ଓଡିଶା ଆସି ବିଜେଡିର ସହଯୋଗ ଲୋଡିଲେ ଦ୍ରୌପଦୀ

0 149

ଭୁବନେଶ୍ୱର 8/7 (ପ୍ରତ୍ୟୁଷା ବ୍ୟୁରୋ):

ଏନ ଡି ଏ ର ରାଷ୍ଟ୍ରପତି ପ୍ରାଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଓଡିଶା ଗସ୍ତରେ ଆସି ବିଜେଡିର ସମର୍ଥନ ଲୋଡିଛନ୍ତ l ଏହି ଅବସରରେ ରାଜ୍ୟ ବିଧାନସଭା ସମ୍ମିଳନୀ କକ୍ଷରେ ବିଜେଡି ବିଧାୟକ ସାଂସଦ ମନ୍ତ୍ରୀ ଉପସ୍ଥିତ ରହି ଦ୍ରୌପଦୀଙ୍କ ପ୍ରତି ସମର୍ଥକ ଜଣାଇ ଥିଲେ l

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ତାଙ୍କ ପ୍ରତି ରହିଥିବା ଅକୁଣ୍ଠ ସମର୍ଥନ ଘୋଷଣା କରିଥିଲେ l ଶ୍ରୀମତୀ ମୁର୍ମୁ ନୂଆଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ଉଭୟ ବିଜେପି ଓ ବିଜେଡି ପକ୍ଷରୁ ସ୍ୱାଗତ କାରାଯାଇଥିଲା l ଏହା ପରେ ସେ ରାଜ୍ୟ ଅତିଥି ଭବନରେ କିଛି ସମୟ ବିଶ୍ରାମ ନେବା ପରେ ବିଧାନସଭା ଆସିଥିଲେ l ଏଠାରୁ ସେ ମଧ୍ୟାହ୍ନ ଭୋଜନ ପରେ ଲକ୍ଷନୋ ଅଭିମୁଖେ ଯାଇଥିଲେ l

Leave A Reply

Your email address will not be published.