ସାର କଳାବଜାରୀ ଓ ଅଭାବ ବିରୋଧରେ ପ୍ରଦେଶ କିଷାନ କଂଗ୍ରେସ ବିଧାନ ସଭା ଆଗରେ ଗର୍ଜିଲା ।

0 154

ଭୁବନେଶ୍ୱର, 23.09.25 ( ପ୍ରତ୍ୟୁଷା ବ୍ୟୁରୋ ) : ରାଜ୍ୟ ସରକାର ଚାଷୀଙ୍କ ପାଇଁ ଆଖି ବୁଜି ଦେଇଥିବା ଵେଳେ ପ୍ରଦେଶ କିଷାନ କଂଗ୍ରେସ ପୋସ୍କୋ ଆନ୍ଦୋଳନର ତତ୍କାଳୀନ ନେତା ଅଭୟ ସାହୁଙ୍କ ନେତୃତ୍ୱରେ ବିଧାନ ସଭା ଘେରାଉ କରି ଚାଷୀଙ୍କ ପାଇନ୍ ଗର୍ଜିଛି।ସମବାୟ-ମାର୍କଫେଡ଼ ଓ ସରକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକାସାର ପାଇଁ ଚାଷୀ ରାତି ଉଜାଗର ହୋଇ ରାସ୍ତାରେ ଅଧ୍ୟା ପଡୁଛିଚାଷୀଙ୍କୁ ମିଳୁନି; ଲକ୍ଷ ଲକ୍ଷ ଟଙ୍କାର ସାର ଯାଉଛି କୁଆଡେଚାଷୀଙ୍କୁ ସାର ନମିଳିଲେ ଗ୍ରାମାଞ୍ଚଳକୁ ବ୍ୟାପିବ ଆନ୍ଦୋଳନ ବ୍ୟାପିବ ବୋଲି କିଷାନ କଂଗ୍ରେସ ସରକାରକୁ ଚେତାବନୀ ଦେଇଛି।ଏହି ଅବସରରେ ଚାଷୀ ନେତା ଶ୍ରୀ ସାହୁ କହିଛନ୍ତି ସାରା ରାଜ୍ୟରେ ସାର ଅଭାବ ଏବଂ କଳାବଜାରୀ ପାଇଁ ନାହିଁ ନଥ‌ିବା ଅବସ୍ଥା ଦେଖା ଦେଇଛି । ଚାଷୀଙ୍କମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି ହେବା ସହିତ ସାର ଅଭାବ ଯୋଗୁଁ ଚାଷୀ ହତାଶ ଓ ଆତଙ୍କିତ ହୋଇ ପଡିଲେଣି । ସରକାରଙ୍କ ସାରବିତରଣ ପ୍ରକ୍ରିୟା ସମ୍ପୂର୍ଣ ଫେଲ ମାରିଛି । ଚାଷୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥ‌ିବା ବେଳେ ସରକାର ଚାଷୀଙ୍କ ସମସ୍ୟା ପ୍ରତି ମୋଟେ କର୍ଣ୍ଣପାତକରୁ ନାହାନ୍ତି । ସାର ଅଭାବ, କଳାବଜାରୀ ଓ ସରକାରଙ୍କ ଅପାରଗତା ବିରୁଦ୍ଧରେ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଏକ ବିରାଟ ରାଲିଏବଂ ବିଧାନସଭା ଘେରାଉ ଆୟୋଜନ କରାଯାଇଥିଲା ।ଏହି ଘେରାଉ କାର୍ଯ୍ୟକ୍ରମରେ କିଷାନ କଂଗ୍ରେସ ଅଭିଯୋଗ କରିଛି, ରାଜ୍ୟରେ ବିଶେଷତଃ ୟୁରିଆ ସାରର ଘୋର ଅଭାବ ଏବଂ କଳାବଜାରୀଦେଖାଯାଇଛି । ସମବାୟ ସଂସ୍ଥା ଓ ମାର୍କଫେଡ଼ରେ ଦୁର୍ନୀତି ଚରମ ସୀମାରେ ।

