ଏସ୍‌ବିଆଇ କଟକ ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

0 109

କଟକ, 09.03.26 ( ପ୍ରତ୍ୟୁଷା ବ୍ୟୁରୋ ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଆଞ୍ଚଳିକ କାର୍ଯ୍ୟାଳୟ, କଟକ ତରଫରୁ ସ୍ଥାନୀୟଏକ ହୋଟେଲରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏସ୍‌ବିଆଇ ଭୁବନେଶ୍ଵର ମଣ୍ଡଳର ମହାପ୍ରବନ୍ଧକ ଡଃ. ବନ୍ଦନା ଅଗ୍ରୱାଲ ମୁଖ୍ୟ ଅତିଥି ଏବଂ ଡିଜିଏମ୍ ପ୍ରଶାନ୍ତ କୁମାର ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ମହିଳାମାନେ ଭାଗ ନେଇଥିଲେ ଏବଂ ମହିଳାମାନେ ସ୍ଵାବଲମ୍ବୀ ଏବଂ ସଶକ୍ତ ହେବା ପାଇଁ ଏସ୍‌ବିଆଇ ଦ୍ବାରା ଯୋଗାଯାଉଥିବା ବିଭିନ୍ନ ସେବା ବିଷୟରେ ଆଲୋକପାତ କରାଯାଇଥିଲା । ଏସ୍‌ସିବି ମେଡ଼ିକାଲ କଲେଜର ଡିନ୍ ତଥା ଅଧ୍ଯକ୍ଷା ଡ. ଲୁସି ଦାସ ଏବଂ ବିଶିଷ୍ଟ ସମାଜସେବୀ କବିତା ମହାପାତ୍ର ସେମାନଙ୍କର ଦୀର୍ଘ ଦିନର ଅନୁଭୂତି ବାଣ୍ଟିଥିବା ସହ ମହିଳାମାନଙ୍କର ଉନ୍ନତିକରଣ ବିଷୟରେ ବର୍ଣ୍ଣନା କରିଥିଲେ । ଏସ୍‌ବିଆଇ କଟକର ଆଞ୍ଚଳିକ ପରିଚାଳକ ଚୌଧୁରୀ ଅଶ୍ମିନ ଅନୁପମ ପ୍ରହରାଜ ମୁଖ୍ୟ ବକ୍ତା ଭାବେ ବ୍ୟାଙ୍କର ବିଭିନ୍ନ ମହିଳା ଉପଯୋଗୀ ଋଣ ଯୋଜନା ସମ୍ବନ୍ଧରେରେ ଆଲୋଚନା କରିଥିଲେ । ଉପସ୍ଥିତ ଥିବା ଅନେକ ମହିଳା ଉଦ୍ୟୋଗୀ ଭାରତୀୟ ଷ୍ଟେଟବ୍ୟାଙ୍କ ଦ୍ବାରା ପାଇଥିବା ବିଭିନ୍ନ ସୁବିଧା ସୁଯୋଗର ପ୍ରଶଂସା କରିଥିଲେ।

Leave A Reply

Your email address will not be published.