୍ୟାଦି ଯୋଜନା ଦ୍ୱାରା କିପରି ଉପକୃତ ହେଉଛନ୍ତି ତାହା ବର୍ଣ୍ଣନା କରିଥିଲେ । ଗ୍ରାହକମାନେ ବ୍ୟାଙ୍କ ସହିତ ସେମାନଙ୍କ ଦୀର୍ଘଦିନର ସଂପୃକ୍ତି ଏବଂ ତତ୍ସହିତ ଥିବା ଅନୁଭୂତିର ବର୍ଣନା ସହିତ ସେମାନଙ୍କର ସନ୍ତୋଷ ପ୍ରକାଶ କରିଥିଲେ । ଯୁବ ଉଦ୍ୟୋଗୀମାନେ କିପରି ବ୍ୟାଙ୍କର ସହାୟତରେ ନିଜର ବ୍ୟବସାୟର ଅଭିବୃଦ୍ଧି ଘଟାଇବା ସହିତ ଅନେକ ଲୋକଙ୍କ ପାଇଁ ନିଯୁକ୍ତିର ବ୍ୟବସ୍ଥା କରିଛନ୍ତି ତାହାର ବର୍ଣ୍ଣନା କରିଥିଲେ । ଗ୍ରାହକ ମାନେ ସମ୍ମିଳିତ ସ୍ୱରରେ ବ୍ୟାଙ୍କର ଅତୁଳନୀୟ ସେବା ଏବଂ ଶ୍ରେଷ୍ଠତାର ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ୟାଙ୍କର କଟକ ସହରର ସମସ୍ତ ଶାଖାର ପ୍ରବନ୍ଧକ ଏବଂ ଆଞ୍ଚଳିକ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ । ବ୍ୟାଙ୍କର ଅଧିକାରୀମାନେ ‘SBI Wealth’ ସ୍କିମ୍ର ବିଭିନ୍ନ ଉପଯୋଗିତା, ବିଭିନ୍ନ ବୀମା ଯୋଜନାର ଲାଭ ବିଷୟରେ ଆଲୋକପାତ କରିଥିଲେ । ବ୍ୟାଙ୍କର ଟୋଲଫ୍ରି ନମ୍ବର ୟୁନୋ ଏବଂ ଡିଜିଟାଲ ସେବା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।