ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବାର୍ଷିକ ସଙ୍ଗୀତ ମହୋତ୍ସବ “ ରାଗୋତ୍ସବ-୨୦୨୫୬.

0 67

ଭୁବନେଶ୍ଵର (ପ୍ରତ୍ୟୁଷା ବ୍ୟୁରୋ) ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ପ୍ରୋତ୍ସାହିତ କରୁଥିବା ଆଗଧାଡ଼ିର ସଙ୍ଗଠନ ଭୁବନେଶ୍ୱର ମ୍ୟୁଜିକସର୍କଲ ଦ୍ୱାରା ଆୟୋଜିତ ହେବାକୁ ଥିବା ବାର୍ଷିକ ସଙ୍ଗୀତ ମହୋତ୍ସବ-ରାଗୋତ୍ସବ-୨୦୨୫ ଚଳିତ ମାସ ୨୬, ୨୭ଏବଂ ୨୮ ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ସନ୍ଧ୍ୟା୬.୩୦ଟାରେ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ତେଜିନ୍ଦର ସିଂ ଲାଇଫ ଟାଇମ ଆଚିଭମେଣ୍ଟଆଓ୍ବାର୍ଡ ଯାହା ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ବିଶିଷ୍ଟ କଳାକାର ପଦ୍ମଶ୍ରୀ ଡ.ଶ୍ୟାମାମଣୀ ଦେବୀଙ୍କୁ ୨୬ ତାରିଖରେ ପ୍ରଦାନକରାଯିବ। ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ସହରରୁ ଆସୁଥିବା କଳାକାରମାନଙ୍କ ଦ୍ବାରା ପ୍ରତ୍ୟେକ ସନ୍ଧ୍ୟାରେ୨ଟି ଉପସ୍ଥାପନା ପ୍ରଦର୍ଶିତ ହେବ । ପ୍ରତ୍ୟେକ ଦିନର ସଙ୍ଗୀତ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଏହା ସର୍ବସାଧାରଣଙ୍କପାଇଁ ଖୋଲା ରହିଛି। ୧୯୬୩ ମସିହାରେ ପ୍ରତିଷ୍ଠିତ ଭୁବନେଶ୍ଵର ମ୍ୟୁଜିକ ସର୍କଲ, ଭୁବନେଶ୍ଵର ଏବଂ ଏହାରନିକଟବର୍ତ୍ତୀ ଅଞ୍ଚଳରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ପ୍ରୋତ୍ସାହିତ କରିଆସୁଛି। ସମ୍ପ୍ରତି ଏହାର ପାଖାପାଖି ୫୦୦ଜଣ ଆଜୀବନ ସଦସ୍ୟ ରହିଛନ୍ତି। ଭୁବନେଶ୍ଵର ମ୍ୟୁଜିକ ସର୍କଲ ପ୍ରତି ମାସରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନକରିଥାଏ, ସେଥୁମଧ୍ୟରୁ ୩ ଦିନିଆ ବାର୍ଷିକ ସଙ୍ଗୀତ ମହୋତ୍ସବ “ରାଗୋତ୍ସବ” ସାଧାରଣତଃ ନଭେମ୍ବର ମାସରେଅନୁଷ୍ଠିତ ହୋଇଥାଏ। ଏଥିରେ ହିନ୍ଦୁସ୍ତାନୀ, କର୍ଣାଟିକ ଏବଂ ଓଡ଼ିଶୀ ଧାରାର ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମଉପସ୍ଥାପନ କରାଯାଇଥାଏ।ରାଗୋତ୍ସବ କାର୍ଯ୍ୟସୂଚୀ୨୬ ତାରିଖ ସନ୍ଧ୍ୟା ଡଃ ଆଇ ମନ୍‌ଧା ରାଓଙ୍କ କର୍ଣ୍ଣାଟିକ୍ ସେକ୍ରୋଫୋନ୍ ରେସିଟାଲ ପରିବେଷଣରୁ ଆରମ୍ଭହେବ। ଏଥିରେ ଡଃ. ମାଲୁଦୁରୁ ସତ୍ୟନାରାୟଣ ଶର୍ମା “ଭାଓଲିନ୍” ଏବଂ ମାଭୁଦୁରୁ ସତ୍ୟନାରାୟଣ ରାଓ ଶର୍ମା“ ମୃଦଙ୍ଗ”ରେ ସହଯୋଗ କରିବେ। ଡଃ. ଚୈତ୍ରା ଏଚ୍ ଏସ୍‌ଙ୍କ ଦ୍ବାରା ହିନ୍ଦୁସ୍ତାନୀ ଭୋକାଲ ରେସିଟାଲ ପରିବେଷିତହେବ ଏବଂ ଏଥ‌ିରେ ଗୋପିନାଥ ଏଚ ଏସ ତାବଲା ଏବଂ ଉମାକାନ୍ତ ପୁରାଣିକ ହରମୋନିୟମ ରେ ସହଯୋଗ କରିବେ।ସେହିପରି ୨୭ ଓ ୨୮ ତାରିଖରେ ମଧ୍ୟ ହିନ୍ଦୁସ୍ତାନୀ ଓ ତବଲା କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ସଂଗୀତ ପ୍ରେମୀ ଉପସ୍ଥିତ ରହି ଉପଭୋଗ କରିବାକୁ କ୍ଷୀରୋଦ ମୋହନ ପଟ୍ଟନାୟକ, ଅରବିନ୍ଦ ବେହେରା ଓ ରାଜେନ୍ଦ୍ର ସିଂ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ।

Leave A Reply

Your email address will not be published.