ଭୁବନେଶ୍ୱର, 1.06.26 ( ପ୍ରତ୍ୟୁଷା ବ୍ୟୁରୋ ): ରାଜ୍ୟର ଜଣାଶୁଣା ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଗୁପ୍ତା ଇଭେଣ୍ଟ ଆସନ୍ତା ଜୁନ ୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ରଜ ଉତ୍ସବ ପାଳନ ପାଇଁ ଆୟୋଜନ କରିବ। ଜନତା ମୈଦାନରେ ଏହା ପାରମ୍ପରିକ ରଜ ପାଳନ ସହିତ ଆଧୁନିକ ଜୀବନ ଶୈଳୀକୁ ସରସ ସୁନ୍ଦର କରିବା ଭଳି ସାମଗ୍ରୀ ଶାଢ଼ୀ ଗହଣା ଆସବାବ ଓ ଖାଦ୍ୟ ବ୍ୟଞ୍ଜନ ବିକ୍ରି ବ୍ୟବସ୍ଥା କରିଛି। ୧୩ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ଚଳିତ ବର୍ଷ ୩ ଲକ୍ଷ ଦର୍ଶକ ପରିଦର୍ଶନ ପାଇଁ ଆସିବେ ବୋଲି ଆୟୋଜକ ସଂସ୍ଥାର ପରିଚାଳନା ନିର୍ଦେଶକ ସୁଜିତ ଗୁପ୍ତା କହିଛନ୍ତି। ଉଲ୍ଲେଖ ଯେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ପ୍ରଦର୍ଶନୀ ସ୍ଥଳ ଶୀତ ତାପ ନିୟନ୍ତ୍ରିତ କରାଯାଇଛି।