ଭୁବନେଶ୍ବର, ୧୪ ।୧ ( ପ୍ରତ୍ୟୁଷା ବ୍ୟୁରୋ ):ଜାନୁଆରୀ ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ କିଟ୍ ରେ ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଶ ଏଜୁକେସନାଲ୍ ଚେସ୍) ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଆରମ୍ଭ ହୋଇଛି । ଏହି ମହାକୁମ୍ଭକୁ ଏଫ୍ଆଇଜିଲର ଉପସଭାପତି ତଥା ଭାରତୀୟ ଗ୍ରାଶ ମାଷ୍ଟର ବିଶ୍ବନାଥନ୍ ଆନନ୍ଦ ଆଜି ଉଚ୍ଚାଟନ କରିଛନ୍ତି। ଭାରତରେ କିଟ୍ ରେ ପ୍ରଥମ ଥର ଲାଗି ଚେସ୍ର ଏଭଳି ମହାକୁମ୍ଭ ଅନୁଷ୍ଠିତ ହେଉଛି । ଅନ୍ତର୍ଜାତୀୟ ବେସ୍ ସଂଘ (ଏଫ୍ଆଇଜିଲ) ଓ ଭାରତୀୟ ଚେସ୍ ସଂଘ (ଏଆଇସିଏଫ୍)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଇଥିବା କେସ୍ର ଏହି ମହାକୁମ୍ଭରେ ଏଫ୍ଆଇଡିଲର ସଭାପତି ତଥା ଉତ୍ତର ପୂର୍ବତନ ପ୍ରଧାନମନ୍ତ୍ରୀ ଆର୍କାନି ହଭୋର୍କୋବିକ୍, ଏଫ୍ଆଇଜିଲର ଡେପୁଟି ହେୟାର ତଥା ଲଟଭିଆର ପ୍ରାନ୍ତନ ଅର୍ଥମନ୍ତ୍ରୀ ବାନା ରେଜନିସ୍, ଏଆଇସିଏଫ୍ ସଭାପତି ନିତିନ ନାରଙ୍ଗ, ସମ୍ପାଦକ ଦେବ ପଟେଲ୍ ଓ ଇଭେଣ୍ଟ କମିସନ୍ ସଦସ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଛନ୍ତି । ଏହି ଅବସରରେ ଜିଟ୍ ପରିସରରେ ଥିବା ଇଣ୍ଟରନ୍ୟାସ୍ନାଲ୍ ଦେସ୍ ହଲ୍ ଓ ଚେସ୍ ଗ୍ରାହ୍ମଣକୁ ବିଶ୍ବନାଥନ ଆନନ୍ଦ ଉଦ୍ଘାଟନ କରିଥିଲେ। ଉଭୟ କିଟ୍ କ୍ୟାମ୍ପସ୍ ଓ ହୋଟେଲ୍ ମୋ ଫେଲାଇରେ ଏହି କାର୍ଯ୍ୟକ୍ରମ ଚାଲିବଏହି ମେଗା ଇଭେଣ୍ଟରେ ଭାରଚର ୮୦ ଚେସ୍ ତାରକାଙ୍କ ସମେତ ବିଶ୍ବର ୪୦ଟି ଦେଶର ବିଶିଷ୍ଟ ଚେସ୍ ତାରକା ଯୋଗ ଦେଇଛନ୍ତି । ଏହା ସହିତ ମୋଟ ୫ହଜାର ୨ଶହ ଅଂଶଗ୍ରହଣ କରୁଥିବା ବେଳେ ଭାରତର ୫ ହଜାର ଚେସ୍ ଖେଳାଳି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି।ଏଥିରେ ଖୁସି ବ୍ୟକ୍ତ କରି ଶ୍ରୀ ସାମନ୍ତ କହିଛନ୍ତି, ଭାରତରେ କିଟ୍ ରେ ପ୍ରଥମ ଥର ପାଇଁ ଏଭଳି ମେଗା କାର୍ଯ୍ୟକ୍ରମ ହେବା ନିଶ୍ଚିତ ଭାବେ ଓଡ଼ିଶା ପାଇଁ ଗୌରବର ବିଷୟ। ଏହା ଦ୍ବାରା ଓଡ଼ିଶାର ଖେଳାଳିମାନେ ବିଶେଷ ସୁଯୋଗ ପାଇବା ସହ ସେମାନଙ୍କ ପାଇଁ ଏହା ଉଦାହରଣ ହୋଇ ରହିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଶ୍ରୀ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କିଟ୍ ଓ କିସ୍ ଦୀର୍ଘ ଦିନରୁ ଡେସ୍ର ବିକାଶ ଦିଗରେ କାର୍ଯ୍ୟ କରିଆସୁଛନ୍ତି । କିସ୍ ରେ ସମୟକୁ ସମୟ ଅନ୍ତର୍ଜାତୀୟ ଚେସ୍ ଦୁର୍ଗାମେଣ୍ଟ ଆୟୋଜନ କରାଯାଇଥାଏ ଏବଂ କିଟ୍ ଅନ୍ତର୍ଜାତୀୟ ଚେସ୍ ଚୁର୍ଣ୍ଣମେଣ୍ଟରେ ସବୁଠାରୁ ଅଧିକ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ ।