ଭୁବନେଶ୍ୱର,୨୯ ମଇ ୨୦୨୬( ପ୍ରତ୍ୟୁଷା ବ୍ୟୁରୋ ): ଆସନ୍ତା ମଇ ୩୦ ତାରିଖରୁ ଜୁନ ୩ ତାରିଖ ପର୍ଯ୍ୟନ୍ତ ଓଡିଶା ଆମେଚର କିକ ବକ୍ସିଂ ଆସୋସିଏସନ ଆନୁକୂଲ୍ୟରେ ୱାକୋ ଇଣ୍ଡିଆ ଜୁନିଅର ନାସନାଲ କିକ ବକ୍ସଙ୍ଗି ଚମ୍ପିୟାନସିପ ୨୦୨୬ ଅନୁଷ୍ଠିତ ହେବ। ଖୋର୍ଦ୍ଧା ବରୁଣେଇ ନିକଟସ୍ଥ କେ ଟି ଗ୍ଲୋବାଲ ସ୍କୁଲ ପରିସରରେ ଏହା ଆୟୋଜନ ହୋଇଛି।ଉଭୟ ବାଳକ ଓ ବାଳିକା ବର୍ଗରେ ୧୬ ବର୍ଷରୁ କମ ୧୫୦୦ରୁ ଉର୍ଦ୍ଧ ଖେଳାଳି ଏଥିରେ ଭାଗ ନେବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କାର୍ତ୍ତିକ ଡାକୁଆ କହିଛନ୍ତି। ଆଗାମୀ ଅଲମ୍ପିକୁ ଲକ୍ଷରେ ରଖି ଖେଳାଳି ମାନଙ୍କୁ ପ୍ରସ୍ତୁତ କରାଯାଉଛି। ରାଜ୍ୟ ସରକାର ଏ ଦିଗରେ ସହଯୋଗ କରୁଛନ୍ତି। ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ରଞ୍ଜନ ସୁତାର, ହିମାଂଶୁ ଭୂଷଣ ଦାସ ଓ ସାଧାରଣ ସମ୍ପାଦକ ବିଚିତ୍ରାନନ୍ଦ ଜେନା ସମ୍ପର୍କରେ ସୂଚନା ଦେଇଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ବହୁ ବିଶିଷ୍ଟ ଯୋଗ ଦେଵେ ବୋଲି ସେ କହିଥିଲେ।