୨୨ ବର୍ଷର ଲଗାତାର ଶାସନ ପରେ ବି ଆମେ ସବୁଠାରୁ ପଛୁଆ ରାଜ୍ୟ କାହିଁକି

0 206

ଭୁବନେଶ୍ବର,29/06/22 (ପ୍ରତ୍ୟୁଷl ବ୍ୟୁରୋ) :

ଜନସଂପର୍କ ଯାତ୍ରାର ପ୍ରଥମ ପର୍ଯ୍ୟାୟର ତୃତୀୟ ଦିନରେ ବାଲେଶ୍ୱର ଆଇଟିଆଇ ପଡ଼ିଆରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କଂଗ୍ରେସ ନେତୃବର୍ଗ, କର୍ମୀ ଓ ସାଧାରଣ ଜନତାଙ୍କୁ ସମ୍ବୋଦ୍ଧିତ କରି କହିଲେ ଯେ ବାଲେଶ୍ୱର ମାଟି ହେଉଛି ବ୍ୟାସକବି ଫକୀର ମୋହନଙ୍କର ମାଟି । ଏ ବାଲେଶ୍ୱର ଜିଲ୍ଲା ଧାନ, ପାନ ଓ ମିନ ର ଜିଲ୍ଲା । ଆଜି ଓଡ଼ିଶାରେ ଯେଉଁ କିଛି ବୃହତ ଶିଳ୍ପ ଆପଣ ଦେଖୁଛନ୍ତି ତାହା କେବଳ କଂଗ୍ରେସ ସରକାର ସମୟରେ ହିଁ ହୋଇଥିଲା । ସେ ପାରାଦ୍ୱୀପ ବନ୍ଦର, ରାଉରକେଲା ଷ୍ଟିଲ ପ୍ଲାଂଟ, ନାଲକୋ, ହାଲ, ଗୋଳାବାରୁଦ କାରଖାନା ଠାରୁ ଆରମ୍ଭ କରି ଚିଲିକାରେ ନୌବାହିନୀ ତାଲିମ କେନ୍ଦ୍ର ଇତ୍ୟାଦି ଏହାର ମୁକ ସାଖୀ ।

ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ପ୍ରଧାନମନ୍ତ୍ରିତ୍ୱ କାଳରେ ଓଡ଼ିଶାର ଶିଳ୍ପ ବିକାଶ ଓ ଓଡ଼ିଶାର ଭବିଷ୍ୟତର ଇତିହାସ ଲେଖାଯାଇଥିଲା । ସେହିଭଳି ଭାବରେ କଂଗ୍ରେସ ସରକାର ସମୟରେ ରାଜ୍ୟରେ ଶିଳ୍ପର ବାତାବରଣକୁ ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ଜିଲ୍ଲାର ଶିଳ୍ପାଂଚଳ ସୃଷ୍ଟି କରାଯାଇ ବହୁ ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା । ବାଲେଶ୍ୱର ଜିଲ୍ଳାରେ ବିର୍ଲା ଟାୟାର୍ସ, ପୋଲାର ଲାଟେକ୍ସ, ଇସ୍ପାତ ଆଲୱେଜ ଏବଂ ଗ୍ୟାସ ସିଲିଣ୍ଡର ଉତ୍ପାଦନ କାରଖାନା ମଧ୍ୟ କରାଯାଇଥିଲା । ଶିକ୍ଷାର ବିକାଶ ପାଇଁ ଶିଳ୍ପ ତାଲିମ କେନ୍ଦ୍ର ଠାରୁ ଆରମ୍ଭ କରି ବହୁ ନୂଆ କଲେଜ, ବିଦ୍ୟାଳୟ ମାନ ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ଦୁଃଖର କଥା ମୁଖ୍ୟମନ୍ତ୍ରୀ ଦୀର୍ଘ ୧୦ବର୍ଷ କାଳ ଧରି ଦେଶ ଭିତରେ ଏବଂ ଦେଶ ବାହାରେ ପୁଞ୍ଜିପତି ମାନଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବହୁ ବୈଠକ କରୁଛନ୍ତି ।