ଏଇ ସଂସ୍ଥା ଦ୍ଵୟ ଏବଂ ସରକାରଙ୍କ ମଧ୍ୟରେ ଚାଲିଛିମଧୁଚନ୍ଦ୍ରିକା । ସରକାର କହୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ସାର ଗଚ୍ଛିତ ଅଛି । କିନ୍ତୁ ଏପଟେ ଚାଷୀଙ୍କୁ ସାର ନ ମିଳିବା ଆଶ୍ଚର୍ଯ୍ୟ କରୁଛି । ସାର ପାଇଁଚାଷୀ ଦିନ ଦିନ ରାତିରାତି ଅଧିଆ ପଡ଼ୁଛି । ରୁଆ ବେଉଷଣା ସମୟରେ ଏବଂ ଯେତେବେଳେ ଯେଉଁ ସାର ଆବଶ୍ୟକ ସେଇ ସମୟରେଚାଷୀଙ୍କୁ ସାର ନ ମିଳବା ଅତ୍ୟନ୍ତ ଦୁଃଖଦାୟକ । ଅନୁକୂଳ ମୌସୁମୀ ପ୍ରବାହ ଯୋଗୁଁ ଚାଷୀ ଭଲ ଅମଳର ଆଶାବାଦୀ ଥିଲାବେଳେସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଚାଷୀକୁଳ ହତାଶ ଅବସ୍ଥାରେ ଅଛନ୍ତି । ତେଣୁ କିଷାନ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି, ସରକାରତୁରନ୍ତ ଆଧାର ଏବଂ ଜମି ପରିମାଣ ଅନୁଯାୟୀ ଚାଷୀ ଓ ଭାଗଚାଷୀଙ୍କୁ ସାର ବଣ୍ଟନ କରନ୍ତୁ । ଥୋଡ଼ ଧରିବା ସମୟରେ ଯେଉଁ ସାରରଆବଶ୍ୟକତା ଅଛି ତାହା ସରକାର ତୁରନ୍ତ ପ୍ରଦାନ କରୁ ବୋଲି ଦାବି କରିଛି । ଯଦି ସରକାର ଚାଷୀଙ୍କ ନାଯ୍ୟ ଦାବି ପୂରଣ କରିବେନି ତେବେଆନ୍ଦୋଳନ ଗ୍ରାମାଭିମୁଖୀ ହେବ ଓ କ୍ଷତିଗ୍ରସ୍ତ ଚାଷୀଙ୍କ ନେତୃତ୍ୱ କିଷାନ କଂଗ୍ରେସ ନେଇ ଗାଁ ଗଣ୍ଡାରେ ବ୍ୟାପକ ଆନ୍ଦୋଳନ କରିବ ବୋଲିଚେତାବନୀ ଦେଇଛି କିଷାନ କଂଗ୍ରେସ ।କିଷାନ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କାର୍ଯ୍ୟକ୍ରମକୁ ପୁଲିସ ବାଧା ଦେଇ କିଷାନ କଂଗ୍ରେସ ସଭାପତି ଅଭୟ ସାହୁ, ଉପସଭାପତିଅରୁଣ ଜେନା, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ସମ୍ପାଦକ ରଜନୀକାନ୍ତ ସାମଲ, ଚାଷୀ ନେତା ଅଧୀର ଜେନା, ସୁବାସ ପ୍ରଧାନ,ଶୀତିକଣ୍ଠ ମହାନ୍ତି, ଯୋଶଦା ନନ୍ଦନ ସିଂ, ଶିବରାଜ ପ୍ରଧାନ, ସ୍ମୃତି ରଞ୍ଜନ ସ୍ବାଇଁ, ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ସାନରାଜ ଗଣ୍ଡପ୍ରମୁଖ ଗିରଫ ହୋଇଥିଲେ। ତେବେ ମହିଳା ନେତ୍ରୀ ସସ୍ମିତା ପଣ୍ଡାଙ୍କୁ ଗିରଫ କରି ପୋଲିସ ଭ୍ୟାନରେ ନେଉଥ‌ିବା ବେଳେ କୌଣସି ମହିଳାପୋଲିସ ନ ରହିବା ଦୁର୍ଭାଗ୍ୟଜନକ । ଏହାର ପୁନରାବୃତ୍ତି ବାରମ୍ବାର ଘଟୁଛି ଏବଂ କିଷାନ କଂଗ୍ରେସ ଏହାର ଘୋର ନିନ୍ଦା କରୁଛି ।କିଷାନ କଂଗ୍ରେସର ବିଧାନସଭା ଘେରାଉ କାର୍ଯ୍ୟକ୍ରମର ନେତୃତ୍ବ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଶରତରାଉତ, ପୂର୍ବତନ ବିଧାୟକ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଏବଂ କିଷାନ କଂଗ୍ରେସ କେନ୍ଦ୍ରୀୟ ସଂଯୋଜକ ଅମୀୟପଟ୍ଟନାୟକଙ୍କ ସହିତ ରାଜ୍ୟର ସମସ୍ତ ସ୍ଥାନରୁ ଆସିଥ୍‌ କିଷାନ କଂଗ୍ରେସର ବରିଷ୍ଠ ନେତା ଜୟନ୍ତ ମହାପାତ୍ର, କହେଁଇ ବେହେରା, ଦୁର୍ଗାପ୍ରସାଦ ପାଢ଼ୀ, ବରଗଡ଼ କିଷାନ କଂଗ୍ରେସ ସଭାପତି ଗୁଣନିଧ୍ ସାହୁ, ଭଦ୍ରକ ସଭାପତି ପ୍ରସନ୍ନ ଧଳ, ସୁନ୍ଦରଗଡ ସଭାପତି ସୁନି ପଣ୍ଡା, କଟକସଭାପତି ନିମାଇଁ ରାଉତରାୟ, ରଘୁନାଥ ସ୍ବାଇଁ, ବିଭୁତି ଲେଙ୍କା, ଦେବ ପ୍ରସାଦ ନାୟକ, ରଶ୍ମୀ ରଞ୍ଜନ ପଟ୍ଟନାୟକ, ସୂର୍ଯ୍ୟ ମହାନ୍ତି, ଧ୍ରୁବପରିଡା, ସେମ ହେମ୍ବ୍ର ମ, ସାନନ୍ଦ ମିଶ୍ର, ପତିତ ପାବନ ପ୍ରଧାନ, ବିପ୍ରବର ସାହୁ, ମନୋଜ ମହାନ୍ତି, ସୁନିତା ବାଗ ଓ କିଷାନ ପଣ୍ଡାଙ୍କ ସହହଜାର ହଜାର ସଂଖ୍ୟାରେ କିଷାନ କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇ ସରକାରଙ୍କୁ ଚାଷୀଙ୍କ ଦାବି ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.