ବୟନିକା ସଭାପତିଙ୍କ ଦୁର୍ନୀତି ବିରୋଧରେ ଓଡିଶା ବୁଣାକାର ମହାସଂଘର ବିଷୋଦଗାର

0 260

ଭୁବନେଶ୍ୱର : ୧୯ /୯ ( ପ୍ରତ୍ୟୁଷା ବ୍ୟୁରୋ ) ରାଜ୍ୟ ବୟନିକା ସଭାପତି ପ୍ରକାଶ ମେହେର ଦୁର୍ନୀତିରେ ବୁଡିକି ଅଛନ୍ତି। କେବଳ ଦୁର୍ନୀତି ନୁହେଁ ବେଆଇନ ଭାବରେ ନିୟମକୁ ମାଡି ମକଚି ମନମୁଖୀ ଚଳାଇଛନ୍ତି ବୋଲି ଓଡିଶା ବୁଣାକାର ମହାସଂଘ ଭୁବନେଶ୍ୱର ବୁଧବାର ରାଜ୍ୟ ରେଡ଼କ୍ରସ ଭବନ ସମ୍ମିଳନୀ କକ୍ଷରେ ସଂଘର କର୍ମକତ୍ତାଙ୍କ ଉପସ୍ଥିତିରେ କହିଛନ୍ତି ଶ୍ରୀଧର ବେହେରା। ସେ ଶ୍ରୀ ମେହେରଙ୍କୁ ପଦବୀରୁ ବହିଷ୍କାର ପାଇଁ ଦାବୀ କରିଛନ୍ତି। ଶ୍ରୀ ବେହେରାଙ୍କ କହିବା ଅନୁଯାୟୀ“ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲି ” ( ବୟନିକା) ହେଉଛି ରାଜ୍ୟର ବୁଣାକାରମାନେଉତ୍ପାଦିତ କରୁଥିବା ବସ୍ତ୍ର ସାମଗ୍ରୀକୁ ବ୍ୟବସାୟିକ ସହଯୋଗ ଦେବାପାଇଁ ବୟନିକା ବିଧବ୍ୟବସ୍ଥା ଅନୁସାରେଅଙ୍ଗୀକାରବଦ୍ଧ ଏକ ଶୀର୍ଷ ସମବାୟ ଅନୁଷ୍ଠାନ । ଆଜିର ଦିନରେ ବୁଣାକାରମାନଙ୍କ ବ୍ୟବସାୟିକ ଆବଶ୍ୟକତାପୂରଣ କରୁଥିବା ବୟନିକାର ବିକଳ୍ପ ନାହିଁ । ସର୍ବୋପରି ବୟନିକା ହେଉଛି ସାରା ରାଜ୍ୟର ବୁଣାକାରମାନଙ୍କଜୀବନ ଜୀବିକା ନିର୍ବାହର ଏକମାତ୍ର ମାଧ୍ୟମ । ରାଜ୍ୟର ହଜାର ହଜାର ସଂଖ୍ୟାର ବୁଣାକାର ପରିବାରମାନଙ୍କୁଦାନାପାଣି ଦେଉଥିବା ବୟନିକାକୁ ବିଭିନ୍ନ ଦିଗରୁ ଆର୍ଥିକ କ୍ଷତି ଓ ଶୋଷଣ କରୁଥିବା ସଭାପତି ପ୍ରକାଶ ମେହେରଙ୍କକଳାକାରନାମା ସମ୍ପର୍କରେ ନିମ୍ନରେ କିଛି ଅଭିଯୋଗ ପ୍ରଦତ୍ତ କରୁଅଛୁ । ଏହାର ତଦନ୍ତ କରିବାକୁ ଆପଣ ସଦୟନିର୍ଦ୍ଦେଶ ଦେଲେ ବୁଣାକାରମାନଙ୍କ ଆଶା ଓ ଭରଷାର ପ୍ରତୀକ ବୟନିକାର ସୁରକ୍ଷା ହୋଇପାରିବ ।ଅଭିଯୋଗର ବିବରଣୀ :ବୌଦ୍ଧ ଜିଲ୍ଲାର ଜଣେ ବାଲିମାଫିଆ ରାସ୍ତା କାମ କରୁଥିବା ଠିକାଦାର ନିଜକୁ ଜଣେ ବିଜେଡ଼ିରତୁଙ୍ଗନେତା ବୋଲାଉଥିବା ପ୍ରକାଶ ମେହେର ୨୦୨୩ ମସିହା ବୟନିକା ନିର୍ବାଚନରେ ବହୁପରିମାଣରଅର୍ଥ ବ୍ୟୟକରି ତତ୍କାଳୀନ ସମୟବାୟ ମନ୍ତ୍ରୀଙ୍କ ନିକଟତର ହୋଇ ବୟନିକା ସଭାପତି ପଦବୀଟିକୁଚଞ୍ଚଚକତା କରି କରାୟତ କରିଛନନ୍ତି । ସେହି ନିର୍ବାଚନରେ ତାଙ୍କ ସହିତ ଜଣେ ପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ଥିଲେମଧ୍ୟ ତାଙ୍କୁ ଧମକଚମକ ଦିଆଯାଇ ତାଙ୍କ ପ୍ରାର୍ଥୀପତ୍ର ବଳପୂର୍ବକ ପ୍ରତ୍ୟାହାର କରି ନେଇଇଥିଲେ ଏବଂସେ ସଭାପତି ହୋଇଥିଲେ । ସମବାୟ ପରିସ୍ଫୁଳନାରେ ତାଙ୍କର କୌଣସି ଦକ୍ଷତା ଏବଂ ଅଭିଜ୍ଞତାନଥାଇ ମଧ୍ଯ ତତ୍କାଳୀନ ସରକାରଙ୍କ ପଟ୍ଟାଦାର ବୋଲାଉଥିବା ଜଣେ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ସର୍ବନିମ୍ନଶିକ୍ଷାଗତ ଯୋଗ୍ୟତା ନଥାଇ ଏବଂ ନିଶାସକ୍ତ ହୋଇ ବୟନିକା କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତିଙ୍କୁସଭାପତି କରାଇବାକୁ ସୁପାରିସ୍ କରିଥିଲେ । ସର୍ବୋପରି ନିର୍ବାଚନ ସମୟରେ ତାଙ୍କୁ ଯେଉଁମାନେବିରୋଧ କରୁଥିଲେ ସେମାନଙ୍କୁ ବିଜେପି କହି ବୟନିକାରେ ତାଙ୍କର ବସ୍ତ୍ର ନ ରଖୁବାକୁ ଲୁଗାକିଣାଦାୟିତ୍ଵରେ ଥିବା ଅଧିକାରୀଙ୍କୁ ପ୍ରଭାବିତ କରୁଛନ୍ତି। ଏଣୁ ଏଭଳି ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ବହିଷ୍କାର ପାଇଁ ସେ ଦାବୀ କରିଛନ୍ତି।

Leave A Reply

Your email address will not be published.