୨୩ ରେ ସପ୍ତମ ଓଡିଶା ପର୍ଯ୍ୟଟନ ସମ୍ମିଳନୀ

0 43

ଭୁବନେଶ୍ୱର, 22.10.26 ( ପ୍ରତ୍ୟୁଷା ବ୍ୟୁରୋ ):ଆସନ୍ତା ଅକ୍ଟୋବର ୨୩ ତାରିଖରେ ସପ୍ତମ ଓଡିଶା ପର୍ଯ୍ୟଟନ ସମ୍ମିଳନୀ ଅନୁଷ୍ଠିତ ହେବ। ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲ ସମ୍ମିଳନୀ କକ୍ଷରେ ଏହା ଆୟୋଜନ ହୋଇଛି। ଓଡିଶା ସରକାରର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏହା ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବୁଧବାର ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହାରୋ ( ହୋଟେଲ ଆଣ୍ଡ ରେସ୍ଟୁରାଣ୍ଟ ଆସୋସିଏସନ ଓଡିଶା ପକ୍ଷରୁ କୁହାଯାଇଛି।ହାରୋର ଚେୟାରମ୍ୟାନ ଜେ କେ ମହାନ୍ତି ଏହି ଅବସରରେ କହିଲେ ରାଜ୍ୟରେ ହୋଟେଲ ଶିଳ୍ପ ପାଇଁ ପଯ୍ୟାପ୍ତ ସୁଯୋଗ ରହିଛି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ନୀତି ଏହାକୁ ବ୍ୟାପକ କରିବାକୁ ସୁଯୋଗ ସୃଷ୍ଟି କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ହୋଇପାରିଲେ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ଅର୍ଥନୀତିକ ବିକାଶ ଘଟିବ।ହାରୋ ୨୧ ନାଇଟ ଟୁରିଜିମ ଡେଷ୍ଟିନେସନ ପ୍ରସ୍ତାବ ସରକାରଙ୍କ ପାଖରେ ରଖିଛି।ଅତିରିକ୍ତ ୧୫ ହଜାର ହୋଟେଲ ରୁମ ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ଯାହାକୁ ହାରୋ ସ୍ୱାଗତ କରୁଛି। ଏହି ଦିନିକିଆ ସମ୍ମିଳନୀରେ ଦେଶର ବିଭିନ୍ନ ଭାଗରୁ ହୋଟେଲ ପର୍ଯ୍ୟଟନ ଶିଳ୍ପ ସହ ଜଡିତ ବିଶିଷ୍ଟ ଉଦ୍ୟୋଗୀ ମାନେ ଯୋଗ ଦେଇ ରାଜ୍ୟରେ ହୋଟେଲ ଶିଳ୍ପର ବିକାଶ ପାଇଁ ବିଚାର ବିମର୍ଶ କରିବେ। ଏହି କାର୍ଯ୍ୟକ୍ରମରେ ଉଦଯାପନୀ ଉତ୍ସବରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଵେ। ଏହା ବ୍ୟତୀତ ଦୁଇଟି ଟେକ୍ନିକାଲ ସେସନରେ ହୋଟେଲ ଶିଳ୍ପ ପାଇଁ ଆବଶ୍ୟକ ଉର୍ନତ ଭିତ୍ତି ଭୂମି ଯୋଗାଯୋଗ ବ୍ୟବସ୍ଥା ମାର୍କେଟିଂ ଷ୍ଟ୍ରାଟେଜି ଉପରେ ଆଲୋକପାତ ପାଇଁ ଅଭିଜ୍ଞ ବିଶେଷଜ୍ଞ ମାନଙ୍କ ମତ ବିନିମୟ କାର୍ଯ୍ୟକ୍ରମ ରହିଛି ବୋଲି ହାରୋ କହିଛି।

Leave A Reply

Your email address will not be published.