ବାରବାଟୀ ନୃତ୍ୟ ଉତ୍ସବ ୨୦୨୬”ଆହେ ନୀଳଶୈଳ “ନୃତ୍ୟରେ ଦର୍ଶକ ଆତ୍ମବିଭୋର

0 60

କଟକ,12.01.26 : ( ପ୍ରତ୍ୟୁଷା ବ୍ୟୁରୋ )କଳା ସଂସ୍କୃତିର ସହର କଟକରେ ଦୀର୍ଘ ୨୬ ବର୍ଷ ଧରି ନୃତ୍ୟନୁଷ୍ଠାନ ” ଓଡିଶୀ ନୃତ୍ୟ ମଣ୍ଡଳ ” କଟକ ଦ୍ୱାରା ଆୟୋଜିତ ହୋଇଆସୁଥିବା ” ବାରବାଟୀ ନୃତ୍ୟଉତ୍ସବ ୨୦୨୬ ” ମହାସମାରୋହରେ ଉଦଯାପିତ ହୋଇଛି . ଏହି ଉତ୍ସବରେ ଅନୁଷ୍ଠାନର ସର୍ବ ଗରିଷ୍ଟ ଓ ବରିଷ୍ଠ ନୃତ୍ୟଶିଳ୍ପୀ ମାନଙ୍କ ଦ୍ୱାରା ଆହେ ନୀଳଶୈଳ ନୃତ୍ୟରେ ଭକ୍ତ ଜବନକବି ସାଲେବେଗଙ୍କ ଭାବାବେଗକୁ ଖୁବ ସୁନ୍ଦର ଭାବେ ପ୍ରକ୍ଷ୍ୟାଳନ କରିଥିଲେ . ଗୁରୁ ଆଶିଷ କୁମାର ଦାସଙ୍କ ମୂଳ ସଂଯୋଜନାରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସୁଖ୍ୟାତ ଅର୍ଜନ କରୁଥିବା ତଥା ନୃତ୍ୟଶିଳ୍ପୀ ଜୀବନସହ ବିଭିନ୍ନ ପଦପଦବୀରେ ଅଧିଷ୍ଠିତ ନୃତ୍ୟଶିଳ୍ପୀମାନେ ଯଥା ଭାରତୀୟ ଜୀବନ ବୀମା ନିଗମର ଶାଖା ପରିଚାଳନା ଅଧିକର୍ତ୍ତା କାଜଲ ମହାପାତ୍ର, ଭାରତର ସର୍ବୋଚ୍ଚ ନାୟାଳୟର ଆଡ଼ଭୋକେଟ ଗୀତାଞ୍ଜଳୀ ତ୍ରିପାଠୀ, ବୃତ୍ତିଗତ ଫୋରକ୍ସ ଟ୍ରେଡର ମଧୁସ୍ମିତା ପଣ୍ଡା , ଏଲ ଆର ଡି ଏ ଭି ସ୍କୁଲର ନୃତ୍ୟ ପ୍ରଶିକ୍ଷିକା ଅନସୂୟା ବାରିକ, ଜୀବନ ବୀମା ଅଧିକାରୀ ତଥା ବିଶିଷ୍ଟ ଚିତ୍ରୋତଳନକାରି ପୁରବୀ ପ୍ରିୟଦର୍ଶିନୀ ମଲ୍ଲିକ, ଇନସନ ଟେକନୋଲୋଜିର ବରିଷ୍ଠ ପରିଚାଳନା ଅଧିକାରିଣୀ ଇଂ ଋତୁପର୍ଣ୍ଣା ନାୟକ ସାମଲ, ଓଡିଆ ଭାଷା ଓ ସାହିତ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ତଥା ଅନ୍ତଃରାଷ୍ଟ୍ରୀୟ ଓଡିଶୀ ନୃତ୍ୟଶିଳ୍ପୀ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀ ନୃତ୍ୟ ଗୁରୁ ଆଶିଷ କୁମାର ଦାସଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ନୃତ୍ୟ ଶିକ୍ଷା ସହ ବୃତ୍ତିଗତ ଶିକ୍ଷାସହ ନିଜସ୍ୱ ନୃତ୍ୟୟାନୁଷ୍ଠାନ ମାନଙ୍କରେ ଓଡ଼ିଶୀନୃତ୍ୟର ପ୍ରଚାର ପ୍ରସାର କରିଆସୁଛନ୍ତି . ନୃତ୍ୟ ଶିଳ୍ପୀଙ୍କୁ ବିଶିଷ୍ଟ ଓଡ଼ିଶୀ ନୃତ୍ୟଙ୍ଗନା ସୁଜାତା ମହାପାତ୍ର ସମର୍ଦ୍ଧିତ କରିଥିବାବେଳେ ଅନୁଷ୍ଠାନର ନିର୍ଦ୍ଧେଶିକା ସସ୍ମିତା ପଣ୍ଡା ପରିଚାଳନା କରିଥିଲେ ।

Leave A Reply

Your email address will not be published.