ଭୁବନେଶ୍ବର,୨୩ /୭ ( ପ୍ରତ୍ୟୁଷା ବ୍ୟୁରୋ ): ମାରୱାଡି ମହିଳା ସମିତି, ଭୁବନେଶ୍ବର ଶାଖା ପକ୍ଷରୁ ଦୁଇ ଦିନ ଧରି ସାୱନମେଳାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଉଦଘାଟନ କରିଥିଲେ। ଏହି ମେଳାଦୁଇ ଦିନ ଧରି ଚାଲିବ। ଏହି ସମିତି ମହିଳାମାନଙ୍କ ପ୍ରତିଭା ଏବଂ ଉଦ୍ୟୋଗୀ ମନୋଭାବକୁପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ଯୋଗାଉଥିବା ସହ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତକରିବା ପାଇଁ ସର୍ବଦା ବଦ୍ଧ ପରିକର । ଏଥରେ ଭୁବନେଶ୍ୱର, କଟକ, କୋଲକାତା, ଖୋର୍ଦ୍ଧା,ଜଟଣୀ ଏବଂ ନିକଟବର୍ତ୍ତୀ ଅଞ୍ଚଳର କ୍ଷୁଦ୍ର ବ୍ୟବସାୟରେ ନିଯୋଜିତ ମହିଳାମାନେ ମାରୱାଡିମହିଳା ସମିତ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀରେ ଷ୍ଟଲ ସ୍ଥାପନ କରି ସକ୍ରିୟ ଭାବେ ଅଂଶଗ୍ରହଣକରିଛନ୍ତି । ଏହି ପ୍ରଦର୍ଶନୀରେ ରାକ୍ଷୀ, କୁମ୍ଭୀ, ଶାଢୀ, ପାଶ୍ଚାତ୍ୟ ପୋଷାକ, ଗୋପାଳ ଜୀଙ୍କପୋଷାକ, ଇମିଟେସନ ଜେଲାରୀ, ବ୍ୟାଗ୍, ପର୍ସ, ଚପଲ, ଖେଳନା, ଉପହାର ସାମଗ୍ରୀ ଓଅନ୍ୟାନ୍ୟ ସାମଗ୍ରୀ ସମେତ ବିଭିନ୍ନ ପ୍ରକାରର ଷ୍ଟଲ୍ ପ୍ରଦର୍ଶିତ ହେଉଛି । ଏଥରେ ଉଦ୍ୟୋଗୀମାନଙ୍କୁନିଜ ନିଜ ଘରେ ତିଆରି ସୁସ୍ୱାଦୁ ଖାଦ୍ୟ ଷ୍ଟଲ୍ ମଧ୍ୟ ଆୟୋଜନ କରାଯାଇଛି । ଏଥ୍ ସହିତପାରମ୍ପାରିକ ହସ୍ତଶିଳ୍ପର ସୁନ୍ଦର ପ୍ରଦର୍ଶନ ମାଧ୍ୟମରେ ଓଡିଶାର ସଂସ୍କୃତିର ସମୃଦ୍ଧ ଐତିହ୍ୟକୁ ପାଳନକରାଯାଇଥାଏ। ଏହି ପଦକ୍ଷେପ ମାଧ୍ୟମରେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ନୂତନ ସୁଯୋଗସୃଷ୍ଟି କରିବା, ସେମାନଙ୍କ ଆତ୍ମ ବିଶ୍ୱାସକୁ ପ୍ରେରଣା ଯୋଗାଇବା ଏବଂ ଏକ ଦୃଢ ନେଟ୍ବାର୍କମହିଳାମାନଙ୍କ ସମର୍ଥନ ଏବଂ ଉନ୍ନତି ପାଇଁନିର୍ମାଣ କରିବାର ଲକ୍ଷ୍ୟ ରହିଛି। ଏହି ପ୍ରତିଭାବାନସମସ୍ତେ ଏକାଠି ହେବାପାଇଁ ମହିଳା ସମିତି ପକ୍ଷରୁ ସଭାପତି ଜୁହି ଅଗ୍ରଓ୍ବାଲ ଆହ୍ବାନ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସିଓ୍ବାଙ୍ଗି ଗୋଏନକା, ଉପଦେଷ୍ଟା ପ୍ରବୀଣା ଭଣ୍ଡାରୀ ଏବଂ ସୁଧାଖଣ୍ଡେଲୱାଲ ଉପସ୍ଥିତ ଥିଲେ l