ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ମିଶ୍ରଙ୍କର ପରଲୋକ

0 143

କଟକ ,28/06/22 (ପ୍ରତ୍ୟୁଷl ବ୍ୟୁରୋ) :ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ମିଶ୍ରଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଗତ ଜୁନ ୨୪ ତାରିଖରେ ଆଷାଢ଼ ମାସ କୃଷ୍ଣ ପକ୍ଷ ପବିତ୍ର ଖଳିଲାଗି ଏକାଦଶୀ ତିଥି ଅବସରରେ ତାଙ୍କର ଦେହାନ୍ତ ଘଟିଛି। କଟକ ସହରର କନିକା ଛକ ନିବାସୀ ସ୍ଵର୍ଗତଃ ମିଶ୍ର ଦୀର୍ଘ ୪୭ ବର୍ଷ ଧରି ଆଇନ୍ ପେଶାରେ ସକ୍ରିୟ ରହିଆସିଥିଲେ। ସେ ଜଣେ ଦକ୍ଷ, ନିଷ୍ଠାପର, ପରୋପକାରୀ ଓ ଦରଦୀ ମଣିଷ ଥିଲେ। ୧୯୪୬ ମସିହା ଅଗଷ୍ଟ ୧୯ ତାରିଖ ଦିନ ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ ସ୍ବର୍ଗତଃ ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ଲକ୍ଷ୍ମୀ ଦେବୀଙ୍କ ଔରସରୁ ସେ ଜନ୍ମ ଗ୍ରହଣ କରିଥିଲେ। ସତ୍ୟବାଦୀ ହାଇସ୍କୁଲରୁ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ପରେ ଶ୍ରୀ ମିଶ୍ର ରେଭେନ୍ସା କଲେଜରୁ ବି.ଏ ଏବଂ ମଧୁସୂଦନ ଆଇନ୍ ମହାବିଦ୍ୟାଳୟରୁ ଆଇନ୍ ରେ ଡିଗ୍ରୀ ହାସଲ କରିଥିଲେ। ସେ କିଛି ଦିନ ହେଲା ଅସୁସ୍ଥ ଥିଲେ। ସ୍ବାସ୍ଥ୍ୟରେ ଅଧିକ ଅବନତି ଘଟିବାରୁ ତାଙ୍କୁ ବେଙ୍ଗାଲୁରୁ ନିଆଯାଇ ସେଠିକାର ମଣିପାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ନିଧନ ଘଟିଲା। ତାଙ୍କର ବିୟୋଗରେ କଟକର ଓକିଲ ସମ୍ପ୍ରଦାୟ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ସ୍ଵର୍ଗତଃ ମିଶ୍ର, ତାଙ୍କର ପତ୍ନୀ କାନନବାଳା ମିଶ୍ର ଏବଂ ଚାରି ଝିଅ ଓ ଜାମାତା ଯଥା ଦୁର୍ଗେଶ ନନ୍ଦିନୀ ମିଶ୍ର ଓ ଜୀବନ ପାଣିଗ୍ରାହୀ, ପ୍ରିୟଦର୍ଶିନୀ ମିଶ୍ର ଓ ରଶ୍ମି ପଣ୍ଡା, ପ୍ରିୟଙ୍କା ମିଶ୍ର ଓ ବିକାଶ ମିଶ୍ର ଏବଂ ଶ୍ରୀ ମିଶ୍ର ଓ ସିଦ୍ଧାର୍ଥ ରଥଙ୍କୁ ଶୋକ ସାଗରରେ ଭସାଇ ଦେଇ ଇହଧାମ ତ୍ୟାଗ କରିଛନ୍ତି।

Leave A Reply

Your email address will not be published.