ସରକାର ନିଜେ କହୁଛନ୍ତି ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସିଛି କିନ୍ତୁ ବାଲେଶ୍ୱର ଜିଲ୍ଲାରେ ଏହି ୨୨ ବର୍ଷ ଭିତରେ କେତୋଟି ଶିଳ୍ପ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ଶରତ । ଏ ଜିଲ୍ଲାର ବହୁ ଲୋକଙ୍କର ଜୀବନରେଖା ଥିଲା ବିର୍ଲାଟାୟାର୍ସ, ବାଲେଶ୍ୱର / ଇସ୍ପାତ ଆଲୱେଜ ଆଜି ବନ୍ଦ କାହିଁକି । ମୁଖ୍ୟମନ୍ତ୍ରୀ ଏ ଶିଳ୍ପପତିଙ୍କ ସହିତ କେତେଥର ଆଲୋଚନା କରିଛନ୍ତି । କେତୋଟି କୃଷିଭିର୍ତିକ ଶିଳ୍ପ ଏ ଜିଲ୍ଲାରେ ଅଛି । ରାଜ୍ୟ ସରକାର କହିବେକି ଶୀତଳ ଭଣ୍ଡାର କେଉଁ କେଉଁ ଜାଗାରେ କରିଛନ୍ତି । ଆଜି ସାରା ଓଡ଼ିଶାର ଶିକ୍ଷିତ ଯୁବକ ଯୁବତୀ ମାନେ ଶହ ଶହ କିଲୋମିଟର ଦୂରକୁ ଯାଉଛନ୍ତି ନିଜର କର୍ମନିଯୁକ୍ତି ପାଇଁ । ୨୨ ବର୍ଷପରେ ଓଡ଼ିଶା ଆଜି ସବୁ କ୍ଷେତ୍ରରେ ପଛୁଆ । ଏପରିକି ରୋଜଗାର କ୍ଷେତ୍ରରେ ଆମେ ଝାଡ଼ଖଣ୍ଡ, ବିହାର ଠାରୁ ମଧ୍ୟ ପଛୁଆ । ଏ ଜିଲ୍ଲାର କୃଷକ ଭାଇଙ୍କ କଥା କହିବି ନାହିଁ । ବାରମ୍ବାର ପ୍ରତିଶୃତି ଦିଆଯାଇଥିଲା ଯେ ପ୍ରତ୍ୟେକ ବ୍ଲକରେ ସର୍ବନିମ୍ନ ୩୫% ଜଳସେଚନ କରାଯିବ ବୋଲି ।

୨୦୦୯ ରେ ଦେଇଥିବା ପ୍ରତିଶୃତିକୁ ୨୦୨୨ ରେ ବି ପୂରଣ ହୋଇପାରିଲା ନାହିଁ । ମୁଖ୍ୟମନ୍ତ୍ରୀଙ୍କର ଆନ୍ତରିକା ନାହିଁ, ନିଷ୍ଠା ନାହିଁ ରାଜ୍ୟକୁ ଆଗକୁ ନେବାପାଇଁ । ପ୍ରତିଦିନ ମାଳ ମାଳ ଯୋଜନା ଏତେ ଯୋଜନା ପରେ ମଧ୍ୟ କାହିଁକି ଏ ସମସ୍ତ ଯୋଜନା ରାଜ୍ୟର ଜନଜୀବନର ସାମହିକ ପରିବର୍ତନ କରିପାରିଲା ନାହିଁ । ଗୋଟେ ରାଜ୍ୟର ଭବିଷ୍ୟତ ଜୋତା, ଛତା, ଲାପଟପ, ସାଇକେଲ, ଦୁଇହଳ ପୋଷାକ ଓ ଅଣ୍ଡା ଦ୍ୱାରା ନିର୍ଦ୍ଧାରଣ କରାଯାଇ ପାରିବ ନାହିଁ । ଏଥିପାଇଁ ଯୋଜନା ସହିତ ନିଷ୍ଠାର ଆବଶ୍ୟକତା ରହିଛି । କଂଗ୍ରେସ ସରକାର ଆସିଲେ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ସମସ୍ତଙ୍କୁ ଯୋଗାଇ ଦିଆଯିବ । ଏ ଜିଲ୍ଲାର ନୂତନ ଶିଳ୍ପ ପ୍ରତିଷ୍ଠା କରିବା ସହିତ କୃଷି ବିଶ୍ୱବିଦ୍ୟାଳୟ ତୁରନ୍ତ ସ୍ଥାପନ କରିବୁ । ଆମେ ଯେଉଁ ଏମ୍ସ ହସପିଟାଲ କରିଥିଲୁ ଏହାକୁ ପୂର୍ଣ୍ଣ କ୍ଷମତା ବିଶିଷ୍ଟ ହସପିଟାଲ କରିବୁ ।

