ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ

0 145

ଭୁବନେଶ୍ୱର 22/6 ( ପ୍ରତ୍ୟୁଷା ବ୍ୟୁରୋ )
ବିଜେପି ନେତୃତ୍ୱାଧୀନ ଏନ ଡି ଏ ଆଗାମୀ ରାଷ୍ଟ୍ରପତି ପାଇଁ ଓଡିଶା ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରିଛି l ଏହାଦ୍ଵାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବ ଭାରତଦ୍ୟୋୟ ସାକାର ହୋଇଛି l ଓଡିଶାର ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅନ୍ତର୍ଗତ କୁସୁମୀ ବ୍ଲକରେ ଜନ୍ମିତ ଦ୍ରୌପଦୀ ରାଷ୍ଟ୍ରପତି ପଦରେ ବସିବାକୁ ଯାଉଥିବା ରାଜ୍ୟ ପାଇଁ ଗର୍ବିତ ବିଷୟ ହୋଇଛି l ସଂଖ୍ୟା ଗଣିତ ଦୃଷ୍ଟିରୁ ଦ୍ରୌପଦୀ ରାଷ୍ଟ୍ରପତି ଭାବେ ନିର୍ବାଚନ ଜିଣିବା ନିଶ୍ଚିତ ହୋଇଥିବା ବେଳେ ରାଷ୍ଟ୍ରପତି ଭାବେ ସେ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବେ l ରାଷ୍ଟ୍ରପତି ପ୍ରାଥୀ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଦ୍ରୌପଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି l

Leave A Reply

Your email address will not be published.