ନୂଆପଡା : ଦିନ ୧୧ ଟା ସୁଦ୍ଧା ୩୨. ୫% ମତଦାନ

0 51

ନୂଆପଡ଼ା, 11.11.25 ( ପ୍ରତ୍ୟୁଷା ବ୍ୟୁରୋ):

ନୂଆପଡା ଉପନିର୍ବାଚନ ଏ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାରେ ଚାଲିଛି। ଦିନ ୧୧ ଟା ସୁଦ୍ଧା ୩୨. ୫% ମତ ଦାନ ହୋଇଛି। କୌଣସି ବୁଥରେ ମତ ଦାନକୁ ପ୍ରଭାବିତ କରିବା ଭଳି ଖବର ମଧ୍ୟ ନାହିଁ। ସି ସି ଟି ଭି ମାଧ୍ୟମରେ ନିରପେକ୍ଷ ମତ ଦାନ ପାଇଁ ନଜର ରଖାଯାଇଛି ବୋଲି ଘାଣ୍ଟିକିଆ ପ୍ରେସ ବୁଲେଟିନରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପାଳନ। ଉଲ୍ଲେଖ ଯେ ମତଦାନ ପାଇଁ ନୂଆପଡା ବାସୀ ଆଗ୍ରହର ସହ ମତ ଦାନ କେନ୍ଦ୍ରରେ ଭିଡ଼ ଜମାଇ ଥିବାରୁ ଭୋଟ ଶତକଡା ବୃଦ୍ଧି ପାଇବ ବୋଲି କୁହାଯାଉଛି।

ସମ୍ବେଦନଶୀଳ ଏବଂ ସଖୀ ବୁଥ୍ ସମେତ ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳରେ ମତଦାନ ଶାନ୍ତିଶୃଙ୍ଖଳାର ସହିତ ଚାଲୁରହିଛି ।• ପୂର୍ବାହ୍ନ ୧୧:୦୦ ଟା ସୁଦ୍ଧା ମତଦାନର ହାର ପ୍ରାୟ ୩୨.୫୧% ରହିଛି।- ଅଦ୍ୟାବଧି ଗୋଟିଏ VVPAT (ବୁଥ ନମ୍ବର 298) ପରିବର୍ତ୍ତନ କରାଯାଇଛି। • ନୂଆପଡ଼ାରେ ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ଉପ-ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସିସିଟିଭି ମାଧ୍ୟମରେ ମତଦାନ ପ୍ରକ୍ରିୟାର ନିରନ୍ତର ତଦାରଖ କରାଯାଉଛି ।

Leave A Reply

Your email address will not be published.