ଜ୍ୟୋତିର୍ବିଦ ମାନେ ସମାଜର ମାର୍ଗ ଦର୍ଶକ

0 87

ଭୁବନେଶ୍ୱର,10.01.26 ( ପ୍ରତ୍ୟୁଷା ବ୍ୟୁରୋ ) : ଜ୍ୟୋତିର୍ବିଦ ମାନେ ସମାଜର ମାର୍ଗ ଦର୍ଶକ, ସେମାନେ ଭଗବାନ ନୁହଁନ୍ତି। ରାଶି ନକ୍ଷତ୍ର ଗ୍ରହ ମାନଙ୍କ ଚଳନ ନେଇ ଜ୍ୟୋତିଷ ଶାସ୍ତ୍ରରେ ସଠିକ ଆକଳନ ସମ୍ଭବ ଏଣୁ ଆମର ଜ୍ୟୋତିର୍ବିଦ ମାନେ ଅଧ୍ୟୟନ କରିବା ଆବଶ୍ୟକ ରହିଛି। ଜନ ସାଧାରଣ ଯେଉଁ ଆଶା ନେଇ ଆମ ପାଖକୁ ଆସୁଛନ୍ତି ତାହା ଉପରେ ଗୁରୁତ୍ୱ ଦେଇ ଜ୍ୟୋତିଷ ଆସନ ଉଚ୍ଚ ରଖିବା ଆମର କର୍ତ୍ତବ୍ୟ।ଏହା ବ୍ୟତୀତ ଜ୍ୟୋତିଷ ବିଦ୍ୟା ବିଜ୍ଞାନ ସହ ତୁଳନୀୟ ଏହା ସମସ୍ତେ ସ୍ୱୀକାର କରିଥାନ୍ତି। ଏଣୁ ଜ୍ୟୋତିଷ ଶାସ୍ତ୍ର ସର୍ବତ୍ର ବିଶ୍ୱାସ ବଜାୟ ରଖିଛି କିନ୍ତୁ ଆମ ଭିତରେ ମୁଁ ଅଧିକ ଜାଣିଛି ଏପରି ଅହଂକାର ରହିଛି ତାହା ଦୂର ହେଲେ ପରସ୍ପର ସୌହାର୍ଦ୍ଦ ରଖିଲେ ଜନ ସାଧାରଣ ଜ୍ୟୋତିର୍ବିଦ ମାନଙ୍କୁ ସମ୍ମାନ ଦେଵେ ବୋଲି ଶନିବାର ପୂର୍ବାହ୍ନ ରେ ଭୁବନେଶ୍ୱରଠାରେ ଆୟୋଜିତ ପଞ୍ଚ ଦଶତମ ଆନ୍ତର୍ଜାତୀୟ ବେଦିକ କଲଚର ଓ ଆଷ୍ଟ୍ରୋଲୋଜି ସମ୍ମିଳନୀ ୨୦୨୬ ରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନେ ମତ ଦେଇଛନ୍ତି। ଏହି ସମ୍ମିଳନୀରେ ଅଶ୍ୱଜିତ ଧଳ ସଭାପତିତ୍ବ କରି ଦେଶର ବିଭିନ୍ନ ପ୍ରଦେଶରୁ ଆସିଥିବା ବିଶିଷ୍ଟ ଜ୍ୟୋତିଷ ବିଶାରଦମାନେ ସଭା ସଫଳ କରିଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ, ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ଧର୍ମଗୁରୁ ଏଚ ଏସ ରାୱାତ,ଡ଼ ପ୍ରଣବ ଶାସ୍ତ୍ରୀ, ଡ ପ୍ରିୟମ୍ବଦା ନାୟକ, ଡ଼ ପିୟୁଷ ପିପାସୁ ଦାସ, ହୃଦାନନ୍ଦ ବଳ ପି ଆର ହଳଧର ଚିତ୍ତରଞ୍ଜନ ମହାପାତ୍ର ନିରଞ୍ଜନ ମହାପାତ୍ର ସମର ଅଲ୍ଲୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସମ୍ମିଳନୀରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଚିନ୍ମୟ ମହାନ୍ତି ଅତି ଚମତ୍କାର ଭାବରେ ସଂଚାଳନ କରି ଉପସ୍ଥିତ ସମସ୍ତଙ୍କୁ ମୁଗ୍ଧ କରିଦେଇଥିଲେ। ଉଲ୍ଲେଖ ଯେ ଆସନ୍ତା କାଲି ଏହି ଦୁଇ ଦିନିଆ ସମ୍ମିଳନୀ ଉଦ ଯାପିତ ହେବ।

Leave A Reply

Your email address will not be published.