ଶପଥ ନେଲେ ୩ ସାଂସଦ ମନମୋହନ, ସଂତ୍ରୁପ୍ତ ଓ ଦିଲ୍ଲୀପ ।

0 17

ଭୁବନେଶ୍ବର, 7.04.26 (ପ୍ରତ୍ୟୁଷା ଵ୍ୟୁରୋ ): ରାଜ୍ୟସଭାକୁ ଦୀର୍ଘ ୧୮ ବର୍ଷ ପରେ ଫେରିଛନ୍ତିଦିଲ୍ଲୀପ ରାୟ। ଆଜି ତୃତୀୟ ଥର ପାଇଁ ରାଜ୍ୟସଭା ସାଂସଦ ଭାବେ ସେ ଶପଥନେଇଛନ୍ତି। ବିଜେପିର ମନମୋହନ ସାମଲ ଏବଂ ବିଜେଡିର ସଂତୃପ୍ତ ମିଶ୍ର ମଧ୍ୟରାଜ୍ୟସଭା ସାଂସଦ ଭାବେ ଆଜି ଶପଥ ନେଇଛନ୍ତି। ତିନିଜଣ ଯାକ ଓଡ଼ିଆରେଶପଥ ପାଠ କରିଛନ୍ତି। ଓଡ଼ିଶାରୁ ନିର୍ବାଚିତ ବିଜେପିର ଅନ୍ୟତମ ସାଂସଦସୁକ୍ କୁମାର ଆସାମରେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥ‌ିବାରୁ ଶପଥନେଇପାରିନାହାନ୍ତି।ଦିଲ୍ଲୀପ ରାୟ ୧୯୯୬ ମସିହାରେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟରେରାଜ୍ୟସଭାକୁ ଯାଇଥିଲେ। ୧୯୯୮ ମାର୍ଚ୍ଚରୁ ୧୯୯୯ ଅକ୍ଟୋବର ପର୍ଯ୍ୟନ୍ତଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ କୋଇଲା ମନ୍ତ୍ରୀ ଭାବରେସ୍ଵାଧୀନ ଦାୟିତ୍ଵ ତୁଲାଇଥିଲେ। ୨୦୦୨ ମସିହାରେ ସେ ସ୍ଵାଧୀନ ପ୍ରାର୍ଥୀଭାବେ ପୁନର୍ବାର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୮ ମସିହା ଯାଏଁସେ ସାଂସଦ ଥିଲେ । ଏଥର ସେ ବିଜେପି ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ଭାବେରାଜ୍ୟସଭା ଲି ବିଜୟୀ ହୋଇଛନ୍ତି।ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦ୍ଵିତୀୟ ଥର ରାଜ୍ୟସଭାକୁଯାଇଛନ୍ତି। ପୂର୍ବରୁ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ରାଜ୍ୟସଭା ସାଂସଦ ଥିଲେ । ଡ.ସଂତୃପ୍ତ ମିଶ୍ର ପ୍ରଥମ ଥର ରାଜ୍ୟସଭା ଯାଇଛନ୍ତି।

Leave A Reply

Your email address will not be published.