ଭୁବନେଶ୍ୱର : ୧୭/୦୧/୨୦୨୬( ପି ଏନ ଏସ )ବିଶ୍ୱବାସୀଙ୍କ ଆରାଧ୍ୟ ଠାକୁର ଶ୍ରୀ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରାକୁ ଅଖିଳ ଭାରତ ସାଧୁ ସନ୍ଥ ସମିତି ତଥା ଗଙ୍ଗା ମହାସଭାର ରାଷ୍ଟ୍ରୀୟ ମହାମନ୍ତ୍ରୀ ସ୍ଵାମୀ ଜିତେନ୍ଦ୍ରାନନ୍ଦ ସରସ୍ବତୀ ନା ପସନ୍ଦ କରିଛନ୍ତି। ସ୍ଵାମୀ ସରସ୍ବତୀ ଦିନିକିଆ ଓଡିଶା ଗସ୍ତ ଅବସରରେ ପୁରୁଣା ଭୁବନେଶ୍ୱର ମାଉସୀ ମା ମନ୍ଦିର ସନ୍ନିକଟ ନିଗମାନନ୍ଦ ଆଶ୍ରମରେ ପ୍ରତ୍ୟୁଷାନ୍ୟୁଜକୁ କହିଥିଲେ ଯେ ଶ୍ରୀଜୀଉଙ୍କ ପ୍ରତି ସମଗ୍ର ଜଗତର ଭାବାବେଗ ଜଡିତ ରହିଛି। ତାଙ୍କର ପର୍ବ ଗୁଡିକ ନିର୍ଦ୍ଦିଷ୍ଟ ତିଥିରେ ପାଳନ ହେଉଥିବା ବେଳେ କିଛି ଅନୁଷ୍ଠାନ ଏଥିରେ ବ୍ୟତିକ୍ରମ କରି ଜନମାନସକୁ ବିଭ୍ରାନ୍ତ କରୁଛନ୍ତି ଯାହାକୁ ସନ୍ଥ ସମାଜ ଗ୍ରହଣ କରିପାରିବ ନାହିଁ। ସେ କହିଲେ । ଆଜି ଯାହା କିଛି ପରିବର୍ତ୍ତନ ଭାରତର ଅସ୍ମିତା ଓ ଗୌରବର କଥା କହିବା ଆମର ଓଡ଼ିଶାର ଆରାଧ୍ଯ ଦେବତା ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମା ଏବଂ ପୂଜା ପଦ୍ଧତି ସମ୍ପୂର୍ଣ୍ଣ ଶାସ୍ତ୍ର ସମ୍ମତ ଆଧାରିତ ଅଟେ | ଆଜି ଆମେ ପଦେ କଥା କହୁଅଛୁ କି ଅଦିନିଆ ରଥଯାତ୍ରା ଆମ ସଂସ୍କୃତି ପରମ୍ପରାର ବାହାରେ ନୀତି ବିରୁଦ୍ଧ ଅଟେ । ଆଜି ଏ ସମସ୍ତ ବିଷୟ ଉପସ୍ଥାପନ ନିମିତ୍ତ ଅଖିଳ ଭାରତୀୟ ସନ୍ଥ ସମିତି ଏବଂ ଗଙ୍ଗା ମହାସଭାର ରାଷ୍ଟ୍ରୀୟ ମହା ମନ୍ତ୍ରୀ / ମହା ସଚିବ ଦଣ୍ଡୀ ସ୍ୱାମୀ ଜିତେନ୍ଦ୍ରାନନ୍ଦ ସରସ୍ଵତୀ ଜୀ ମହାରାଜ ସମଗ୍ର ଦୁନିଆକୁ ଜଣାଇ ଦେବାକୁ ଆହ୍ଵାନ କରିଛନ୍ତି କ’ଣ ନୀତି ବିରୁଦ୍ଧ ଅଟେ ତତ୍ ସହିତ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ସ୍ୱାମୀ ଶ୍ରଦ୍ଧାନନ୍ଦ ସରସ୍ଵତୀ ପଶ୍ଚିମବଙ୍ଗର ମହାମନ୍ତ୍ରୀ ସ୍ୱାମୀ ବ୍ରହ୍ମବିଦ୍ୟାନନ୍ଦ ଜୀ ଓଡ଼ିଶାର କାର୍ଯ୍ୟକାରୀ ଅଧ୍ୟକ୍ଷ ସ୍ୱାମୀ ଯୋଗୀ ଦେବଦତ୍ତ ମହାରାଜ ଜୀ ସମେତ ଅନେକ ସାଧୁସନ୍ଥ ମହାତ୍ମା ଉପସ୍ଥିତ ରହି ପୁରୀର ଗଜପତି ଦିବ୍ୟସିଂହ ଦେବ ମହାରାଜା ଦେଇଥିବା ପ୍ରସ୍ତାବ ଏବଂ ଏସମସ୍ତ ବିଷୟ ମାନ୍ୟବର ଗଣ ମାଧ୍ୟମକୁ ଜଣାଇଥିଲେ ।