ଭୁବନେଶ୍ୱର,11.10.26 (ପ୍ରତ୍ୟୁଷା ବ୍ୟୁରୋ): ଶ୍ରୀ ଗଣେଶ ପୂଜନ ଉତ୍ସବରୁ ଆରମ୍ଭ ହୋଇଛି ପାର୍ବଣ ଋତୁ। ଉତ୍କଳୀୟ ପରମ୍ପରାକୁ ଉଦ୍ଜୀବିତ କରି ଆସି ପହଁଚିଛି ଶାରଦୀୟ ଦୁର୍ଗାପୂଜା। ଶକ୍ତି ସ୍ୱରୂପିଣୀ ମାଆ ଦୁର୍ଗାଙ୍କ ନବରାତ୍ର ପୂଜା ଏହି ଅବସରରେ ପାର୍ବଣକୁ ଉତ୍ସବ ମୁଖର କରି ଥିବା ବେଳେ ରାଜଧାନୀ ଭୁବନେଶ୍ୱରର କେନ୍ଦ୍ର ସ୍ଥଳ ୟୁନିଟ ୨ ମାର୍କେଟ ବିଲଡିଂରେ ଶୁଭାରମ୍ଭ ହୋଇଛି ଇନ୍ଦିରା ଟେକ୍ସଟାଇଲ। ଓଲିଉଡ଼ ଅଭିନେତ୍ରୀ ଶିବାନୀ ପ୍ରିୟଦର୍ଶିନୀ ଏହି ଭବ୍ୟ ସୋ ରୁମକୁ ପିତା ବର୍ଣ ରିବନ କାଟି ଉଦଘାଟନ କରିଥିବା ବେଳେ ପ୍ରଦୀପ ପ୍ରଜ୍ଜଳନ କରି ସୋ ରୁମ ବୁଲି ଦେଖିଥିଲେ। ଇନ୍ଦିରା ଟେକ୍ସ ଟାଇଲର ସତ୍ୱଧିକାରୀ ମଞ୍ଜିତ ସିଂ ଆରୋରା, ନଭପ୍ରୀତ ସିଂ ଆରୋରା ଓ ବିସେନ ସିଂ ଆରୋରା ଅତିଥିଙ୍କ ଗହଣରେ ଭବ୍ୟ ସୋ ରୁମ ପ୍ରଦକ୍ଷିଣ କରି ସୋ ରୁମରେ ବିକ୍ରି ପାଇଁ ସଜ୍ଜିତ ସୋ କେସ ଦେଖାଇ ଥିଲେ। ଉଲ୍ଲେଖ ଯେ ସୋରୁମରେ ହାଣ୍ଡଲୁମ ଫ୍ୟାନସି ଶାଢ଼ୀ କଟନ ଶାଢ଼ୀ ସହିତ ଆଧୁନିକ ପାରମ୍ପରିକ କୁର୍ତ୍ତା ଲେହେଙ୍ଗା, ବିବାହ ବସ୍ତ୍ର ସାମଗ୍ରୀ ଗ୍ରାହକଙ୍କ ଚାହିଦା ପୂରଣ କରିଵ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ମନ ଜିତ ଏହି ଅବସରରେ ସାମ୍ବାଦିକ ମାନଙ୍କୁ କହିଲେ ଇନ୍ଦିରା ଟେକ୍ସ ଟାଇଲ ବିଗତ ୬୫ ବର୍ଷ ଧରି ବସ୍ତ୍ର ବ୍ୟବସାୟରେ ଗ୍ରାହକଙ୍କ ବିଶ୍ୱାସ ଜିତିଛି। ପଶ୍ଚିମ ଓଡିଶାରେ ରାଉରକେଲା ସୁନ୍ଦରଗଡ଼ ସହର ରେ ସଫଳ ହେବା ପରେ ଭୁବନେଶ୍ୱରରେ ନୂଆ ଆରମ୍ଭ କରିଛୁ ଯାହାକୁ ଗ୍ରାହକଙ୍କ ମନକୁ ଛୁଇଁବ।