ମୋର କଂଗ୍ରେସ କର୍ମୀ ଭାଇମାନଙ୍କୁ ଓ ନେତୃବର୍ଗଙ୍କୁ ଯୋଡ଼ ହସ୍ତରେ ନିବେଦନ ଆମେ ସମସ୍ତେ ସମସ୍ତ ମନମାଳିନ୍ୟକୁ ଭୁଲି ଏକ ହୋଇ କଂଗ୍ରେସକୁ ରାଜ୍ୟ ଶାସନକୁ ଆଣିବୁ । ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ସଂଜିବ ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜନସଭାରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠୀର ଜେନା, ପୂର୍ବତନ ବିଧାୟକ ଗୋପନାରାୟଣ ଦାସ, ଦେବାଶିଷ ପଟ୍ଟନାୟକ, ଅକ୍ଷୟ ଆଚାର୍ଯ୍ୟ, ପିସିସି ଉପସଭାପତି ସୁରେଶ ମହାପାତ୍ର, କିଶୋର ଜେନା, ଶୁଭେନ୍ଦୁ ମହାନ୍ତି, ଲୋକନାଥ ମହାରଥି, ଜ୍ଞାନରଞ୍ଜନ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ପ୍ରଜ୍ଞା ମହାନ୍ତି, ମମତା କୁଣ୍ଡୁ, ଚିତ ଷଡ଼ଙ୍ଗୀ, ମନୋଜ ମଞ୍ଜରି ଦେବୀ, ବିଜନ ଦାସ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, ସୁଦର୍ଶନ ଦାସ, ସତ୍ୟଶିବ ଦାସ, ରାଜ୍ୟ ସାମାଜିକ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ରଞ୍ଜନ ଦାସ, ଗୌତମ ସାହୁ, ପଦ୍ମାକର ଗୁରୁ ସମେତ ଜିଲ୍ଳାର ସମସ୍ତ ବ୍ଲକ କଂଗ୍ରେସ ସଭାପତି ଗଣ ଏବଂ ଜିଲ୍ଲାର କଂଗ୍ରେସର ଯୁବ ମହିଳା, ଛାତ୍ର କମୀ ହଜାର ହଜାର ସଂଖ୍ୟାରେ ଯୋଗଦେଇଥିଲେ । ଶେଷରେ ପିସିସି ସଂପାଦକ ଅର୍ଚ୍ଚନା ନନ୍ଦି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମ କରାଯାଇ ଆଇଟିଆଇ ପଡ଼ିଆ ପର୍ଯ୍ୟନ୍ତ ନିଆଯାଇଥିଲା । ଏଠାରେ ସୂଚାଇ ଦେଉଛିକି ଏହିପରି ଜନସଂପର୍କ ଯାତ୍ରା ପରବର୍ତି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.