ଜାନକୀ ବଲ୍ଲଭଙ୍କ ସ୍ମୃତି ରକ୍ଷା ପାଇଁ ବର୍ଷ ବ୍ୟାପି କାର୍ଯ୍ୟକ୍ରମ କରିବ କଂଗ୍ରେସ

0 39

ଭୁବନେଶ୍ୱର 🙁 ପି ଏନ ଏସ ) ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ଆସାମ ରାଜ୍ୟର ଲୋକପ୍ରିୟ ରାଜ୍ୟପାଳ ପ୍ରଜ୍ଞା ପୁରୁଷ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି ରକ୍ଷା ପାଇଁ ରାଜ୍ୟ କଂଗ୍ରେସ ଉଦ୍ୟମ କରିବ। ରାଜ୍ୟରେ କଂଗ୍ରେସକୁ ଲୋକ ପ୍ରିୟ କରାଇବାରେ ଜାନକୀଙ୍କ ଅବଦାନ ଅବିସ୍ମରଣୀୟ। ରାଜ୍ୟରେ ଶିଳ୍ପ ଶିକ୍ଷା ଶ୍ରମ କୃଷି ଓ ଭାଷାକୁ ଉଚ୍ଚ ସ୍ତରରେ ପହଂଚାଇବା ପାଇଁ ତାଙ୍କ ଉଦ୍ୟମ ଏବେ ବି ଓଡ଼ିଆ ଲୋକେ ମନେ ପକାଇ ଥାନ୍ତି। ଜାନକୀଙ୍କ ସ୍ଥିର ଶାସନ ଏସବୁର ପ୍ରକୃଷ୍ଟ ଉଦାହରଣ। ଏଣୁ ଓଡିଶାକୁ ଉତ୍ତୁଙ୍ଗ ସ୍ଥାନରେ ପହଞ୍ଚାଇ ଥିବା ଜାନକୀଙ୍କୁ ରାଜ୍ୟ କଂଗ୍ରେସ ସେଭଳି ସମ୍ମାନ ଦେଇନି। ଏହି ପରିପ୍ରେକ୍ଷୀରେ ଜାନକୀ ଶାସନର ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ ଓଡ଼ିଆଙ୍କ ଭାବାବେଗ ସହିତ ଜଡିତ ପାଇଁ କଂଗ୍ରେସ ତାଙ୍କ ଜନ୍ମଦିନରୁ ଏକ ବର୍ଷ ବ୍ୟାପି କାର୍ଯ୍ୟକ୍ରମ ପାଳନ କରିବ ବୋଲି କହିଛନ୍ତି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ଶନିବାର ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Leave A Reply

Your email address will not be published.