ବରିଷ୍ଠ ସାମ୍ବାଦିକ ବିଭୁତିପତି ଙ୍କ ପରଲୋକରେ ଓ ଜେ ସି ରାଜ୍ୟ ସଭାପତିଙ୍କ ଶୋକ

0 33

ଭୁବନେଶ୍ୱର , ୧୯/୧୦( ପ୍ରତ୍ୟୁଷା ବ୍ୟୁରୋ ):ଏସ.ସି. ବି ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କର ହୃଦଘାତରେ ଦେହାନ୍ତ ହୋଇଅଛି। ବିଭୂତିଙ୍କ ଦେହାନ୍ତରେ ଓଜେସି ସଭାପତି ମହମ୍ମଦ ମୋକିମ ଗଭୀର ଶୋକବ୍ୟକ୍ତ କରିଛନ୍ତି। ବିଭୂତି ଜଣେ ଉଚ୍ଚକୋଟିର ସାମ୍ବାଦିକ ଥିଲେ। ତଥ୍ୟଭିତ୍ତିକ ସାମ୍ବାଦିକତାରେ ସେ ବିଶ୍ୱାସ କରୁଥିଲେ। ତାଙ୍କର ସମ୍ବାଦ ଲେଖନୀ ଓ ପରିବେଶଣ ମଧ୍ୟ ଭିନ୍ନ ଶୈଳୀର ଥିଲା। ତାଙ୍କର ବିୟୋଗ ଓଡ଼ିଶାର ଗଣମାଧ୍ୟମ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଓଜେସି ସଭାପତି ମହମ୍ମଦ ମୋକିମ କହିଛନ୍ତି। ବିଭୂତିଙ୍କ ସହ ବ୍ୟକ୍ତିଗତ ବନ୍ଧୁତା ଅତି ନିବିଡ଼ ଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଭିନ୍ନଭିନ୍ନ ଗଣମାଧ୍ୟମ ସଂସ୍ଥାରେ ସାମ୍ବାଦିକତା କରୁଥିବା ସମୟରେ ସେ କଟକର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଉଥିଲେ। ତାଙ୍କର ଅସମୟରେ ବିୟୋଗରେ ଜଣେ ଉତ୍ତମ ବନ୍ଧୁଙ୍କୁ ହରାଇଲି ବୋଲି ଓଜେସି ସଭାପତି ତାଙ୍କ ଶୋକବାର୍ତ୍ତାରେ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.