୨୦୩୦ ସୁଦ୍ଧା ୭ଟି ଏସ ୟୁ ଭି ସମେତ ୧୦ ଟି ଲଞ୍ଚ କରିବ ହୋଣ୍ଡା କାର ଇଣ୍ଡିଆ

0 55

ଭୁବନେଶ୍ୱର : ୧୩ /୧/୨୬( ପ୍ରତ୍ୟୁଷା ବ୍ୟୁରୋ )

ପ୍ରିମିୟମ କାରଗୁଡିକର ଏକ ଅଗ୍ରଣୀ ନିର୍ମାତା ହୋଣ୍ଡା କାର୍‌ସ ଇଣ୍ଡିଆଲିମିଟେଡ (ଏଚସିଆଇଏଲ) ଆଜି ଭାରତୀୟ ବଜାର ପ୍ରତି ନିଜର ମଜବୁତ ଓ ଦୀର୍ଘକାଳିନ ପ୍ରତିବଦ୍ଧତାକୁଦୋହରାଇବା ସହିତ ଭାରତ ପାଇଁ ଏକ ମହତ୍ବାକାଂକ୍ଷୀରୋଡମ୍ୟାପକୁହାଇଲାଇଟ କରିଛି ଯେଉଁଥିରେ ୨୦୩୦ସୁଦ୍ଧା ୭ଟି ଏସୟୁଭି ସମେତ ୧୦ଟି ଲଂଚ ଅନ୍ତର୍ଭୁକ୍ତ ରହିଛି । ଏଥ‌ିରେ ନିକଟରେ ପ୍ରଦର୍ଶିତ ହୋଇଥ‌ିବା ହୋଣ୍ଡା ୦a (ଆଲ୍‌ଫା) ମଧ୍ୟ ସାମିଲ ରହିଛି, ଭାରତୀୟ ବଜାର ପାଇଁ ଏଚସିଆଇଏଲର ପ୍ରଥମ ବ୍ୟାଟେରୀ ଇଲେକ୍‌ଟ୍ରିକଯାନ, ଯାହାକି ୨୦୨୬-୨୭ ଆର୍ଥିକ ବର୍ଷର ୨ୟ ଭାଗରେ ଲଂଚ କରାଯିବ ।ଆରମ୍ଭ ବିନ୍ଦୁକୁ ଫେରିଯାଇ ନୂଆ ଇଭିସିରିଜ ବିକଶିତ କରିବା କ୍ଷେତ୍ରରେ ହୋଣ୍ଡାର ପ୍ରତିଜ୍ଞାକୁ ସୂଚିତ କରୁଥିବାଏକ ନୂଆ ଇଭିସିରିଜ ହୋଣ୍ଡା ୦ (ଜିରୋ) ସିରିଜର ଏକ ଅଂଶ ହୋଣ୍ଡା ୦ a (ଆଲ୍‌ଫା)କୁ ଜାପାନ ମୋବିଲିଟିଶୋ’ ୨୦୨୫ରେ ଏକ ପ୍ରୋଟୋଟାଇପ ଭାବେ ପ୍ରଦର୍ଶିତ କରାଯାଇଥିଲା । ଏହି ମଡେଲ ହୋଣ୍ଡା ୦ ସିରିଜରଦୁନିଆରେ ଏକ ପ୍ରମୁଖ ‘ଗେ ମଡେଲ’ ଭାବେ କାର୍ଯ୍ୟ କରିବ ଯାହା ହୋଣ୍ଡାର ଆନ୍ତର୍ଜାତୀୟ ବ୍ୟବସାୟକ୍ଷେତ୍ରରେ ଭାରତର ରଣନୈନୌତିକମହତ୍ଵକୁ ଆଲୋକିତ କରୁଛି । ହୋଣ୍ଡାର ‘ମେକ ଇନ ଇଣ୍ଡିଆ’ ଲକ୍ଷ୍ୟକୁସୁଦୃଢ କରି ହୋଣ୍ଡା ॰ a (ଆଲ୍‌ଫା)କୁ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯିବ ଏବଂ ଅନ୍ୟ ଆନ୍ତର୍ଜାତୀୟ ବଜାରଗୁଡିକୁରପ୍ତାନୀ କରାଯିବ, ଏହା ରପ୍ତାନୀ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ କେନ୍ଦ୍ର ଭାବେ ଭାରତକୁ ଅବସ୍ଥାପିତ କରିବ ।

Leave A Reply

Your email address will not be published.