ଏପ୍ରିଲ ୧୦ରୁ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୬

0 21

ଭୁବନେଶ୍ୱର,7.04.26 ( ପ୍ରତ୍ୟୁଷା ବ୍ୟୁରୋ ) : ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରା ଲିଃ ପ୍ରାୟୋଜିତ ତ୍ରୟୋଦଶତମ ଭୁବନେଶ୍ୱର ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ( ଟ୍ରେଡ଼ ଫେୟାର )ଚଳିତ ଅପ୍ରେଲ ୧୦ ତାରିଖରୁ ଆରମ୍ଭ ହୋଇ ୨୦ ଅପ୍ରେଲ ପର୍ଯ୍ୟନ୍ତ ଚାଲିବ। ଜୟଦେବ ବିହାର ସ୍ଥିତ ଜନତା ମୈଦାନ ଠାରେ ଏହି ମେଳା ୨୨ଟି ରାଜ୍ୟ ଓ ୧୦ଟି ଦେଶର ଅଗ୍ରଣୀ ବ୍ୟବସାୟିକ ଅନୁଷ୍ଠାନକୁ ନେଇ ଆରମ୍ଭ ହେବ। ଭାରତ ବର୍ଷର ନାମକରା ଫର୍ନିଚର ( ଆସବାବ ପତ୍ର ), ଯେପରି କାଶ୍ମୀର ଫର୍ନିଚର, ବିଭିନ୍ନ ବର୍ଗମାଳା ଅଳଙ୍କାର, ବସ୍ତ୍ର ସମ୍ଭାର ଜାମଦାନୀ ଶାଢ଼ୀ ବାଙ୍ଗଲାଦେଶ, କୋରିଆ ଆଫାଗାନ ଡ୍ରାଏ ଫୁଡ ସିଙ୍ଗାପୋର ପ୍ରଡକ୍ଟ, ମାର୍ବଲ ମୂର୍ତ୍ତି ସମସ୍ତ ଭାରତୀୟ ଓ ବିଦେଶୀ ହସ୍ତ କଳାକୃତି ଉପଲବ୍ଧ ହେବ। ସେହିପରି ଖାଦ୍ୟ ବିଭାଗରେ ମନ ପସନ୍ଦ ଚମ୍ପାରନ ମଟନ ଓ ଭଳିକି ଭଳିକି ଚ ଟପଟା ଖାଦ୍ୟ ମିଳିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଗୁପ୍ତା ଇଭେଣ୍ଟ ର ନିର୍ଦେଶକ ପାୟଲ ଗୁପ୍ତା ଓ ପରିଚାଳନା ନିର୍ଦେଶକ ସୁଜିତ ଗୁପ୍ତା। ଉଲ୍ଲେଖ ଯେ ଏହି ମେଳା କେବଳ ଭୁବନେଶ୍ୱରରେ ନୁହେଁ ସାରା ରାଜ୍ୟରେ ଲୋକପ୍ରିୟ ହୋଇପାରିଛି। ଚଳିତ ବର୍ଷ ଏହି ମେଳା ଭଲ ବ୍ୟବସାୟ କରିବା ସହ ଲୋକଙ୍କ ଚାହିଦା ପୂରଣ କରିବ। ପ୍ରତି ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।

Leave A Reply

Your email address will not be published.