ଓଡିଶା ଡାକ ପରିମଣ୍ଡଳ ସପ୍ତାହବ୍ୟାପୀ ପାଳନ କରୁଛି ଜାତୀୟ ଡାକ ସପ୍ତାହ

0 23

ଭୁବନେଶ୍ୱର,୯/୧୦/୨୬( ପ୍ରତ୍ୟୁଷା ବ୍ୟୁରୋ ): ଓଡିଶା ଡାକ ପରିମଣ୍ଡଳ ଚଳିତ ଅକ୍ଟୋବର ୯ ରୁ ସପ୍ତାହ ବ୍ୟାପି ଜାତୀୟ ଡାକ ସପ୍ତାହ ପାଳନ କରୁଛି। ଆଜି ବିଶ୍ୱ ଡାକ ଦିବସ ରସୁଲଗଡ ସ୍ଥିତ ଡାକ ପ୍ରଶିକ୍ଷଣ କେନ୍ଦ୍ରରେ ପାଳିତ ହୋଇଛି। ଏହି ଅବସରରେ ଓଡିଶା ଶାଖା ଡାକ ମହାପ୍ରବନ୍ଧ ଏନ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ଡାକ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହିତ ଚଳିତ ବର୍ଷ ଓଡିଶା ଡାକ ବିଭାଗ ର ବିଭିନ୍ନ ଶାଖା ଗୁଡିକ କରିଥିବା ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଗୋଟିଏ ଡାକ ନେଟ ୱାର୍କ ଓ ଅନେକ ସମ୍ଭାବନା ଉପରେ ଶ୍ରୀ ସିଂହ କହିଲେ ୨୦୨୫ -୨୬ ବର୍ଷରେ ଡାକ ବିତରଣ, ନାଗରିକ କେନ୍ଦ୍ରିକ ସେବା, ଡାକ ପେମେଣ୍ଟ ବ୍ୟାଙ୍କ ଓ ରୋଜଗାର ମେଳା କ୍ଷେତ୍ରରେ ସଫଳତା ହାସଲ କରିଛି।ସମଗ୍ର ଓଡିଶାରେ ୮୯୦୮ ଡାକ ଘର ବିସ୍ତାର ହୋଇଥିବା ବେଳେ ଅନୁର୍ନତ ଅଞ୍ଚଳରେ ଡାକ ସେବା ପହଞ୍ଚାଇବାକୁ ଉଦ୍ୟମ କରିବ।

Leave A Reply

Your email address will not be published.