ବଡ଼ଦାଣ୍ଡ ଲୋକାରଣ୍ୟ, ଜନ୍ମବେଦୀ ଯାତ୍ରାରେ ମହାବାହୁ

0 215

ପୁରୀ 01/7/22 ପ୍ରତ୍ୟୁଷା ନିୟୁଜ
ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ଶ୍ରୀଜଗନ୍ନାଥଙ୍କ ଘୋଷ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି l ମହାମାରି କରୋନା ପରେ ଏ ବର୍ଷ ରଥଯାତ୍ରାରେ ଶ୍ରୀ୍ଷେତ୍ର ଲୋକାରଣ୍ୟ ହୋଇଉଠିଥିଲା l

ଲକ୍ଷାଧିକ ଭକ୍ତଙ୍କ ଗହଳି ଚହଳି ଭିତରେ ବଡଦାଣ୍ଡ ଉଛୁଳି ଉଠୁ ଥିଲା ହରିବୋଲ ସାଙ୍ଗରେ ହୁଳହୁଳି ଘଣ୍ଟା ଘଣ୍ଟି ପେହେଁକାଳୀ ଶବ୍ଦରେ ବଡଦାଣ୍ଡ ଶ୍ରୀଜଗନ୍ନାଥମୟ ହୋଇଉଠିଥିଲା l

ନିର୍ଦ୍ଧାରିତ ସମୟରେ ଶ୍ରୀଜୀଉଙ୍କ ନୀତିକାନ୍ତି ପହଣ୍ଡି ଶେଷରେ ଗଜପତି ରାଜା ଛେରା ପହଁରା କରିଥିଲେ l ଏହା ପରେ ରଥ ଟଣା ଆରମ୍ଭ ହୋଇଥିଲା l

ରଥଯାତ୍ରା ଦେଖିବାପାଇଁ ରାଜ୍ୟପାଳ କେନ୍ଦ୍ର ମନ୍ତ୍ରୀ ହାଇକୋର୍ଟର ପ୍ରଧାନବିଚାରପତିଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ପୁରୀ ଆସିଥିଲେ l


ଶ୍ରୀଗୁଣ୍ଡିଚା ଅବସରରେ ଉତ୍ତୋଳିତ ହୋଇଥିବା ବିଭିନ୍ନ ଫଟୋ ଚିତ୍ର l ଏଥିରେ ଦେଖନ୍ତୁ ରଥଯାତ୍ରାର ଝଲକ ଏବଂ କ୍ରମରେ ଏହା ସଜାଇ ପ୍ରଭୁଙ୍କର ଆଶୀର୍ବାଦ ନିଅନ୍ତୁ l

Leave A Reply

Your email address will not be published.